ଶୁନଶାନ ହେଲା ଉହାନ, ନିଜ ଦେଶରେ ହିଁ ଅଛୁତ ହେଲେ ସହରର ଲୋକମାନେ, ଏପଟେ ଦେଖାଗଲା କୋରୋନାର ଭୟ, ଜାପାନ ୩୫୦୦ ଯାତ୍ରୀଙ୍କୁ ହିଁ ଛାଡି ଦେଲା ଜାହାଜରେ

ଖାଲି ରାସ୍ତା, ଖାଲି ଶପିଂଗ ମଲ, ଖାଲି ପାର୍କ, ଖାଲି ମେଟ୍ରୋ, ଏୟାରପୋର୍ଟରେ ଖାଲି ପଡିଥିବା ଚେୟାର, ଶୁନଶାନ ପଡିଥିବା ଖେଳ ପଡିଆ ଓ ପୋଲ ଗୁଡିକ ଉପରେ ଯିବା ଆସିବା କରୁଥିବା ଆମ୍ବୁଲେନ୍ସ ଗାଡି ସବୁ ବର୍ତ୍ତମାନ ଉହାନର ପରିଚୟ ହୋଇ ଯାଇଛି । କୋରୋନା ଭାଇରସ ପାଇଁ ପୁରା ଦୁନିଆ ଭୟଭୀତ ଅବସ୍ଥାରେ ଅଛି । ଅବସ୍ଥା ଏତେ ଖରାପ ହୋଇଯାଇଛି କି ଉହାନର ଲୋକମାନେ ନିଜ ଦେଶରେ ହିଁ ଅଛୁତ ହୋଇ ଯାଉଛନ୍ତି ।

ଉହାନର ଲୋକମାନଙ୍କୁ ଖୋଜିବା ପାଇଁ ଚୀନର ସରକାର ପୁରଷ୍କାର ବି ଘୋଷଣା କରିଛନ୍ତି । ଯେଉଁଠି ଗୋଟିଏ ପଡୋଶୀ ହିଁ ଅନ୍ୟ ପଡୋଶୀର ଶତୃ ହୋଇ ଯାଉଛି । ଏହା ଛଡା ଆପଣଙ୍କୁ କହିଦେଉଛୁ କି ଚୀନରେ କୋରୋନା ଭାଇରସ ଦ୍ଵାରା ମୃତ୍ୟୁ ବରଣ କରିଥିବା ଲୋକଙ୍କ ସଂଖ୍ୟା ୫୦୦ ପାଖାପାଖି ଅଟେ । ଚୀନରେ ସବୁ ଚେହେରାର ସ୍କାନ କରା ଯାଉଛି, ଏହା ସହିତ ଉହାନର ଲୋକମାନଙ୍କ ଲିସ୍ଟ ବି ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

କୋରୋନାକୁ ଅଟକାଇବା ପାଇଁ ଚୀନ ସରକାର ପୁରା ଦେଶରେ ସର୍ବିଲାଂସ ନେଟୱର୍କ ରଖିଛନ୍ତି । ଯାହା ଚେହେରାକୁ ଚିହ୍ନିବାରେ ସାହାର୍ଯ୍ୟ କରିବ । ଏତିକି ନୁହେଁ ସରକାର ଏମିତି ବହୁତ ଜାଲ ବିଛାଇ ରଖିଛନ୍ତି ଯାହା ଦ୍ଵାରା ଲୋକମାନେ ସେହି ଜାଲରେ ଫସିଯିବେ । ଉହାନରୁ ଫେରିଥିବା ନାଗରିକମାନଙ୍କ ଲିସ୍ଟ ବି ଚୀନ ର ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

୨୦ ହଜାର ମାମଲାର ପୃଷ୍ଟି

ଚୀନ ସରକାର ଠାରୁ ମିଳିଥିବା ସୂଚନା ଅନୁସାରେ, ଦେଶରେ କୋରୋନା ଭାଇରସ ର ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ହଜାରରୁ ବି ଅଧିକ ମାମଲାର ପୃଷ୍ଟି ହୋଇ ସାରିଛି । ଏହା ଛଡା ଆପଣଙ୍କୁ କହିଦେଉଛୁ କି କୋରୋନା ଭାଇରସ କାରଣରୁ ଚୀନକୁ ୧୦ଲକ୍ଷ କୋଟି ଟଙ୍କାର କ୍ଷତି ହୋଇଛି ଓ ପ୍ରାୟତଃ ବ୍ୟପାର ବନ୍ଦ ମଧ୍ୟ ହୋଇ ଯାଇଛି ।

ଜାପାନ ୩୫୦୦ ଯାତ୍ରୀମାନଙ୍କୁ ଜାହାଜରେ ଛାଡିଦେଲା

ହଂଗକଂଗ ରେ ୮୦ ବର୍ଷୀୟ ଜଣେ ବ୍ୟକ୍ତିଙ୍କୁ କୋରୋନା ଦ୍ଵାରା ସଂକ୍ରମିତ ପାଇ ଜାପାନ ୩୫୦୦ ଲୋକଙ୍କୁ ନେବାକୁ ଯାଇଥିବା କ୍ରୂଜକୁ ବନ୍ଦରରେ ହିଁ ଅଟକାଇ ଦେଲା । ସବୁ ଯାତ୍ରୀମାନଙ୍କର ପରୀକ୍ଷଣ କରାଯାଉଛି । ସବୁ ଯାତ୍ରୀମାନଙ୍କୁ ଜାହାଜର ରୁମ ମଧ୍ୟରେ ରହି ଭାଇରସର ଯାଞ୍ଚ ପାଇଁ ଅପେକ୍ଷା କରିବା ପାଇଁ କୁହାଯାଉଛି । ଜାପାନୀ ଅଧିକାରୀମାନଙ୍କୁ ସେହି କୃଜକୁ ବନ୍ଦରରେ ଅଲଗା ରଖିବାକୁ କୁହାଯାଇଛି ।