ଆଜିକୁ ପ୍ରାୟ ୪୦ ଦିଆନରୁ ଉର୍ଦ୍ଧ ହେଲାଣି ଶାଶୁ ଶ୍ଵଶୁରଙ୍କ ଘର ସାମ୍ନାରେ ଧାରଣା ଦେଉଛନ୍ତି ଦୀପିକା । ଯାହାକି ସାରା ରାଜ୍ୟରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଦୀପିକାଙ୍କ ଉପରେ ସମସ୍ତଙ୍କ ନଜର ଥିବା ବେଳେ ଦିନେଶଙ୍କ ସହ ତାଙ୍କ ସମ୍ପର୍କକୁ ନେଇ ଅନେକ କିଛି କଥା ଗଣମାଧ୍ୟମ ସାମ୍ନାରେ ଜଣାଇଛନ୍ତି ଦୀପିକା । ଦିନେଶ ଓ ତାଙ୍କ ମଧ୍ୟରେ ଯେଉଁ ଝଡ ସୃଷ୍ଟି ହୋଇଛି ଓ ଯେଉଁଥି ପାଇଁ ଏବେ ତାଙ୍କୁ ଧାରଣାରେ ବସିବାକୁ ପଡିଛି ସେସବୁ ପାଇଁ ସେ ନିଜ ଶାଶୁ ତଥା ଦିନେଶଙ୍କ ମା’ଙ୍କୁ ଦୋଷ ଦେଇଛନ୍ତି ।
ଦୀପିକା କହିଛନ୍ତି କି, ଦିନେଶଙ୍କ ମା’ ଯଦି ଚାହିଁଥାନ୍ତେ ତାଙ୍କୁ ବୋହୁ ରୂପେ ଗ୍ରହଣ କରି ଉଭୟଙ୍କ ଭବିଷ୍ୟତ ଉଜ୍ଵଳ କରି ପାରିଥାନ୍ତେ । କିନ୍ତୁ ଦିନେଶଙ୍କ ମା’ ଓ ମାମୁଁ ବାପୁଜୀ ରାଓ ମିଶି ସବୁ ସମସ୍ଯା ସୃଷ୍ଟି କଲେ । ସେ ଯେତେବେଳେ ଜାଣିଲେ ଦିନେଶଙ୍କ ପିଲାର ମା’ ହେବାର ଯାଉଛନ୍ତି ସେତେବେଳେ ଟିକେ ଡରି ଯାଇଥିଲେ ମଧ୍ୟ ସେ ଯାହାକୁ ଭଲ ପାଉଛନ୍ତି ତାଙ୍କ ପିଲାର ମା’ ହେବାକୁ ଯାଉଥିବା ଜାଣି ବେଶ ଖୁସି ମଧ୍ୟ ହୋଇଥିଲେ ।
ମା’ ଯେମିତି ତା’ ପିଲାକୁ ସୁରକ୍ଷା ଦିଏ ସେ ମଧ୍ୟ ତାଙ୍କ ପିଲାକୁ ନଷ୍ଟ କରିବାକୁ ଚାହିଁ ନଥିଲେ । ତେଣୁ ସେ ପିଲାକୁ ଜନ୍ମ ଦେବାକୁ ନିଷ୍ପତ୍ତି ନେଇଥିଲେ । ତେବେ ଏହିସବୁ ଘଟଣା ହେବା ପୂର୍ବରୁ ଯେତେବେଳେ ଦିନେଶଙ୍କ ସହ ତାଙ୍କର ସବୁକିଛି ଭଲ ଚାଲିଥିଲା ସେତେବେଳେ ସେ ଦିନେଶଙ୍କୁ ଗୋଟିଏ ଭୋଡାଫୋନ କୁକୁର ବା ପଗ୍ ଉପହାର ଦେଇଥିଲେ ।
ତେଣୁ ସେହି କୁକୁରର କିଭଳି ଯତ୍ନ ନେବେ ତାକୁ କଣ ସବୁ ଖାଇବାକୁ ଦେବେ ସେସବୁ ବୁଝିବା ପାଇଁ ଦିନେଶଙ୍କ ମା’ ମଧ୍ୟ ତାଙ୍କୁ କଲ୍ କରୁଥିଲେ । ଏପରିକି ଭିଡିଓ କଲ୍ ରେ ମଧ୍ୟ ସେ ଶାଶୁଙ୍କ ସହ କଥା ହୋଇଛନ୍ତି । ତାଙ୍କ ଦିଅର ମନୀଷ ମଧ୍ୟ ତାଙ୍କ ଆକ୍ଵାରିୟମ ଦୋକାନକୁ ଯିବା ଆସିବା କରୁଥିଲେ । ଦିନେଶଙ୍କ ସହ ତାଙ୍କ ପରିବାର ଲୋକଙ୍କ ସହ ମଧ୍ୟ ଭଲ ସମ୍ପର୍କ ଥିଲା ବୋଲି ଦୀପିକା ଜଣାଇଛନ୍ତି ।
ଆଉ ତାଙ୍କ ଓ ଦିନେଶ ମଧ୍ୟରେ ଯାହା ସବୁ ସ୍ପେଶିଆଲ ମୋମେଣ୍ଟ ଥିଲା ଓ ଏବେ ଯାହା ସବୁ ସେ ସହୁଛନ୍ତି ଏସବୁ ସେ କେବେ ଭୁଲିପାରିବେ ନାହିଁ ନୋଳି କହିଛନ୍ତି । ତେବେ ଦୀପିକାଙ୍କୁ ନ୍ୟାୟ ପାଇଁ ଆଉ କେତେ ପେକ୍ଷା କରିବାକୁ ପଡିବ ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ ଲାଇକ କରନ୍ତୁ ।