ଏକ ଶିଶୁକୁ ଜନ୍ମ ଦେଲେ ଏହି 28 ବର୍ଷୀୟ ବ୍ୟକ୍ତି, ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ! ଖାଉଥିଲେ ଏହି ଜିନିଷ

ଦୁନିଆରେ ପ୍ରତିଦିନ ଅନେକ ଅଜବ ଖବର ବିଷୟରେ ଶୁଣିବାକୁ ମିଳିଥାଏ । ଆଜି ଆମେ ଆପଣଙ୍କ ପାଇଁ ଏହିପରି ଏକ ଖବର ନେଇ ଆସିଛୁ ଯାହା ଶୁଣିଲେ ଆପଣ ଖୁବ ଆଶ୍ଚର୍ଯ୍ୟ ହେବେ । ଆମେ ଆପଣଙ୍କୁ ଏହିପରି ଜଣେ ବ୍ୟକ୍ତିଙ୍କ ବିଷୟରେ କହିବୁ ଯିଏ ଗୋଟିଏ ଶିଶୁକୁ ଜନ୍ମ ଦେଇଛନ୍ତି । ଆମେରିକାର ଏହି ବ୍ୟକ୍ତି ଜଣକ ୨୦୨୦ ମସିହାରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଯାହାଙ୍କ ନାମ ହେଉଛି ଆଶ ପ୍ୟାଟ୍ରିକ ସ୍କେଡ ଓ ସେ ସୋସିଆଲ ମିଡିଆରେ ଖୁବ ସକ୍ରିୟ ରୁହନ୍ତି ।

ଆମେରିକାର ୱେଷ୍ଟ ଭର୍ଜିନିଆର ଆଶ ପ୍ୟାଟ୍ରିକ ସ୍କେଡଙ୍କ ଜନ୍ମ ଜଣେ ମହିଳା ଭାବେ ହିଁ ହୋଇଥିଲା । କିନ୍ତୁ ସେ ନିଜକୁ ପୁରୁଷ ବନାଇବାକୁ ଚାହୁଁଥିଲେ । ୨୦୨୦ ମସିହାର କିଛି ବର୍ଷ ପୂର୍ବରୁ ସେ ଟେଷ୍ଟୋଷ୍ଟେରୋନ ଓ ଏଷ୍ଟ୍ରୋଜେନ ହରମୋନ ବ୍ଲକର ର ସେବନ କରୁଥିଲେ । ଯାହାଫଳରେ ସେ ମହିଳାରୁ ପୁରୁଷ ହୋଇପାରିବେ । କିନ୍ତୁ ୨୦୨୦ ଫେବୃୟାରୀରେ ସେ ଜାଣିବାକୁ ପାଇଲେ କି ସେ ଗର୍ଭବତୀ ଅଛନ୍ତି ।

ଆଶ ପ୍ୟାଟ୍ରିକ ସ୍କେଡ ଜଣେ ପିଏଚଡ଼ି ଷ୍ଟୁଡେଣ୍ଟ ହେବା ସାଙ୍ଗକୁ ଜଣେ ମେଣ୍ଟାଲ ହେଲଥ ୱାର୍କର ମଧ୍ୟ ଅଟନ୍ତି । ଦିନେ ଏକ ଡ଼େଟିଙ୍ଗ ଆପ୍ ଜରିଆରେ ସେ ଜଣେ ବ୍ୟକ୍ତିଙ୍କୁ ଭେଟିଥିଲେ ଓ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ବନ୍ଧ ମଧ୍ୟ ସ୍ଥାପନ ହୋଇଥିଲା । ଆଉ ପରେ ସେ ଜାଣିବାକୁ ପାଇଥିଲେ କି ସେ ଗର୍ଭବତୀ ଅଛନ୍ତି ବୋଲି । ଆଉ ସେହି ବର୍ଷ ସେ ନିଜ ଝିଅକୁ ଜନ୍ମ ଦେଇଥିଲେ । ଆଶ ପ୍ୟାଟ୍ରିକ ନିଜ ଝିଅର ନାମ ରଖିଛନ୍ତି ‘ରୋନନ’ ।

ସେ ଯେବେଠାରୁ ଜାଣିବାକୁ ପାଇଥିଲେ କି ସେ ଗର୍ଭବତୀ ଅଛନ୍ତି ସେବେଠାରୁ ସେ ନେଉଥିବା ହରମୋନ ବ୍ଲକର ଔଷଧ ସେବନ ବନ୍ଦ କରି ଦେଇଥିଲେ । ଆଶ ପ୍ୟାଟ୍ରିକ ନିଜେ ଏହି କଥା ଜଣାଇଥିଲେ କି, ଗର୍ଭବତୀ ଥିବା ସମୟରେ ସେ ଟେଷ୍ଟୋଷ୍ଟେରୋନ ଜେଲ ଓ ଏଷ୍ଟ୍ରୋଜେନ ଔଷଧ ମଧ୍ୟ ନେଉଥିଲେ । ଏସବୁ ନେଉଥିବା ସତ୍ତ୍ୱେ ସେ କେମିତି ଗର୍ଭବତୀ ହୋଇପାରିଲେ ବୋଲି ଡାକ୍ତରମାନେ ମଧ୍ୟ ଆଶ୍ଚର୍ଯ୍ୟ ହେଉଛନ୍ତି ।

ତେବେ ଗର୍ଭବତୀ ବୋଲି ଜାଣିବାର ଏକ ମାସ ପରେ ସେ ସ୍ଵାମୀ ଜୋର୍ଡନଙ୍କୁ ବିବାହ କରିଥିଲେ । ଏବେ ଦୁହେଁ ମିଶି ସେମାନଙ୍କ ସନ୍ତାନର ଯତ୍ନ ନେଉଛନ୍ତି ଓ ଖୁବ ଖୁସି ମଧ୍ୟ ଅଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।