500 ଲୋକଙ୍କ ପାଇଁ ଅବଢା ପଠାଇଲେ Rani Panda, ତାଙ୍କ କାର୍ ଧକ୍କାରେ ପ୍ରାଣ ହରାଇଥିବା ସୁକାନ୍ତଙ୍କ ପରିବାରକୁ ଦେଇଥିବା କଥା ରଖିଲେ ଯାତ୍ରା ଅଭିନେତ୍ରୀ, ଦେଖନ୍ତୁ video

ଗତକାଲି ରାଣୀ ପଣ୍ଡାଙ୍କ କାର୍ ଧକ୍କାରେ ପ୍ରାଣ ହରାଇଥିବା ସୁକାନ୍ତ ବେହେରାଙ୍କ ଏକାଦଶାହ କର୍ମ ଶେଷ ହୋଇଛି । ଆଉ ସେହି ଦଶାହ କର୍ମରେ ମହାପ୍ରସାଦ ପଠାଇଛନ୍ତି ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା । ସମୁଦାୟ 500 ଲୋକଙ୍କ ପାଇଁ ଅବଢା ପଠାଇଥିଲେ ରାଣୀ ପଣ୍ଡା । ସୁକାନ୍ତଙ୍କ ଦଶାହରେ ଲୋକେ ମହାପ୍ରସାଦ ଖାଇବେ ଓ ସୁକାନ୍ତଙ୍କ ଆତ୍ମାକୁ ଶାନ୍ତି ମିଳିବ ବୋଲି ମହାପ୍ରସାଦ ପୁରୀରୁ ସିଦ୍ଧା ଗାଡିରେ ସୁକାନ୍ତଙ୍କ ଗାଁରେ ଯାଇ ପହଞ୍ଚିଥିଲା । ମହାପ୍ରସାଦ ବଡଦେଉଳରୁ ଯାଇ ସୁକାନ୍ତଙ୍କ ଗାଁ ଆଠଗଡ ରାଜନଗରରେ ଯାଇ ପହଞ୍ଚିଥିଲା ।

ଦଶାହ କର୍ମକୁ ନେଇ ସୁକାନ୍ତଙ୍କ ପରିବାର ଚିନ୍ତାରେ ଥିବାବେଳେ ରାଣୀ ପଣ୍ଡା ଅବଢା ପଠାଇବା ପରେ ଚିନ୍ତାମୁକ୍ତ ହୋଇଥିଲେ ପରିବାର ଲୋକେ । ସୁକାନ୍ତଙ୍କୁ ଝୁରୁଛି ପୁରା ଗାଁ । ଭଲ ପିଲାକୁ ଅକାଳରେ ହରାଇ ପୁରା ଗାଁ ଶୋକସନ୍ତପ୍ତ ହୋଇପଡିଛି । ସୁକାନ୍ତଙ୍କ ମୃତ୍ୟୁକୁ ଦଶ ଦିନ ପୁରିଥିବା ବେଳେ ତାଙ୍କର ଦଶାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି । ସୁକାନ୍ତଙ୍କ ଘର ଆଗରେ କୁଡୁଆ ମାନଙ୍କରେ ଥୁଆ ହୋଇଛି ଅନ୍ନ, ଡାଲମା, ଶାଗ, ବେସର, ଖଟା ଆଦି ।

ରାଣୀ ପଣ୍ଡାଙ୍କ କାର୍ ଧକ୍କାରେ ସୁକାନ୍ତଙ୍କ ଜୀବନ ଚାଲି ଯାଇଥିବାରୁ ଦେଇଥିବା କଥା ଅନୁଯାୟୀ ପ୍ରତିଟି କାର୍ଯ୍ୟରେ ସୁକାନ୍ତଙ୍କ ସାହାଯ୍ୟ କରିବାକୁ ଆଗେଉ ଆସିଛନ୍ତି ରାଣୀ । ପୂର୍ବରୁ ସୁକାନ୍ତଙ୍କ ପରିବାରକୁ 35 ହଜାର ଟଙ୍କା ସହାୟତା ଦେଇଥିବା ବେଳେ ନିଜ କଥା ରଖି 500 ଲୋକଙ୍କ ପାଇଁ ଅବଢା ପଠାଇଛନ୍ତି ରାଣୀ ପଣ୍ଡା । ସୁକାନ୍ତଙ୍କ ମୃତ୍ୟୁରେ ମର୍ମାହତ ଥିବା କହି ରାଣୀ ପଣ୍ଡା ଖୁବ କାନ୍ଦିଛନ୍ତି ମଧ୍ୟ ।

ତେବେ ରାଣୀ ପଣ୍ଡା ନିଜେ କିନ୍ତୁ ସୁକାନ୍ତଙ୍କ ପରିବାରକୁ ଭେଟିବାକୁ ଆସି ପାରିନାହାନ୍ତି । ସୂଚନା ଅନୁଯାୟୀ ଗତ ନଭେମ୍ବର 26 ତାରିଖ ବିଳମ୍ବିତ ରାତିରେ ରାଣୀ ପଣ୍ଡାଙ୍କ କାର ସହ ସୁକାନ୍ତଙ୍କ ବାଇକ ଧକ୍କା ହୋଇଥିଲା । ଯାହାପରେ ଘଟଣାସ୍ଥଳରେ ହିଁ ପ୍ରାଣ ହରାଇଥିଲେ ରାଜନଗର ଗାଁର ସୁକାନ୍ତ ବେହେରା । ଏହାପରେ ନିଜର ଦୋଷ ପ୍ରାୟଶ୍ଚିତ କରିବାକୁ ଚାହିଁଥିଲେ ଅଭିନେତ୍ରୀ ରାଣୀ ପଣ୍ଡା । ସୁକାନ୍ତଙ୍କ ପରିବାରର ସୁଖଦୁଃଖରେ ଠିଆ ହେବା ସହ ତାଙ୍କ ପୁଅ ଏବଂ ଝିଅର ଭବିଷ୍ୟତ ଗଢିବେ ବୋଲି କଥା ଦେଇଥିଲେ ।

ରାଣୀ ପ୍ରଥମେ ଟଙ୍କା ପଠାଇଥିଲେ ଓ ପରେ ଦଶାହ କାର୍ଯ୍ୟ ପାଇଁ 500 ଲୋକଙ୍କ ପାଇଁ ଅବଢା ମଧ୍ୟ ଦେଇଛନ୍ତି । ରାଣୀ ତାଙ୍କ କଥା ରଖିଥିବାରୁ ସୁକାନ୍ତଙ୍କ ପରିବାର ମନରୁ ତାଙ୍କ ପ୍ରତି ଥିବା ଅଭିମାନ ମଧ୍ୟ ଦୂରେଇବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।