ବନ୍ଧୁଗଣ ଦୁନିଆରେ ସମସ୍ତଙ୍କ ମସ୍ତିସ୍କ ଏକା ଭଳି କାମ କରିନଥାଏ । ବହୁତ ଲୋକ ନକାରାତ୍ମକ ସ୍ଵଭାବର ହୋଇଥିବା ବେଳେ ଅନେକ ଲୋକ ସକାରାତ୍ମକ ସ୍ଵଭାବର ହୋଇଥାନ୍ତି । ତେବେ ଏହାର ଅର୍ଥ ଏହା ନୁହେଁ, ଯେ ସକାରାତ୍ମକ ବ୍ୟକ୍ତି ଭିତରେ କୌଣସି ପ୍ରକାର ନକାରାତ୍ମକତା ନାହିଁ କି ନକାରାତ୍ମକ ବ୍ୟକ୍ତି ଭିତରେ ସକାରାତ୍ମକ ଊର୍ଜା ନାହିଁ । ତେବେ ଏହା ସବୁ ଆମ କନସିଅସ ଓ ସବକନସିଅସ ମାଇଣ୍ଡ କଣ୍ଟ୍ରୋଲ କରିଥାଏ । ଆଜି ଆମେ ଆପଣଙ୍କୁ ରାତିରେ ଶୋଇବା ଆଗରୁ ଏମିତି କିଛି ଅଭ୍ଯାସ ବିଷୟରେ କହିବାକୁ ଯାଉଛୁ ଯାହା କରିବା ଦ୍ଵାରା ଆପଣଙ୍କ ଜୀବନ ସମ୍ପୂର୍ଣ ରୂପରେ ବଦଳିଯିବ ଓ ଆପଣଙ୍କୁ ବହୁତ ସଫଳତା ମଧ୍ୟ ପ୍ରାପ୍ତ ହେବ ।
ତେବେ ଆସନ୍ତୁ ଜାଣିବା ଏହି ଅଭ୍ଯାସ ବିଷୟରେ ଏହି ଅଭ୍ଯାସ ଦ୍ଵାରା ଆପଣଙ୍କ ସବୁ ଚିନ୍ତା ଦୂର ହୋଇପାରିବ । ତେବେ ବିଜ୍ଞାନର ଅଧ୍ୟୟନ ଅନୁଯାଇ ଏହା ଜଣା ପଡିଛି ଯେ ଆମ କନସିଅସ ମାଇଣ୍ଡ ଆମ ମୁଣ୍ଡର କେବଳ ୫% ବୁଦ୍ଧି ବ୍ୟବହାର କରିଥାଏ ଓ ଆମ ସବକନସିଅସ ମାଇଣ୍ଡ ଆମ ମସ୍ତିସ୍କ ୯୫% ବ୍ୟବହାର କରିଥାଏ । ତେବେ ଆମ ମସ୍ତିସ୍କ ଯେତେ କନସିଅସ ମାଇଣ୍ଡ କଥା ଜାଣିଥାଏ ତା’ ଠାରୁ ଅଧିକ ସବକନସିଅସ ମସ୍ତିସ୍କ ତାକୁ କହିଥାଏ ।
ସେଥିପାଇଁ ଯେଉଁ ଲୋକଙ୍କ ସବକନସିଅସ ମାଇଣ୍ଡରେ କିଛି ନକରାତ୍ମକତା ରହିଥାଏ, ଏହି ଭଳି ଲୋକ ନକାରାତ୍ମକ ହୋଇଥାନ୍ତି ଓ ତାଙ୍କ ମସ୍ତିସ୍କ ତାଙ୍କୁ ଏହା ସଠିକ ବୋଲି ପ୍ରମାଣିତ ମଧ୍ୟ କରିଥାଏ । ତେବେ ଯେଉଁ ଲୋକ ନିଜ ସବକନସିଅସ ମାଇଣ୍ଡରେ ସକାରାତ୍ମକ ଭାବ ରଖିଥାନ୍ତି ଏହି ଭଳି ଲୋକ ସକାରାତ୍ମକ ସ୍ଵଭାବର ହୋଇଥାନ୍ତି ଓ ତାଙ୍କର ଭଲ ଅଭ୍ଯାସ ସବୁ ରହିଥାଏ ।
ତେବେ ରାତିରେ ଶୋଇବା ଆଗରୁ ଆମକୁ ନିଜ ସଫଳତା ଓ ଯାହା ଆମେ ଜୀବନରେ ପାଇବା ପାଇଁ ଚେଷ୍ଟା କରୁଅଛୁ ତାହା ବିଷୟରେ ପଜିଟିଭ ଭାବନା ରଖିବା ଉଚିତ । କାରଣ ଏହା କରିବା ଦ୍ଵାରା ଆମ ସବକନସିଅସ ମାଇଣ୍ଡ ଏହାକୁ କ୍ୟାପଚର କରିଥାଏ ଓ ସକାଳେ ଉଠିବା ସମୟରେ ଆମକୁ ଏହା ମନେ ପକାଇଥାଏ ତେବେ ଯଦି ରାତିରେ ଶୋଇଲା ବେଳେ ଆପଣ କିଛି ନକାରାତ୍ମକ ଚିନ୍ତା କରିଛନ୍ତି ଯେ ମୁଁ ସବୁବେଳେ ଅସଫଳ ହେଉଛି ।
ଏହିପରି କିଛି ବି ନେଗେଟିଭ କଥା ଯଦି ଆପଣଙ୍କ ମାଇଣ୍ଡକୁ ଆସୁଛି । ତେବେ ସେ କ୍ଷେତ୍ରରେ ଅସଫଳ ହେବାର ସମ୍ଭାବନା ରହିଥାଏ । କିନ୍ତୁ ଯଦି ଆପଣ ସଫଳ ହୋଇବେ ବୋଲି ଆପଣଙ୍କ ମାଇଣ୍ଡ କହିଥାଏ ତେବେ ଆପଣଙ୍କ ସଫଳ ହେବାର ଚାନ୍ସ ବଢିଥାଏ ।
ସେଥିପାଇଁ ପ୍ରତିଦିନ ନିଜ ବିଷୟରେ ଓ ନିଜ ସ୍ଥିତି ବିଷୟରେ ଭଲ ଚିନ୍ତା କରି ଶୋଇବା ଉଚିତ । ଯାହାଦ୍ୱାରା ଧୀରେ ଧୀରେ ଆପଣଙ୍କ ମସ୍ତିଷ୍କରେ ଭଲ ଚିନ୍ତାଧାରାର ପ୍ରଭାବ ପଡିବା ସହ ଆପଣଙ୍କ ସହ ସବୁକିଛି ଭଲ ହେବାକୁ ଲାଗିବ । ବନ୍ଧୁଗଣ ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍ ଓ ଶେୟାର କରନ୍ତୁ ।