ସିଂହ କେମିତି ହେଲା ମା ଦୂର୍ଗାଙ୍କର ବାହନ ? ଜାଣନ୍ତୁ ଏହାର ରୋଚକ କଥା

ଏହି ପୁରା ସଂସାର ମାତା ଦୂର୍ଗାଙ୍କର ଶକ୍ତି ଦ୍ଵାରା ପରିଚିତ ଅଟନ୍ତି । ସେ ସବୁବେଳେ ଦୁଷ୍ଟ ପାପୀମାନଙ୍କୁ ଦଣ୍ଡ ଦେଇଥାନ୍ତି । ମାତା ଦୂର୍ଗାଙ୍କ ସହ ଜଡିତ ବିଭିନ୍ନ କାହାଣୀ ପ୍ରଚଳିତ ଅଛି । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ମାତା ଦୂର୍ଗାଙ୍କର ବାହନ ସିଂହ ଅଟନ୍ତି । କିନ୍ତୁ ଆପଣମାନେ କେବେ ଚିନ୍ତା କରିଛନ୍ତି କି କାହିଁକି ସିଂହ ହିଁ ମାତା ଦୂର୍ଗାଙ୍କର ବାହନ ହେଲେ ? ଆଜି ଆମେ ଆପଣମାନଙ୍କୁ ଏହା ପଛର ଏକ ବହୁତ ବଡ ରୋଚକ କଥା ବିଷୟରେ ସୂଚନା ଦେବାକୁ ଯାଉଛୁ ।

ଆପଣଙ୍କୁ କହିଦେଉଛୁ କି ମାତା ଦୂର୍ଗା ମାତା ପାର୍ବତୀଙ୍କର ରୂପ ଅଟନ୍ତି । ମାତା ପାର୍ବତୀ ଭଗବାନ ଶିବଙ୍କୁ ନିଜର ସ୍ଵାମୀ ରୂପରେ ପ୍ରାପ୍ତ କରିବା ପାଇଁ ହଜାର ବର୍ଷ ପର୍ଯ୍ୟନ୍ତ କଠୋର ତପସ୍ୟା କରିଥିଲେ । ଏମିତି କୁହାଯାଏ କି ତପସ୍ୟାର ତେଜରେ ମାତାଙ୍କର ରଙ୍ଗ ଶ୍ୟାମଳବର୍ଣ ହୋଇଯାଇଥିଲା । ତପସ୍ୟା ଫଳରେ ଭଗବାନ ଶିବ ମାତା ପାର୍ବତୀଙ୍କୁ ବିବାହ କରିଥିଲେ । ଏହା ପରେ ଦିନେ ଭଗବାନ ଶିବ କ୍ରିଡା କରୁଥିବା ସମୟରେ ମାତା ପାର୍ବତୀଙ୍କୁ କାଳୀ କହି ଦେଇଥିଲେ ।

ଏହି କଥା ଶୁଣି ମାତା ପାର୍ବତୀ ବହୁତ ରାଗିଯାଇ ସେ କୈଳାସ ଛାଡି ଚାଲିଗଲେ ଓ ସେ କୌଣସି ଜଙ୍ଗଲରେ ସୁନ୍ଦର ରଙ୍ଗ ପ୍ରାପ୍ତ କରିବା ପାଇଁ ତପସ୍ୟା ଆରମ୍ଭ କରିଦେଲେ । ଏହା ପରେ ସେହି ଜାଗାରେ ଗୋଟିଏ ଭୋକିଲା ସିଂହ ଆସି ପହଞ୍ଚିଲା, ସେ ମାତା ପାର୍ବତୀଙ୍କୁ ଆହାର କରିବା ପାଇଁ ଚିନ୍ତା କଲା । କିନ୍ତୁ ସିଂହ ଦେଖିଲା କି ମାତା ପାର୍ବତୀ ତପସ୍ୟାରେ ଲୀନ ହୋଇ ଅଛନ୍ତି ତେବେ ସିଂହ ତାଙ୍କ ସାମ୍ନାରେ ବସି ଚିନ୍ତା କଲା କି ମାତା ପାର୍ବତୀ ତପସ୍ୟାରୁ ଉଠିଲେ ତାଙ୍କୁ ନିଜର ଆହାର କରିବ ।

କିନ୍ତୁ ମାତା ପାର୍ବତୀ ବହୁତ ବର୍ଷ ପର୍ଯ୍ୟନ୍ତ ନିଜର ତପସ୍ୟାରେ ଲୀନ ରହିଲେ ଓ ଯେତେବେଳ ପର୍ଯ୍ୟନ୍ତ ମାତା ପାର୍ବତୀ ତପସ୍ୟାରେ ଲୀନ ରହିଲେ ସେତେଦିନ ପର୍ଯ୍ୟନ୍ତ ସେ ମାତା ପାର୍ବତୀଙ୍କ ସମ୍ମୁଖରେ ବସି ରହିଲା । ଏହା ପରେ ଭଗବାନ ଶିବ ମାତା ପାର୍ବତୀଙ୍କର ତପସ୍ୟାରେ ପ୍ରସନ୍ନ ହୋଇ ମାତା ପାର୍ବତୀଙ୍କୁ ସୁନ୍ଦର ରୂପର ବରଦାନ ଦେଲେ । ଏହା ପରେ ମାତା ପାର୍ବତୀ ଗଙ୍ଗାରେ ସ୍ନାନ କରିଲେ । ସ୍ନାନ କରିବା ପରେ ତାଙ୍କର ରୂପ କ୍ଷୀର ଭଳି ସୁନ୍ଦର ହୋଇଗଲା ।

ସ୍ନାନ କରି ଫେରିବା ସମୟରେ ସେ ଦେଖିଲେ କି ତାଙ୍କ ସାମ୍ନାରେ ଗୋଟିଏ ସିଂହ ଛିଡା ହୋଇଛି ଓ ମାତା ପାର୍ବତୀଙ୍କୁ ଜଣା ଥିଲା କି ସେ ତାଙ୍କୁ ଆହାର କରିବା ପାଇଁ ଆସିଛି । ପରନ୍ତୁ ଯେତେବେଳେ ମାତା ପାର୍ବତୀ ତପସ୍ୟାରେ ଲୀନ ଥିଲେ ସେତେଦିନ ପର୍ଯ୍ୟନ୍ତ ତାଙ୍କ ସମ୍ମୁଖରେ ସିଂହ ମଧ୍ୟ ବସି ରହିଥିଲା ଓ  ସେ ମଧ୍ୟ ତପସ୍ୟା କରିଥିଲା ।

ଏହା ପରେ ମାତା ପାର୍ବତୀ ସିଂହକୁ ଆଶୀର୍ବାଦ ଦେଲେ ଓ ତାକୁ ନିଜର ବାହନ ରୂପରେ ସ୍ଵୀକାର କରିନେଲେ । ଏହିଭଳି ଭାବରେ ମାତା ଦୂର୍ଗାଙ୍କର ବାହନ ସିଂହ ହୋଇଥିଲା ।