ମଗାଇଥିଲେ ୧୦ ଲକ୍ଷ ଟଙ୍କାର କ୍ୟାମେରା, ହେଲେ ଦୋକାନୀ ଯେତେବେଳେ ପାର୍ସଲ ଖୋଲିଲେ ବାହାରିଲା ୯ ଟା ଇଟା, ଆଉ ତା ପରେ…

ଏହି ମାମଲାଟି ହେଉଛି ହରିୟଣାର ହିସାର ଜିଲ୍ଲାର, ତଲାକି ଗେଟ ଏରିଆରେ ଚୌଧରି ଫଟୋ ଷ୍ଟୋର ନାମକ ଏକ କ୍ୟାମେରା ବିକ୍ରି ଦୋକାନ ଥିଲା । ଏହି ଦୋକାନର ମାଲିକ ହେଉଛନ୍ତି ମନୀଷ କୁମାର, ସେ କ୍ୟାମେରାର ବଡ କାରୋବର କରୁଥିଲେ । ସବୁ କମ୍ପାନୀର ସବୁ ମଡେଲ ତାଙ୍କ ପାଖରେ ମିଳିଯାଇଥାଏ । କିଛି ଦିନ ତଳେ ସେ ଦିଲ୍ଲୀରୁ ଏକ ବଡ କମ୍ପାନୀର କ୍ୟାମେରା ମଗାଇଥିଲେ ।

ଦିଲ୍ଲୀରୁ ପାର୍ସଲ ହିସାର ରେ ପହଞ୍ଚି ଯାଇଥିଲା । ହେଲେ ଡେଲିଭରି ବଏ ସାମ୍ନାରେ ଯେତେବେଳେ ମନୀଷ ପାର୍ସଲ ଖୋଲିଲେ ସେତେବେଳେ ୧୫ଟି କ୍ୟାମେରା ମଧ୍ୟରୁ ୯ଟି କ୍ୟାମେରା ବଦଳରେ ୯ଟି ବଡ ବଡ ଇଟା ଥିଲା ।

ଏହି ପୁରା ଘଟଣାକୁ ଷ୍ଟୋରର ମାଲିକ କ୍ୟାମେରାରେ ରେକର୍ଡ କରିଥିଲେ । ମନୀଷ କହିଲେ କି ପୂର୍ବ ଥର ଯେତେବେଳେ ଏହି କମ୍ପାନୀରୁ ମୁଁ ୧୦ଟି କ୍ୟାମେରା ମଗାଇଥିଲି, ସେତେବେଳେ ୪ଟି କ୍ୟାମେରା ବଦଳରେ ୪ଟି ବଡ ବଡ ଇଟା ମିଳିଥିଲା । ତେଣୁ ସେ ଏହି ଥର ଏହାର ପର୍ଦାଫାସ କରିବା ପାଇଁ ପୁଣି ଥରେ ଅର୍ଡର କରିଥିଲେ ।

ଷ୍ଟୋରର ମାଲିକ ଏହି ଘଟଣାର ସୂଚନା କ୍ୟାମେରା କମ୍ପାନୀ ଓ ସମ୍ବନ୍ଧିତ କମ୍ପାନୀ ଉଭୟଙ୍କୁ ଦେଇଛନ୍ତି । କମ୍ପାନୀ ତରଫରୁ ତାଙ୍କୁ ସୂଚନା ମିଳିଲା କି, ସେ ରିସିଭ ନକରନ୍ତୁ । ସେ ପୋଲିସରେ ଏହାର କମ୍ପ୍ଲେନ ଦେଲେ ନାହିଁ । କାରଣ କମ୍ପାନୀ ତାଙ୍କୁ ଏହି ମାମଲାର ସମାଧାନ କରିବା ପାଇଁ ଆଶ୍ଵାସନ ଦେଇଛନ୍ତି । ମନୀଷ କହିଛନ୍ତି କି ଇଟାରେ ଲଗା ଯାଇଥିବା ଷ୍ଟାମ୍ପ ରୋହତକ ଏରିଆର । ଅନଲାଇନ ଜିନିଷରେ ଠକାମି ମାମଲା ପୂର୍ବରୁ ବି ସାମ୍ନାନାକୁ ଆସିଛି । କିନ୍ତୁ ଏହା ପ୍ରଥମ ଥର ଅଟେ କି ମନିଷଙ୍କ ସହିତ ଏହା ଦୁଇ ଦୁଇ ଥର ହୋଇଛି ।