ବଡ ଘରେ ଝିଅକୁ ବାହା ଦେଲି ! ହେଲେ ଶାଶୁଘର ଲୋକେ କରିଲେ ଏମିତି ଛୋଟ କାମ ! ବହୁ ଚର୍ଚିତ ସମାଜସେବୀ ଲୋପାମୁଦ୍ରା ଜିଏକି ନିଜର ସମସ୍ତ ସମୟ ସମାଜସେବା କାର୍ଯ୍ୟରେ ନିଯୋଜିତ କରିଥାନ୍ତି । ସମାଜସେବୀଙ୍କ ବାପା ପ୍ରଶାନ୍ତ ଷଡଙ୍ଗୀ ନିଜ ଝିଅର ଦୁଃଖକୁ ନିଜ ଛାତିରେ ଚାପି ଗଣ ମାଧ୍ୟମ ସାମ୍ନାରେ ନିଜର ବାଇଟ ଦେଇଛନ୍ତି । ତେବେ ଲୋପାମୁଦ୍ରାଙ୍କ ବାପାଙ୍କ କହିବା ଅନୁଯାଇ ମୋ ଝିଅକୁ ଗୋଟିଏ ଭଲ ଘର ଦେଖି ବାହା କରେଇଥିଲି । ମୋ ଝିଅର ଶାଶୁଘର ଲୋକେ ଖୁବ ଧନୀ ଥିଲେ ।
ହେଲେ ମୋ ଝିଅର ଟଙ୍କା ପ୍ରତି କେବେ ତା’ ମନରେ ଲୋଭ ନଥିଲା । ସେକିପରି ନିଜର ପରିବାର ସହ ଭଲରେ ଚଳିବ । ସେହି କଥା ମନରେ ଭାବି ନିଜ ଶାଶୁଘରକୁ ଯାଇଥିଲା । ହେଲେ ଝିଅ ଶାଶୁଘର ଯିବାର ଦିନ ୪ ଟା ବି ହେଇନି । ଶାଶୁ କଥାରେ ପଡି ଶଶୁର ଘରର ସମସ୍ତେ ମୋ ଝିଅକୁ ହଇରାଣ କରିଲେ । ଭଲରେ ତ ଦୂରର କଥା ମୋ ଝିଅକୁ ସେଠାରେ ରହିବାକୁ ମଧ୍ୟ ଦେଲେ ନାହିଁ । ଲୋପାର ଝିଅଟି ହେଲା ଯେ ତା’ ମୁହଁକୁ କେହି ଚାହିଁଗଲେନି ।
ମୋ ଝିଅ ଆମ ଘରକୁ ଚାଲି ଆସିଲା ପରେ ଓଲଟା ଲୋପା ନାଁରେ କେତେ କଥା ଫାନ୍ଦି ତା’ ନାଁରେ ମିଛ ଅଭିଯୋଗ ମଧ୍ୟ ଲଗାଇଦେଲେ । ଲୋପ ଏହି ସବୁ ସାଂସାରିକ ଦୁଃଖରେ ସଂପୂର୍ଣ୍ଣ ରୂପେ ଭାଙ୍ଗି ପଡିଥିଲା । ହେଲେ ପୁଣି ସେ ନିଜର ମନୋବଳକୁ ଦୃଢ କରି ସମାଜ ସେବାରେ ନିଜକୁ ନିଯୋଜିତ କରିଲା । ଗୋଟିଏ ପରିବାର ଛାଡି ଆସି ହଜାର ହଜାର ପରିବାରର ଭଲ ପାଇବା ମୋ ଲୋପାକୁ ମିଳିଲା ।
ମନରେ ଯେତେ ଦୁଃଖ ଥିଲେ ବି ମନର କଥାକୁ ମନରେ ମାରି ଲୋକଙ୍କର ସାହାଜ୍ଯ ପାଇଁ ସବୁବେଳେ ଅଣ୍ଟା ଭିଡିଲା । ଝିଅକୁ ଅନ୍ୟ ଜାଗା ଦେଖିକି ବାହା ଦେବୀ ବୋଲି ମଧ୍ୟ ଭାବିଥିଲି । ହେଲେ ଲୋପା ନିଜ ଝିଅର ମୁହଁକୁ ଚାହିଁ ଅନ୍ୟ କୁଆଡେ ଆଉ ବାହା ହେବ ନାହିଁ ବୋଲି ସିଧାସଳଖ ଜଣାଇଥିଲା ।