ଶାଶୁଘରେ ଏମିତି କଟିଥିଲା Tulasi ଓରଫ Swetalina ଙ୍କ ପ୍ରଥମ ଦିନ, ଦେଖନ୍ତୁ video

ଓଡିଆ ଟିଭି ଜଗତର ଲୋକପ୍ରିୟ ଅଭିନେତ୍ରୀ ଶ୍ବେତଲିନା ଭଟ୍ଟାଚାର୍ଜୀଙ୍କ ବିବାହ ଶେଷ ହୋଇଯାଇଛି । କଲିକତାରେ ବିବାହ କରିଛନ୍ତି ଟିଭି ଦୁନିଆର ଏହି ବହୁଚର୍ଚ୍ଚିତ ଅଭିନେତ୍ରୀ । ଆପଣ ନିଶ୍ଚୟ ଜାଣିଥିବେ କି ଗତ ଦୁଇ ମାସ ପୂର୍ବେ ଶ୍ବେତଲିନାଙ୍କ ନିର୍ବନ୍ଧ ହୋଇଥିଲା । ନିଜ ମନର ମଣିଷ ଶିବଙ୍କୁ ବିବାହ କରି ଶାଶୁଘରକୁ ଚାଲି ଯାଇଛନ୍ତି ଶ୍ବେତଲିନା । ଦୁଇରୁ ତିନି ବର୍ଷ ତଳେ ପ୍ରଥମ ଥର ପାଇଁ ନିଜ ମନର ମଣିଷ ଶିବଙ୍କ ଫଟୋ ସୋସିଆଲ ମିଡିଆରେ ଅପଲୋଡ କରିବା ସହ ତାଙ୍କୁ ଡେଟ୍ କରୁଥିବା ଖବର ଶ୍ବେତଲିନା ନିଜ ଫ୍ୟାନ୍ସଙ୍କୁ ଦେଇଥିଲେ ।

ଆଉ ଏବେ ଶିଙ୍କୁ ହିଁ ବିବାହ କରି ସବୁଦିନ ପାଇଁ ତାଙ୍କର ହୋଇ ଯାଇଛନ୍ତି ଏହି ଲୋକପ୍ରିୟ ଓଡିଆ ଟିଭି ଅଭିନେତ୍ରୀ । ଶ୍ବେତଲିନାଙ୍କ ହଳଦୀ ରଶମ ଠାରୁ ନେଇ ବିବାହ ପର୍ଯ୍ୟନ୍ତ ସବୁକିଛି ବେଶ ଧୁମଧାମରେ ଅନୁଷ୍ଠିତ ହୋଇଛି ଏବଂ ସବୁ ରଶମ ଓ ବିବାହର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ବେଶ ଭାଇରାଲ ହେଉଛି । ଶ୍ବେତଲିନାଙ୍କ ବିବାହରେ ଓଡିଆ ଫିଲ୍ମ ଓ ଟିଭି ଜଗତର ଅନେକ ଲୋକପ୍ରିୟ ଅଭିନେତ୍ରୀ ଏବଂ ଅଭିନେତାମାନେ ଯୋଗ ଦେଇଥିବାର ଦେଖିବାକୁ ମିଳିଛି ।

2015 ରେ ଓଡିଆ ଟିଭି ଜଗତର ସବୁଠୁ ଅଧିକ ଲୋକପ୍ରିୟ ଧାରାବାହିକ “ତୋ ଅଗଣାର ତୁଳସୀ ମୁଁ” ରେ ଅଭିନୟ କରି ବେଶ ଲୋକପ୍ରିୟତା ହାସଲ କରିଥିଲେ । ସେବେ ଠାରୁ ଶ୍ବେତଲିନା ଘରେ ଘରେ ତୁଳସୀ ନାଁରେ ବେଶ ପରିଚିତ । ତୁଳସୀ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ମନ ଜିଣି ନେଇଥିଲେ ଶ୍ବେତଲିନା ।

ଜୀ ସାର୍ଥ ଏବଂ ସିଦ୍ଧାର୍ଥ ଟିଭିରେ ପ୍ରସାରିତ ହୋଇଥିବା ଏହି ଧାରାବାହିକରେ ତୁଳସୀଙ୍କ ଅଭିନୟ ଦର୍ଶକଙ୍କ ମନକୁ ଛୁଇଁ ପାରିଥିଲା । ଏହି ଧାରାବାହିକଟି ପ୍ରାୟ 5 ବର୍ଷ ଧରି ଚାଲିଥିଲା । ଏହାପରେ ଶ୍ବେତଲିନା ଆହୁରି ଅନେକ ଓଡିଆ ଧାରାବାହିକରେ ମଧ୍ୟ ନଜର ଆସିଥିଲେ । ତେବେ ବର୍ତ୍ତମାନ ଶ୍ବେତଲିନାଙ୍କ ବିବାହକୁ ନେଇ ଫ୍ୟାନ୍ସଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।

ବିବାହ ପରେ ଶାଶୁଘରେ ଶ୍ବେତଲିନାଙ୍କ ପ୍ରଥମ ଦିନ କିଭଳି ବିତିଥିଲା ସେନେଇ ମଧ୍ୟ କିଛି ଫଟୋ ଏବଂ ସାମ୍ନାକୁ ଆସିଛି । ତେବେ ଶିବଙ୍କୁ ବାହା ହୋଇ ଶ୍ବେତଲିନା ବେଶ ଖୁସି ଥିବା ନଜର ଆସିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।