Chanaky Niti; – ଶତ୍ରୁକୁ ପରାସ୍ତ କରିବାର ରାମବାଣ ଭଳି ଉପାୟ ! ସବୁ ଶତ୍ରୁ ଜୀବନରୁ ଦୂରେଇ ଯିବେ…

ବନ୍ଧୁଗଣ ଚାଣକ୍ୟ ନୀତି ଚାଣକ୍ୟଙ୍କ ଦ୍ଵାରା ରଚିତ ଏକ ନୀତିଗ୍ରନ୍ଥ ଅଟେ । ଯାହାକି ମାନବ ସମାଜକୁ ସୁଖ ଓ ଶାନ୍ତିରେ ଚଳିବା ପାଇଁ ଅନେକ ମହତ୍ଵପୂର୍ଣ୍ଣ ଟିପ୍ସ ଦିଆଯାଇଥାଏ । ଯାହାର ପାଳନ କରି ବ୍ୟକ୍ତି ନିଜ ଲାଇଫରୁ ସମସ୍ଯା ରୂପକ ଅନ୍ଧକାରକୁ ଦୂର କରି ଖୁସିର ଆଲୋକ ଆଣିପାରିବ । ତେବେ ବନ୍ଧୁଗଣ ଆଚାର୍ଯ୍ୟ ନିଜ ଗ୍ରନ୍ଥରେ ଲେଖିଛନ୍ତି । ଯେ ପ୍ରତ୍ଯେକ ମନୁଷ୍ୟକୁ ନିଜ କ୍ରୋଧକୁ ପ୍ରଥମେ କାବୁକୁ ଆଣିବାକୁ ପଡିବ । କାରଣ କ୍ରୋଧ ହେଉଛି ବ୍ୟକ୍ତିର ପରମ ଶତୃ ।

ରାଗ ସମୟରେ ବ୍ୟକ୍ତିର ଶକ୍ତି ଓ ବିବେକ ଅଧା ହୋଇଯାଇଥାଏ । କ୍ରୋଧିତ ଅବସ୍ଥାରେ ବ୍ୟକ୍ତି କେଉଁ ସବୁ ଭୁଲ କି ଠିକ କାର୍ଯ୍ୟ କରିଦେଇଥାଏ ସେ ନିଜେ ମଧ୍ୟ ସେହି ସମୟରେ ଜାଣି ପାରିନଥାଏ । ଯଦି ଆପଣଙ୍କର କେହି ଶତ୍ରୁ ଥାଆନ୍ତି । ତେବେ ସେମାନଙ୍କୁ ପରାସ୍ତ କରିବା ପାଇଁ ଆପଣଙ୍କୁ କିଛି ବିଶେଷ କଥା ଉପରେ ଧ୍ୟାନ ରଖିବାକୁ ପଡିବ । ଶତ୍ରୁ ଅନେକ ସମୟରେ ଭଲ ଲୋକର ଖରାପ କରିବାକୁ ଚେଷ୍ଟା କରିଥାଏ ।

ଏପରିକି ଭଲ ବ୍ୟକ୍ତିକୁ ଖରାପ ମାର୍ଗରେ ପରିଚାଳିତ କରିବା ପାଇଁ ଉସକେଇଥାଏ । ଶତ୍ରୁ ଏପରି କିଛି କାର୍ଯ୍ୟ କରିବ । ଯାହା ଦ୍ଵାରା ବ୍ୟକ୍ତିକୁ ରାଗ ଆସିବ । ସେହି କ୍ରୋଧିତ ଅବସ୍ଥାରେ ଆପଣ ନିଜର ହିତାହିତ ଜ୍ଞାନ ଭୁଲି କିଛି ଭୁଲ କରିବସିବେ । ଯାହାର ଫାଇଦା ଆପଣଙ୍କର ଶତ୍ରୁ ଉଠାଇ ଆପଣର କ୍ଷତି କରିବ । ତେଣୁ ଯେତେବେଳେ ଆପଣଙ୍କ ଶତ୍ରୁ ଆପଣଙ୍କର ଅନିଷ୍ଟ କି ଆପଣଙ୍କର ନିନ୍ଦା କରୁଛି । ବା ଆପଣଙ୍କୁ ଖରାପ କାର୍ଯ୍ୟ କରିବାକୁ କହୁଛି ।

 

ତେବେ ଆପଣ ରାଗ ବଶତଃ ସଙ୍ଗେ ସଙ୍ଗେ ପ୍ରତିକ୍ରିୟାଶୀଳ ହୋଇପଡନ୍ତୁ ନାହିଁ । ଆପଣ ନିଜର କ୍ରୋଧକୁ ନିଜ ମଧ୍ୟରେ ସଂଯମ କରିବା ପାଇଁ ଚେଷ୍ଟା କରନ୍ତୁ । ତାପରେ ଉଚିତ ସମୟରେ ଶତ୍ରୁ ଉପରେ ଉଚିତ ପ୍ରହାର କରନ୍ତୁ । ଯେଉଁ ବ୍ୟକ୍ତିଙ୍କ ସ୍ଵଭାବ ଖରାପ ଅଟେ । ଆପଣ ଆକୁ ଯେତେ ବଦଳାଇବାକୁ ଚେଷ୍ଟା କରିଲେ ବି ସେ ନିଜର ସ୍ଵଭାବକୁ ବଦଳାଇ ନଥାଏ ।

ହେଲେ ଏହିପରି ବ୍ୟକ୍ତି ଠାରୁ ଆପଣ ଦୂରେଇକି ରୁହନ୍ତୁ । ନଚେତ ତାକୁ ତାହାର ବ୍ୟବହାର ଓ କର୍ମ ଅନୁଯାଇ ଉଚିତ ଶାସ୍ତି ଦେବାକୁ ଚେଷ୍ଟା କରନ୍ତୁ । ହେଲେ ଶତ୍ରୁକୁ ଶାସ୍ତି ରୂପେ ଏପରି ପ୍ରହାର କରନ୍ତୁ । ସେ ଯେମିତି ଜୀବନରେ ଆପଣଙ୍କ ସହ କିଛି ଭୁଲ କରିବାକୁ କି ଆପଣଙ୍କ ବିଷୟରେ ଅନିଷ୍ଠ ଚିନ୍ତା କରିବା ପୂର୍ବରୁ ଶହେ ଥର ଭାବିବ ।

ହେଲେ ଯେକୌଣସି କାର୍ଯ୍ୟ କରିବା ପୂର୍ବରୁ ଉତ୍ତମ ରୂପେ ଭାବି ବୁଝି ବିଚାରୀ କରନ୍ତୁ । କୌଣସି କାର୍ଯ୍ୟକୁ କିନ୍ତୁ ରାଗ ତମତମ ହୋଇ ତରବର ଭାବେ କରନ୍ତୁ ନାହିଁ । ପୋଷ୍ଟଟି ଭଲ ଲାଗିଥିଲେ । ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ