ଏହି ସିରିୟଲ କିଲର ପ୍ରଥମେ କରୁଥିଲା ସୁହାଗରାତ, ତା ପରେ କନ୍ୟାକୁ ମାରି ଦେଉଥିଲା

ଦୁନିଆରେ ଏମିତି ବହୁତ କିଲର୍ସ ଅଛନ୍ତି, ଯେଉଁମାନଙ୍କ ନାମ ଶୁଣିଲେ ଲୋକମାନେ ଡରି ଯାଆନ୍ତି । ଏହି ସିରିୟଲ କିଲର୍ସ ସରଳ ଓ ନିର୍ଦ୍ଦୋଷ ଲୋକମାନଙ୍କୁ ନିଜର ଶିକାର କରିଥାନ୍ତି । କିନ୍ତୁ ଆଜି ଆପଣଙ୍କୁ ଏକ ଏମିତି ସିରିୟଲ କିଲରଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାକୁ ଭାରତର ସବୁଠୁ ଭୟଙ୍କର ସିରିୟଲ କିଲର ବୋଲି ବି କୁହାଯାଏ କାରଣ ଏହାର ମାରିବାର ଉପାୟ ବହୁତ ନିଆରା ଥିଲା ।

ଏହି ସିରିୟଲ କିଲର ସାଇନାଇଡ କିଲର କିମ୍ବା ସାଇନାଇଡ ମୋହନ ନାମରେ ଜଣାଯାଏ । ଏହି କିଲର ପ୍ରଥମେ ଝିଅମାନଙ୍କ ସହିତ ସୁହାଗରାତ କରିଥାଏ ଓ ଏହା ପରେ ତାଙ୍କୁ ମାରିଦିଏ । ବର୍ଷ ୨୦୦୯ରେ କର୍ଣ୍ଣାଟକର ଏକ ଗ୍ରାମରେ ରହୁଥିବା ଅନିତା ନାମକ ଝିଅ ଏକ ପୁଅର ପ୍ରେମରେ ପାଗଳ ହୋଇଗଲା । ଏହା ପରେ ଦୁଇ ଜଣ ବିବାହ କରିବାକୁ ଚାହୁଁଥିଲେ, ସେଥିପାଇଁ ଅନିତା ସବୁକିଛି ଛାଡି ପୁଅ ପାଖକୁ ଚାଲି ଆସିଲା ।

ତାହା ପର ଦିନ ବିବାହ କରିବା ପରେ ସେମାନେ ଏକ ଲଜରେ ରହିଲେ, ଯେଉଁଠି ରାତିରେ ଅନିତା ସେହି ପୁଅ ସହ ଶାରୀରିକ ସମ୍ବନ୍ଧ କରିଲା । ଏହା ପର ଦିନ ସକାଳେ ଅନିତା କନ୍ୟା ବେଶଭୁଷାରେ ରୁମରୁ ବାହାରି ହସନ ଜିଲ୍ଲାର ବସ ଷ୍ଟାଣ୍ଡକୁ ଆସିଲା, ଯେଉଁଠି ପୁଅ ପୂର୍ବରୁ ହିଁ ଅପେକ୍ଷା କରୁଥିଲା ।

ଏହା ପରେ ପୁଅ ଅନିତାକୁ ଏକ ଟ୍ୟାବଲେଟ ଦେଲା ଓ ଏହାକୁ ଗର୍ଭନିରୋଧକ ଔଷଧ କହି ବାଥରୁମରେ ଯାଇ ଖାଇବାକୁ କହିଲା । ଏହା ପରେ ସେ କହିଲା କି ତୁମର ମୁଣ୍ଡ ବୁଲାଇ ପାରେ, ସେଥିପାଇଁ ସବୁ ଗହଣା ଓଲ୍ହାଇ ଦେଇଯାଅ । ଏହା ପରେ ଅନିତା ବି ଏହିଭଳି କରିଲା । ବାଥରୁମ ଯାଇ ସେହି ଔଷଧକୁ ଖାଇଦେଲା । ଯାହା ଦ୍ଵାରା ତାହାର ମୃତ୍ୟୁ ହୋଇଗଲା ।

ଅନ୍ୟ ପଟେ ପୁଅଟି ଫେରାର ହୋଇଯାଇଥିଲା । ଏହା ପରେ ପୋଲିସକୁ ଏହି ସମସ୍ତ ଘଟଣା ବିଷୟରେ ସୂଚିତ କରାଗଲା ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏହାର ଯାଞ୍ଚ ଆରମ୍ଭ କରିଲା । କହିବାକୁ ଗଲେ ୨୦୦୯ରେ ଦକ୍ଷିଣ କର୍ଣ୍ଣାଟକର ୬ଟି ସହରର ଅଲଗା ଅଲଗା ବସଷ୍ଟାଣ୍ଡ ପାଖରେ ଥିବା ବାଥରୁମରୁ ୨୦ ଜଣ ମହିଳାଙ୍କର ଶବ ମିଳିଥିଲା ଓ ସମସ୍ତଙ୍କର ବୟସ ୨୦ ରୁ ୩୨ ବର୍ଷ ମଧ୍ୟରେ ଥିଲା ଓ ସମସ୍ତେ କନ୍ୟା ବେଶରେ ଥିଲେ ଓ କାହାର ଶରୀରରେ ଗୋଟିଏ ହେଲେ ବି ଗହଣା ନ ଥିଲା ।

ଅନ୍ୟ ପଟେ ୧୬ ଜୁନ ୨୦୦୯ରେ ଯେତେବେଳେ ୨୨ ବର୍ଷର ଅନିତା ଫେରାର ହୋଇଗଲା ତ ଗ୍ରାମବାସୀମାନେ ହଙ୍ଗାମା କରିଦେଲେ ଓ ମାମଲାକୁ ସାମ୍ପ୍ରଦାୟିକ ରୂପ ଦେଇ କହିଲେ କି ଅନିତାକୁ କେହି ଜଣେ ମୁସ୍ଲିମ ପୁଅ ଫେରାର କରି ନେଇ ଯାଇଛି ।

ଲୋକମାନେ ରାଗି ଯାଇଥିଲେ, ସେଥିପାଇଁ ପୋଲିସକୁ ମାମଲାକୁ ଗମ୍ଭୀରତାର ସହ ଯାଞ୍ଚ କରିବାକୁ ପଡିଲା । ସର୍ବ ପ୍ରଥମେ ଅନିତାର ମୋବାଇଲରୁ କାବେରୀ ନାମକ ଏକ ମହିଳାର ନମ୍ବର ମିଳିଲା । ପୋଲିସ କାବେରୀ ଘରକୁ ଗଲା ତ ସେ ବହୁ ମାସ ହେବ ଫେରାର ଥିଲା । ପୁଣି ପୋଲିସକୁ କାବେରୀ ଫୋନ ରୁ ପୁଷ୍ପା ନାମକ ଅନ୍ୟ ଏକ ମହିଳାର ନମ୍ବର ମିଳିଲା ଓ ତା’ ଘରକୁ ଗଲା ପରେ ସେ ବି ଫେରାର ଥିଲା ।

ଏହା ପରେ ଏହିଭଳି ମାମଲାଟି ଟାଣି ହୋଇ ଚାଲିଥିଲା କିନ୍ତୁ ଶେଷରେ ପୋଲିସକୁ ଏକ ନମ୍ବର ମିଳିଲା ଯାହାକି ଚାଲୁଥିଲା ଓ ଏହି ନମ୍ବର ଧନୁଷ ନାମକ ଏକ ପିଲା ର ଥିଲା । ଯାହାକୁ ପଚରା ଉଚରା କରିବା ପରେ ଜଣା ପଡିଲା କି ତାହାର ଦାଦା ପ୍ରଫେସର ମୋହନ କୁମାର ତାକୁ ଏହି ନମ୍ବର ଦେଇଛନ୍ତି ।

ଏହା ପରେ ପୋଲିସ ମୋହନକୁ ଧରିଲା, ତେବେ ମୋହନ କହିଲା କି ସେ ଗରିବ ପରିବାର ଯିଏ ଯୌତୁକ ଦେଇ ପାରିବେ ନାହିଁ କିମ୍ବା ଗରିବି କାରଣରୁ ଯେଉଁ ଝିଅର ବିବାହ ହୋଇ ନ ଥିବ, ସେ ସେହିଭଳି ଝିଅମାନଙ୍କୁ ନିଜର ପ୍ରେମ ଜାଲରେ ଫସାଉ ଥିଲା ଓ ତାଙ୍କ ସହିତ ବିନା ଯୌତୁକରେ ବିବାହ କରିବା ପାଇଁ କହୁଥିଲା ।

ଏହା ପରେ ଝିଅକୁ ବିବାହ କରି ତାହା ସହିତ ଶାରୀରିକ ସମ୍ବନ୍ଧ କରିବା ପରେ ତାଙ୍କୁ ମାରି ତାଙ୍କର ସବୁ ଗହଣା ନେଇଯାଉଥିଲା । ଆପଣଙ୍କୁ କହିଦେଉଛୁ କି ମୋହନ କୁମାର ଯେଉଁ ଗର୍ଭନିରୋଧକ ଔଷଧ ଝିଅଙ୍କୁ ଦେଉଥିଲା ତାହା ପୂର୍ବରୁ ସେ ସେହି ଔଷଧରେ ସାଇନାଇଡ ମିଶାଇ ଦେଉଥିଲା, ଯେଉଁ କାରଣରୁ ଯୁବତୀମାନଙ୍କ ମୃତ୍ୟୁ ସଙ୍ଗେ ସଙ୍ଗେ ହୋଇ ଯାଉଥିଲା ।

ଦୋଷ ପ୍ରମାଣିତ ହେବା ପରେ କୋର୍ଟ ମୋହନ କୁମାରକୁ ଫାସି ଦଣ୍ଡ ଦେଲେ । ସବୁଠୁ ଆଶ୍ଚର୍ଯ୍ୟର କଥା ଏହା ଅଟେ କି ମୋହନ କୁମାର ନିଜ କେସ ନିଜେ ଲଢୁଥିଲା ।