ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିବା ସାର୍ ଙ୍କ ଜୀବନ ନେଇଗଲା ପିକନିକ, ଛାତ୍ରକୁ ବଞ୍ଚାଇବାକୁ ଯାଇ ନିଜେ ଫସିଗଲେ କାଳର ଜାଲରେ, ଦେଖନ୍ତୁ video

ଘର ବଡ ପୁଅ ବହୁ ପରିଶ୍ରମ କରି ଶିକ୍ଷକ ଚାକିରି ଖଣ୍ଡେ ପାଇଥିଲେ । ଶିକ୍ଷକତା ସାଙ୍ଗକୁ ନିଜ ସ୍ଵପ୍ନ ସାକାର କରିବା ପାଇଁ ଭୁବନେଶ୍ଵରରେ ରହି ସିଭିଲ ସର୍ଭିସ ପାଇଁ ପ୍ରସ୍ତୁତ ହେଉଥିଲେ । ଏଭଳି ପୁଅ ପାଇଁ ପରିବାର ସମେତ ପୁରା ଗାଁ ଗର୍ବ କରୁଥିଲା । ନିକଟରେ ବଡଦିନ ଛୁଟିରେ ବଡ ପୁଅ ସରୋଜ ଗାଁ’କୁ ବୁଲି ଆସିଥିଲେ । ଗାଁ’ରେ ଥିବାବେଳେ ସେଠାକାର କୋଚିଂ ସେଣ୍ଟରରେ ସେ ଅନେକଙ୍କୁ ପାଠ ପଢାଇଛନ୍ତି । ଏତେଦିନ ପରେ ଗାଁକୁ ଆସିଥିବାରୁ ସାଙ୍ଗ ହୋଇ ପିକନିକ କରିବାକୁ ତାଙ୍କୁ ପିଲାମାନେ ଡ଼ାକିଥିଲେ ।

ପିକନିକ ତ ଗଲେ ହେଲେ ଆଉ ଜୀବନ ନେଇ ଫେରିଲେନି ସମସ୍ତଙ୍କ ପ୍ରିୟ ସରୋଜ ସାର୍ । ପିକନିକ ବେଳେ ଜଣେ ଛାତ୍ରଙ୍କୁ ବଞ୍ଚାଇବାକୁ ଯାଇ ନିଜେ ପାଣିରେ ବୁଡିଗଲେ ସରୋଜ । ସେ ପୁରା ପରିବାରକୁ ଏକାକୀ ଚଳାଉଥିଲେ ଓ ଆଗକୁ ପରିବାରର ସ୍ଥିତି ସୁଧାରିବା ଥିଲା ତାଙ୍କର ଏକମାତ୍ର ଲକ୍ଷ୍ୟ । ଘରର ସାନପୁଅ ବିକଳାଙ୍ଗ ହୋଇଥିବାରୁ ବଡ ପୁଅ ଭାବେ ସେ ସବୁ ଦାୟିତ୍ଵ ନେଇଥିଲେ । କେନ୍ଦ୍ରପଡା ଜିଲା ମହାକାଳପଡା ଥାନା ଶଙ୍ଖପଦା ଗାଁର ରଞ୍ଜନ ଦାସଙ୍କ ବଡ ପୁଅ ଥିଲେ ସରୋଜ ଦାସ ।

ବହୁ ଦିନ ପରେ ଗାଁକୁ ଆସିଥିବାରୁ ପିଲାଙ୍କ ସହ ପିକନିକ ଯିବେ ବୋଲି କହିଥିଲେ 23 ବର୍ଷୀୟ ସରୋଜ । ବାପା କହିଥିଲେ ଏତେ ଦିନ ପରେ ଆସିଛୁ ଘରେ ଟିକେ ରହ । କିନ୍ତୁ ବଡବାପା କହିଥିଲେ ପିଲାଟା ଯାଉ ଟିକେ ବୁଲିକି ଆସୁ । ଗତ ମଙ୍ଗଳବାର ଦିନ ଏକ ବସ୍ ଯୋଗେ ସରୋଜ ନୟାଗଡ ବୁଲିବାକୁ ଯାଇଥିଲେ ।

ସେଠାରେ କଣ୍ଟିଲୋ ମହାନଦୀ ତୁଠରେ ଗାଧୋଉଥିବା ବେଳେ ଜଣେ ପିଲା ପାଣିରେ ବୁଡି ଯାଉଥିବା ଦେଖି ସରୋଜ ପାଣିକୁ ଡେଇଁ ପଡିଥିଲେ । ପିଲାଟିକୁ ତ ବଞ୍ଚେଇ ଦେଲେ ହେଲେ ନିଜେ ଆଉ କାଳର ଜାଲରୁ ବାହାରି ପାରିଲେନି । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନା ନେବା ପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ସରୋଜ ପିକନିକରେ ଯିବାବେଳେ ବାପାଙ୍କୁ କହିଥିଲେ ତାଙ୍କୁ ଟିକେ ବସ୍ ପାଖରେ ଛାଡି ଦେବାକୁ । ବାପା ଅଧା ଖିଆରୁ ଉଠି ପୁଅକୁ ଛାଡିବାକୁ ଯାଇଥିଲେ ।

ଆଉ ବୋଉକୁ ବି କହି ଯାଇଥିଲେ କି ଫେରିଲା ବେଳକୁ ରାତି ହେବ । ସରୋଜ ଫେରିଲେ ତ ସତ ହେଲେ ଶବ ହୋଇ । ଏଭଳି ଜଣେ ପୁଅକୁ ହରାଇ ଏବେ ପୁରା ପରିବାର ଛାତି ପିଟି କାନ୍ଦୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।