ଶିଖର ଧବନ ବହୁତ ଧନୀ, ସମ୍ପତ୍ତି ବିଷୟରେ ଜାଣିଲେ ଆପଣ ଚମକି ପଡିବେ

ଭାରତୀୟ କ୍ରିକେଟ ଜଗତରେ ଶିଖର ଧବନ ଜଣେ ଆଗ ଧାଡ଼ିର କ୍ରିକେଟ ଖେଳାଳି ଅଟନ୍ତି । ସାଧାରଣ ଭାବରେ ସମସ୍ତେ ତାଙ୍କୁ ଗବର ନାମରେ ମଧ୍ୟ ଜାଣନ୍ତି । ଦିଲ୍ଲୀରେ ରହୁଥିବା ଏହି ଖେଳାଳି କ୍ରିକେଟ ଖେଳରେ ବହୁତ ପ୍ରସିଦ୍ଧ ହୋଇଛନ୍ତି । ବର୍ତ୍ତମାନ ସମୟରେ ତାଙ୍କର ଗଣନା ଭାରତୀୟ ଟପ ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ହୋଇଥାଏ । ଶିଖର ଧବନଙ୍କ ଜନ୍ମ ୫ ଡିସେମ୍ବର ୧୯୮୨ ରେ ହୋଇଥିଲା । ତାଙ୍କର ପରିବାର ବ୍ୟବସାୟ ସହ ଜଡିତ ଅଟନ୍ତି ।

ଶିଖର ଧବନ ପଞ୍ଜାବୀ ପରିବାରର ଜନ୍ମ ଗ୍ରହଣ କରିଛନ୍ତି । ଶିଖର ଧବନ ସେତେବେଳେ ଲୋକଲୋଚନକୁ ଆସିଲେ ଯେତେବେଳେ ୨୦୦୪ ମସିହାରେ ଭାରତ କ୍ରିକେଟ ଜଗତର ୧୯ବର୍ଷରୁ କମ ଖେଳାଳିମାନଙ୍କ ଟିମରେ ତାଙ୍କର ଚୟନ ହୋଇଥିଲା ।

୨୦୦୪ ମସିହାରେ ୧୯ ବର୍ଷରୁ କମ କ୍ରିକେଟ ଟିମ ବିଶ୍ୱକପରେ ସେ ନିଜର ୭ ଟି ପାରି ରେ ୫୦୫ ରନ କରିଥିଲେ । ତାଙ୍କର ଏହି ପ୍ରଦର୍ଶନ ସତ୍ବେ ବି ଭାରତୀୟ କ୍ରିକେଟ ଟିମରେ ଆସିବ ପାଇଁ ତାଙ୍କୁ ବହୁତ ସମୟ ଅପେକ୍ଷା କରିବାକୁ ପଡିଥିଲା । ଆପଣଙ୍କୁ କହିଦେଉଛୁ କି ଭାରତୀୟ କ୍ରିକେଟର ଓପନିଙ୍ଗ ବ୍ୟାଟ୍ସମ୍ୟାନ ଶିଖର ଧବନଙ୍କ କ୍ରିକେଟ କ୍ୟାରିୟର ଯେତିକି ଲୋକପ୍ରିୟ ଅଟେ ପାଖାପାଖି ସେତିକି ଲୋକପ୍ରିୟ ତାଙ୍କର ପ୍ରେମ କାହାଣୀ ବି ଅଟେ ।

ଶିଖର ଧବନ ନିଜ ଠାରୁ ୧୦ ବର୍ଷ ବଡ ଦୁଇଟି ପିଲାର ମା ଥିବା ଆୟଶା ମୁଖର୍ଜୀଙ୍କୁ ବିବାହ କରିଛନ୍ତି । ଯିଏକି ଅଧା ବଙ୍ଗାଳୀ ଓ ଅଧା ବ୍ରିଟିଶ ଅଟନ୍ତି । ବିବାହ ପରେ ଆୟଶା ମୁଖର୍ଜୀ ସବୁବେଳେ ଖେଳରେ ଧବନଙ୍କ ଉତ୍ସାହ ବଢାଉଥିବାର ନଜର ଆସିଥାନ୍ତି । ଆପଣଙ୍କୁ କହିଦେଉଛୁ କି ଶିଖର ଧବନ ବିସିସିଆଇ ଠାରୁ ସବୁଠୁ ଅଧିକ ସ୍ୟାଲେରୀ ନେଉଥିବା କ୍ରିକେଟରଙ୍କ ମଧ୍ୟରୁ ଜଣେ ଅଟନ୍ତି । ସେ ଗ୍ରେଡ଼ A କ୍ୟାଟେଗୋରୀରେ ଆସିଥାନ୍ତି ।

ଏହି କ୍ୟାଟେଗୋରୀ କ୍ରିକେଟ ଖେଳାଳିଙ୍କୁ ବିସିସିଆଇ ୫ କୋଟି ଟଙ୍କା ବର୍ଷକୁ ଦେଇଥାଏ । ଏମିତିରେ ଯଦି ତାଙ୍କର ମୋଟ ସମ୍ପତ୍ତି ବିଷୟରେ କହିବା ତେବେ ମିଡିଆ ରିପୋର୍ଟ ଅନୁସାରେ ଶିଖର ଧବନଙ୍କ ପାଖରେ ପାଖାପାଖି ୯୮କୋଟି ଟଙ୍କାର ସମ୍ପତି ଅଛି । ଶିଖର ଧବନଙ୍କ ପାଖରେ ଲକଜରୀୟସ କାର ମରସିଡିସ ବେଞ୍ଚ ଅଛି ଯାହାର ମୂଲ୍ୟ ୮୦ ଲକ୍ଷ ଟଙ୍କା ଅଟେ ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।