ଲୋକମାନଙ୍କ ମଧ୍ୟରେ ଦେଖାଗଲା ମୋଦୀଙ୍କ ପାଇଁ ଉତ୍ସାହ, ଘର ବାହାରେ ଲଗାଇଲେ ପୋଷ୍ଟର, ଲେଖିଲେ – ଡୋର ବେଲ ଖରାପ ଅଛି, ଦୟାକରି ମୋଦୀ ମୋଦୀ ଚିଲାନ୍ତୁ, ଆଉ ତାପରେ …

ଦେଶସାରା ଲୋକସଭାର ନିର୍ବାଚନ ଚାଲିଛି  । ଏଥିପାଇଁ ବିଜେପି ଓ କଂଗ୍ରେସ ପାର୍ଟି ଯଥା ସମ୍ଭବ ପ୍ରୟାସ କରୁଛନ୍ତି କି ବିପକ୍ଷ ପାର୍ଟିକୁ କେଉଁଭଳି ଭାବରେ ପରାସ୍ତ କରାଯାଇ ପାରିବ । ଏହା ସହିତ ଦେଶର ଜନତା ବି ଅଲଗା ଅଲଗା ଗ୍ରୁପରେ ବାଣ୍ଟି ହୋଇ ଯାଇଛନ୍ତି । କାହାକୁ ବିଜେପି ପସନ୍ଦ ତ କିଏ କଂଗ୍ରେସର ଗୁଣଗାନ କରୁଛି । କିନ୍ତୁ ଏଥି ମଧ୍ୟରେ ମଧ୍ୟପ୍ରଦେଶର ପରିସ୍ଥିତି କିଛି ଅଲଗା ଅଟେ ।

ସେଠିକାର ଲୋକମାନଙ୍କ ମଧ୍ୟରେ ମୋଦୀଙ୍କ ପାଇଁ ଉତ୍ସାହ ଦେଖାଯାଉଛି, ଘର ବାହାରେ ଲଗାଇଲେ ପୋଷ୍ଟର ଓ ସେହି ପୋଷ୍ଟରରେ କଣ ଲେଖା ହୋଇଛି ତାହା ଏଠାରେ ଜାଣନ୍ତୁ ।

ଲୋକମାନଙ୍କ ମଧ୍ୟରେ ଦେଖାଗଲା ମୋଦୀ ଲହର, ଘର ବାହାରେ ଲଗାଇଲେ ପୋଷ୍ଟର

ଲୋକସଭା ନିର୍ବାଚନକୁ ନେଇ ଲୋକମାନଙ୍କ ମଧ୍ୟରେ ବହୁତ ଉତ୍ସାହ ଦେଖିବାକୁ ମିଳୁଛି । ସମସ୍ତେ ନିଜ ନିଜ ପାର୍ଟିକୁ ଜିତାଇବାକୁ ଚାହୁଁଛନ୍ତି । ଏମିତିରେ ସବୁଆଡେ ଅଲଗା ଅଲଗା ରୋଚକ ଜିନିଷ ଦେଖିବାକୁ ମିଳୁଛି । ସେଇଠି ମୁରୈନା ସହରର ରାମନଗର କ୍ଷେତ୍ରରେ କେତେକ ଘରର କବାଟରେ କିଛି ଏମିତି ପୋଷ୍ଟର ଲାଗିଛି ଯାହାକୁ ଦେଖିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ପୋଷ୍ଟରରେ ଲେଖା ହୋଇଛି କି, “ଡୋର ବେଲ ଖରାପ ଅଛି, ଦୟାକରି କବାଟ ଖୋଲିବା ପାଇଁ ମୋଦୀ – ମୋଦୀ ଚିଲାନ୍ତୁ ।“ ରାମନଗର କଲୋନୀର ଲୋକମାନଙ୍କର କହିବା ଅନୁସାରେ, କେହି ଯେପରି ଆସି ଆମକୁ ହଇରାଣ ନ କରନ୍ତୁ ସେଥିପାଇଁ ଆମେ ଏହିଭଳି ଉପାୟକୁ ଆପଣାଇଛୁ । କଲୋନୀରେ ପାଖାପାଖି ୧୦୦ରୁ ଅଧିକ ଘରେ ଏହିଭଳି ସନ୍ଦେଶ ଲେଖା ହୋଇଛି । ସେଠାରେ ରହୁଥିବା ଲୋକମାନଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀଙ୍କ ସରକାର ପ୍ରତି ଥିବା ଲୋକପ୍ରିୟତା ବିଷୟରେ ଏହା ଦର୍ଶାଉଛି ।

କହିଦେଉଛୁ କି ମଧ୍ୟପ୍ରଦେଶରେ ଲୋକସଭା ନିର୍ବାଚନ – ୨୦୧୯ ଚାରୋଟି ଚରଣରେ ହେବ । ପ୍ରଥମ ଚରଣ ୨୯ ଏପ୍ରିଲ, ଯେଉଁଥିରେ ୬ ଟି ଲୋକସଭା ସିଟ ଉପରେ ଭୋଟିଙ୍ଗ କରାଯିବ । ଦ୍ଵିତୀୟ ଚରଣ ୬ ମେ କୁ ହେବ, ଯେଉଁଥିରେ ୭ଟି ଲୋକସଭା ସିଟ ଉପରେ ଭୋଟିଙ୍ଗ କରାଯିବ । ତୃତୀୟ ଚରଣର ନିର୍ବାଚନ ୧୨ ମେ କୁ ହେବ , ଯେଉଁଥିରେ ୮ ଟି ସିଟ ଉପରେ ମତଦାନ କରାଯିବ ଏବଂ ଅନ୍ତିମ ଚରଣର ନିର୍ବାଚନ ୧୯ ମେ କୁ ରଖାଯାଛି ଓ ଏହି ଦିନରେ ୮ ଟି ସିଟ ଉପରେ ଭୋଟିଙ୍ଗ କରାଯିବ ।