ଶିକ୍ଷକଙ୍କୁ ଜାବୁଡି ଧରି କାନ୍ଦିବାକୁ ଲାଗିଲେ ଛାତ୍ର-ଛାତ୍ରୀ, ଛାଡିବା ପାଇଁ ନାରାଜ… ଏହି video ଆପଣଙ୍କୁ ଭାବୁକ କରିଦେବ

କିଛି ଏମିତି ଶିକ୍ଷକ ଥାଆନ୍ତି ଯାହାକୁ ବିଦ୍ୟାର୍ଥୀମାନେ ନିଜ ଆଦର୍ଶ ରୂପେ ମାନ୍ୟ କରନ୍ତି । ତାଙ୍କ କଥାରେ ମନ ଲଗାଇ ପାଠ ପଢିବା ସହ ସଫଳ ହେବାକୁ ଚେଷ୍ଟା କରନ୍ତି । ଏମିତି ଶିକ୍ଷକ ପ୍ରତି ପିଲାଙ୍କର ପ୍ରିୟ ହୋଇଥାନ୍ତି । ଆଉ ଏମିତି ଶିକ୍ଷକ ଦୂରକୁ ଯିବା କଥା ଜାଣିଲେ ସମସ୍ତଙ୍କ ଆଖିରୁ ଲୁହ ଝରିଆସେ । ଏମିତି ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ଭାବ ପ୍ରବଣତାର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

ଯାହା ପ୍ରମାଣ କରୁଛି କି ସମାଜ ଯେତେ ଆଧୁନିକତା ଆଡକୁ ଗତି କଲେ ବି ସମାଜରେ ଗୁରୁ ଓ ଶିଷ୍ୟଙ୍କ ସ୍ଥାନ ଯୁଗଯୁଗକୁ ଅତୁଳନୀୟ । ଏଭଳି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି । ଶିକ୍ଷକ ଜଣକ ସ୍କୁଲରୁ ବିଦାୟ ନେଇ ଯାଉଥିବା ବେଳେ ବିଦାୟ କାଳୀନ ସମ୍ବର୍ଦ୍ଧନା ବେଳେ ତାଙ୍କୁ କୋଲାଇ ଛାତ୍ର ଛାତ୍ରୀମାନେ କାନ୍ଦି ପକାଉଛନ୍ତି । ଶିକ୍ଷକ ଅନ୍ୟତ୍ର ବଦଳି ହୋଇ ଯାଇଛନ୍ତି, କିନ୍ତୁ ନିଜ ପ୍ରିୟ ଶିକ୍ଷକଙ୍କୁ ଛାଡିବାକୁ ପ୍ରସ୍ତୁତ ହେଉ ନାହାନ୍ତି ପିଲାମାନେ ।

ଶିକ୍ଷକ ଦୂରକୁ ଜୀବ କଥା ଜାଣି ଛାତ୍ର ଛାତ୍ରୀଙ୍କ ଆଖିରୁ ଲୁହ ଝରିପଡୁଛି । ଆଉ ସେହି ଲୁହ ପ୍ରମାଣ କରୁଛି ଶିକ୍ଷକଙ୍କ ନିଷ୍ଠା ଓ ତାଙ୍କ ଛାତ୍ର ଛାତ୍ରୀଙ୍କ ପ୍ରତି ତାଙ୍କର କର୍ତ୍ତବ୍ୟ । ଏହି ଶିକ୍ଷକଙ୍କ ନାମ ହେଉଛି ସୁବିନ୍ଦର ସିଂ ବାଗୀ । ଏହି ବିଦ୍ୟାଳୟରେ ସେ ଦୀର୍ଘ ଚାରି ବର୍ଷ ହେବ ଶିକ୍ଷାଦାନ କରୁଥିଲେ । ଆଉ ୧୨ ଜୁଲାଇ ୨୦୨୨ ରେ ଏହି ସ୍କୁଲରେ ସେ ନିଜ କାର୍ଯ୍ୟକାଳ ଶେଷ କରିଛନ୍ତି ।

ତେଣୁ ଫେୟାରୱେଲ ସମୟରେ ପିଲାମାନେ ନିଜ ପ୍ରିୟ ଶିକ୍ଷକଙ୍କୁ ଛାତିରେ ଲଗାଇ କାନ୍ଦିବାକୁ ଲାଗିଥିଲେ । ଏହି ଦୃଶ୍ୟ ଭାରତର ଗୁରୁ- ଶିଷ୍ୟ ପରମ୍ପରାକୁ ପୁଣି ଥରେ ପ୍ରମାଣିତ କରି ଦେଖାଇଛି । ଯାହାକୁ ଦେଖି ସୋସିଆଲ ମିଡିଆରେ ସମସ୍ତେ ଭାବବିହ୍ଵଳ ହୋଇ ପଡୁଛନ୍ତି । ପିତାମାତାଙ୍କ ପରେ ଗୁରୁ ହିଁ ପିଲାଙ୍କର ପ୍ରଥମ ଶିକ୍ଷକ । ସ୍କୁଲରୁ ଆମ ଜୀବନର ମୂଳଦୁଆ ପଡିବା ଆରମ୍ଭ ହୋଇଥାଏ ।

ଆଉ ସ୍କୁଲ ଜୀବନର ସବୁକିଛି ଓ ପ୍ରତ୍ଯେକ ଶିକ୍ଷକ ଖୁବ ଖାସ ହୋଇଥାନ୍ତି । ସେ ଆମକୁ ଅନ୍ଧକାରରୂ ଆଲୋକର ପଥ ଦେଖାଇଥାନ୍ତି । ସେଥିପାଇଁ ଗୁରୁଙ୍କ ସ୍ଥାନ ସ୍ଵତନ୍ତ୍ର । ଉତ୍ତର ପ୍ରଦେଶ ଚେଙ୍ଗଲର ଏକ ସ୍କୁଲର ଏହି ଭିଡିଓ ସମସ୍ତଙ୍କୁ ଭାବୁକ କରି ଦେଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।