ଶାସ୍ତ୍ର ଅନୁସାରେ ସର୍ବ ପ୍ରଥମେ କିଏ କାହାକୁ ରାକ୍ଷୀ ବାନ୍ଧିଥିଲେ ? ଜାଣନ୍ତୁ ରାକ୍ଷୀ ପୂର୍ଣ୍ଣିମା ସମ୍ବଦ୍ଧିତ ଅନେକ ପ୍ରଶ୍ନର ଉତ୍ତର !

ଆମର ନୀତିଦିନିଆ ଜୀବନରେ ଅନେକ ପ୍ରକାର ଜ୍ଞାନର ବହୁତ ଆବଶ୍ୟକତା ରହିଛି । ଯାହାକି ଆମକୁ ବହୁତ କିଛି କାମରେ ସାହାଜ୍ଯ କରିଥାଏ । କାରଣ ଏହି ସବୁ ଜ୍ଞାନ ହିଁ ଆମକୁ ଆଗକୁ ବଢାଇବା ତଥା ଉନ୍ନତି କରାଇବାରେ ସାହାଜ୍ଯ କରିଥାଏ । ସେଥିପାଇଁ ଆମ ମାନଙ୍କୁ ସାଧାରଣ ଜ୍ଞାନ ଜାଣିବା ବହୁତ ଦରକାରୀ ଅଟେ । ତେବେ ବିଭିନ୍ନ ପ୍ରକାର ବିଷୟବସ୍ତୁକୁ ଭିତ୍ତି କରି ସାଧାରଣ ଜ୍ଞାନର ପ୍ରସ୍ତୁତ କରାଯାଇଥାଏ । ତେବେ ଆଜି ଚାଲନ୍ତୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା  ତଥା ରକ୍ଷା ବନ୍ଧନ ସମ୍ବଧିତ କିଛି ସାଧାରଣ ଜ୍ଞାନର ପ୍ରଶ୍ନ ବିଷୟରେ ଆଲୋଚନା କରି ଜାଣିବା ।

1; – ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ ରାକ୍ଷୀ ପୂର୍ଣ୍ଣିମା କେଉଁ ମାସରେ ପଡିଥାଏ ?

ଉତ୍ତର;-ହିନ୍ଦୁ କ୍ଯାଲେଣ୍ଡର ଅନୁସାରେ ରାକ୍ଷୀ ପୂର୍ଣ୍ଣିମା ଶ୍ରାବଣ ମାସରେ ପଡିଥାଏ ।

2; – କେଉଁ ଠାକୁରଙ୍କର ଜନ୍ମଦିନକୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ ?

ଉତ୍ତର;- ପ୍ରଭୁ ବଳଭଦ୍ରଙ୍କ ଜନ୍ମଦିନକୁ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ରୂପେ ପାଳନ କରାଯାଇଥାଏ ।

3; – କେଉଁ ହିନ୍ଦୁ ରାଣୀ ପ୍ରଥମେ ନିଜେ ଏକ ହିନ୍ଦୁ ହୋଇ ସୁଦ୍ଧା ଏକ ମୁସଲମାନ ରାଜାଙ୍କୁ ରାକ୍ଷୀ ପଠାଇଥିଲେ ?

ଉତ୍ତର;- ରାଣୀ କର୍ଣ୍ଣାବତୀ ଏକ ହିନ୍ଦୁ ରାଣୀ ହୋଇ ସୁଦ୍ଧା ପ୍ରଥମେ ଏକ ମୁସଲମାନ ରାଜାଙ୍କୁ ରାକ୍ଷୀ ପଠାଇଥିଲେ ।

4; – କେଉଁ ପଶୁକୁ ରାକ୍ଷୀ ପୂର୍ଣ୍ଣିମାରେ ପୂଜା କରାଯାଏ ?

ଉତ୍ତର;- ବଳଦ ଏବଂ ଗୋମାତାକୁ ମଧ୍ୟ ରାକ୍ଷୀ ପୂର୍ଣ୍ଣିମାରେ ପୂଜା କରାଯାଏ ?

5; – କେଉଁ ପୁରାଣରେ ସର୍ବ ପ୍ରଥମେ ରାକ୍ଷୀ ବନ୍ଧନର ବର୍ଣ୍ଣନା କରାଯାଇଛି ?

ଉତ୍ତର;- ବିଷ୍ଣୁ ପୁରାଣରେ ସର୍ବ ପ୍ରଥମେ ରାକ୍ଷୀ ବନ୍ଧନର ବିଷୟରେ ବର୍ଣ୍ଣନା କରାଯାଇଛି ।

6; – ବିଶନୁ ପୁରାଣ ଅନୁସାରେ ସର୍ବପ୍ରଥମେ କିଏ କାହାକୁ ରାକ୍ଷୀ ବାନ୍ଧିଥିଲେ ?

 

ଉତ୍ତର;- ବହୁ ପୁରାତନ ପୁରାଣ ଲେଖା ଅନୁସାରେ ସର୍ବ ପ୍ରଥମେ ମାତା ଲକ୍ଷ୍ମୀ ରାଜା ବଳିଙ୍କୁ ରାକ୍ଷୀ ବାନ୍ଧିଥିଲେ ।

7; – ଦକ୍ଷିଣ ଭାରତରେ ରାକ୍ଷୀ ପୂର୍ଣ୍ଣିମା ବା ରକ୍ଷା ବନ୍ଧନକୁ କେଉଁ ନାମରେ ପାଳନ କରାଯାଏ ?

ଉତ୍ତର;- ଦକ୍ଷିଣ ଭାରତରେ ରକ୍ଷା ବନ୍ଧନକୁ ଅଭନୀ ଅଭିତମ ବା ଉପକ୍ରମ ନାମରେ ପାଳନ କରାଯାଇଥାଏ ।

8; – ରାକ୍ଷୀ ବନ୍ଧନର ଅବସରରେ କିଏ କାହାକୁ ରାକ୍ଷୀ ବାନ୍ଧିଥାଏ ?

ଉତ୍ତର;- ରାକ୍ଷୀ ବନ୍ଧନରେ ଜଣେ ଭାଇକୁ ତା’ ର ଭଉଣୀ ରାକ୍ଷୀ ବାନ୍ଧିଥାଏ ।

9; – ଜଣେ ଭଉଣୀ କେଉଁ କାରଣରୁ ତା’ ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ?

ଉତ୍ତର;- ଜଣେ ଭଉଣୀ ନିଜର ସୁରକ୍ଷା ନିମନ୍ତେ ନିଜର ଭାଇ ହାତରେ ରାକ୍ଷୀ ବାନ୍ଧିଥାଏ ।

 

ଯଦି ଏହି ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆଗକୁ ଏହିଭଳି ସାଧାରଣ ଜ୍ଞାନ ସମ୍ବଧିତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିଥାନ୍ତୁ । କମେଣ୍ଟରେ ଆପଣଙ୍କର ମତାମତ ମଧ୍ୟ ଆମକୁ ଜଣାନ୍ତୁ । ଏଥିସହ ଆମ ପେଜକୁ ଲାଇକ୍, ଓ ଶେୟାର କରନ୍ତୁ । ଧନ୍ୟବାଦ