ସାପରେ ଭରପୁର କୂଅରେ ପଡିଯାଇଥିଲେ ୩ଟି କୁକୁର ଛୁଆ, ପୋଲିସ ତା ପରେ ଯାହା କରିଲେ ଜାଣିଲେ ଆପଣ ଗର୍ବ କରିବେ

ଦେଶର ପୋଲିସ ଜନତାଙ୍କ ସେବା କରିବା ପାଇଁ ସବୁବେଳେ ରେଡି ରହିଥାଏ । ହେଲେ ଆଜି ଆମେ ଆପଣଙ୍କୁ ଏମିତି ଏକ କଥା କହିବୁ ଯାହାକୁ ଶୁଣିଲେ ଆପଣମାନେ ପୋଲିସ ମାନଙ୍କର ପ୍ରଶଂସା କରିବେ । ଏକ କୂଅରେ ପଡି ଯାଇଥିବା କୁକୁର ଛୁଆଙ୍କୁ ପୋଲିସ ଉଧାର କରିଛି । ହେଲେ ଆଶ୍ଚର୍ଯ୍ୟର କଥା ଏହା କି, ସେହି କୂଅରେ ବହୁତ ଗୁଡାଏ ସାପ ଥିଲେ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ଏହି ଘଟଣାଟି ଉତ୍ତର ପ୍ରଦେଶର ଅମରୋହାରେ ଦେଖିବାକୁ ମିଳିଛି । ଏହି ଗାଁର ଏକ କୂଅରେ ତିନୋଟି କୁକୁର ଛୁଆ ପଡି ଯାଇଥିଲେ । ହେଲେ କୌଣସି ଲୋକ ଏହି କୁକୁର ଛୁଆଙ୍କୁ ବଞ୍ଚେଇବା ପାଇଁ ଚେଷ୍ଟା କରି ନଥିଲେ । କାରଣ ସେହି କୂଅରେ ବିଷଧର ସାପ ଥିଲେ । ହେଲେ କୌଣସି ଜଣେ ଲୋକ ଉତ୍ତର ପ୍ରଦେଶ ପୋଲିସକୁ ଫୋନ କରିଥିଲା ଓ ଘଟଣା ବିଷୟରେ ସୂଚନା ଦେଇଥିଲା ।

ସୂଚନା ମିଳିବା ପରେ କିଛି ଯବାନ ଘଟଣା ସ୍ଥଳକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ଜଣେ ଯବାନ ନିଜ ଜୀବନକୁ ବିପଦରେ ପକାଇ କୂଅ ମଧ୍ୟକୁ ଯିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲା । ଏହି ଯବାନ ଜଣକ କୂଅକୁ ଯାଇ ତିନୋଟି କୁକୁର ଛୁଆଙ୍କୁ ବଞ୍ଚାଇ ଥିଲା ।

ଏହି ଘଟଣାଟି ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୋଇଛି । ଲୋକମାନେ ପୋଲିସର ବହୁତ ପ୍ରଶଂସା କରିଛନ୍ତି । ଏହି ପୁରା ଘଟଣା ବିଷୟରେ ୟୁପି ପୋଲିସ ର ‘କଲ୧୧୨’ନାମକ ଟ୍ଵିଟର ଆକାଉଣ୍ଟରେ ଦିଆଯାଇଛି କି “ଅମରୋହାରେ ଏକ କୂଅରେ ତିନୋଟି କୁକୁର ଛୁଆ ପଡି ଯାଇଥିଲେ । ଗ୍ରାମ ଲୋକମାନେ ଏକତ୍ର ହୋଇଥିଲେ ମଧ୍ୟ କୂଅରେ ଥିବା ସାପଙ୍କ ଭୟରେ ସେମାନେ କୂଅ ମଧ୍ୟକୁ ଯାଇ ନଥିଲେ । ହେଲେ #PRV3596 ନିଜ ଜୀବନକୁ ବାଜି ଲଗାଇ ସେହି କୂଅ ମଧ୍ୟକୁ ଯାଇଥିଲେ ଓ କୁକୁର ଛୁଆଙ୍କୁ ଉଧାର କରିଥିଲେ” ।

ଲୋକମାନେ ପୋଲିସର ଏହି କାମ ପାଇଁ ବହୁତ ପ୍ରଶଂସା କରିଛନ୍ତି । ପୋଲିସ ପ୍ରମାଣ କରିଛନ୍ତି କି ସେମାନେ କେବଳ ଜନତା ନୁହେଁ ଜନତାଙ୍କ ବ୍ୟତୀତ ଅନ୍ୟ ପ୍ରାଣୀ ମାନଙ୍କର ମଧ୍ୟ ସେବା କରିବାକୁ ପଛାନ୍ତି ନାହିଁ ।