ପୃଥିବୀ ଓ ମୟଙ୍କଙ୍କ ନାମରେ ଅନୋଖା ରେକର୍ଡ, ଭାରତୀୟ ଇତିହାସରେ କେବଳ ଚତୁର୍ଥ ଥର ହେଲା ଏମିତି

ଭାରତୀୟ କ୍ରିକେଟ ଟିମରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ହୋଇଥିବା ୱାନଡେ ମ୍ୟାଚରେ ଏକ ନୂଆ ଓପନିଂ ଯୋଡିକୁ ଫିଲ୍ଡକୁ ପଠାହୋଇଥିଲା । ତିନୋଟି ମ୍ୟାଚର ୱାନଡେ ସିରିଜର ପ୍ରଥମ ମ୍ୟାଚରେ ଟିମ ଭାରତ ପୃଥ୍ଵୀ ଶ ଓ ମୟଙ୍କ ଅଗ୍ରୱାଲଙ୍କ ଓପନିଂ ଯୋଡି ରୂପେ ମଇଦାନକୁ ପଠାଇଥିଲେ । ଏହି ଦୁଇଟି ବ୍ୟାଟ୍ସ ମ୍ୟାନ ଏହି ୱାନଡେ ମ୍ୟାଚରେ ନିଜର ଡେବ୍ୟୁ କରିଥିଲେ । ଏହି ଦୁଇଟି ବ୍ୟାଟ୍ସମ୍ୟାନ ୱାନଡେ ରେ ଏପରି ପଦର୍ଶନ କଲେ, ଯାହାଫଳରେ ଭାରତୀୟ କ୍ରିକେଟ ଟିମ ତୃତୀୟ ଥର ୱାନଡେ ମ୍ୟାଚର ଇତିହାସ ରଚିଛି ।


ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନୋଟି ମ୍ୟାଚ ବିଶିଷ୍ଟ ୱାନଡେ ସିରିଜର ପ୍ରଥମ ମ୍ୟାଚଟି ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ଏକ ସ୍ମୃତି ହୋଇରହିଗଲା । ପୃଥ୍ଵୀ ଓ ମୟଙ୍କ ଅଗ୍ରୱାଲ ଭାରତ ତରଫରୁ ଏହି ମ୍ୟାଚରେ ନିଜର ପ୍ରଥମ ୱାନଡେ ମ୍ୟାଚ ଖେଳିଥିଲେ । ଡେବ୍ୟୁ କରିଥିବା ଏହି ବ୍ୟାଟ୍ସମ୍ୟାନ ଦୁଇଜଣ ଟିମ ପ୍ରତି ଥିବା ନିଜର ଦାଇତ୍ଵକୁ ବହୁତ ଭଲ ଭାବରେ ସମ୍ଭାଳି ଥିଲେ । ରୋହିତ ଶର୍ମା ଓ ଶିଖର ଧବନ ନଥିଲେ ମଧ୍ୟ ତାଙ୍କ ସ୍ଥାନରେ ଭାରତୀୟ ଟିମର ଏହି ଦୁଇଜଣ ଖେଳାଳି ଖେଳର ବହୁତ ଭଲ ଆରମ୍ଭ କରିଥିଲେ ।

ଭାରତୀୟ ୱାନଡେ ଇତିହାସରେ ଚତୁର୍ଥ ଥର ଏମିତି ହୋଇଛି


ପୃଥ୍ଵୀ ଓ ମୟଙ୍କ ଭାରତୀୟ କ୍ରିକେଟ ଟିମର ପ୍ରଥମ ପାରିରେ ଓପନିଂ କରିଥିଲେ । ଏହା ଭାରତୀୟ ୱାନଡେ ର ଇତିହାସରେ ଚତୁର୍ଥ ଥର ଏମିତି ହୋଇଛି କି ଦୁଇଟି ଡେବ୍ୟୁ କରିଥିବା ବ୍ୟାଟ୍ସମ୍ୟାନ ଓପନିଂ କରିଛନ୍ତି । ୧୯୪୭ ମସିହାରେ ଇଂଲଣ୍ଡ ବିରୁଦ୍ଧରେ ହୋଇଥିବା ମ୍ୟାଚରେ ସୁନୀଲ ଗାବସ୍କର ଓ ସୁଧୀର ନାୟକ ପ୍ରଥମେ ଭାରତୀୟ ପାରିର ଆରମ୍ଭ କରିଥିଲେ । ଏହି ଦୁଇଜଣ ଖେଳାଳିଙ୍କର ତାହା ପ୍ରଥମ ୱାନଡେ ମ୍ୟାଚ ଥିଲା ।

୧୯୭୬ ମସିହାରେ ଦିଲୀପ ବ୍ୟାଙ୍ଗସରକାର ଓ ପାର୍ଥ ସାର୍ଥୀ ମିଶି ଭାରତୀୟ ପାରିର ଆରମ୍ଭ କରିଥିଲେ । ଏହି ଦୁଇଜଣ ଖେଳାଳିଙ୍କର ଏହି ୱାନଡେ ମ୍ୟାଚ ମଧ୍ୟ ଡେବ୍ୟୁ ମ୍ୟାଚ ଥିଲା । ଏହାପରେ ୨୦୧୬ ମସିହାରେ ଜିମ୍ବାୱେ ବିପକ୍ଷରେ ଭାରତ ତରଫରୁ କେଏଲ ରାହୁଲ ଓ କରୁଣ ନାୟର ୱାନଡେରେ ଡେବ୍ୟୁ କରିଥିଲେ । ଏହି ଦୁଇଜଣ ସେହି ସମୟରେ ଭାରତୀୟ ପାରିର ଆରମ୍ଭ କରିଥିଲେ ।