ଏହି ସଙ୍କେତ ମିଳିଲେ ବୁଝିଯିବେ କି ଆପଣଙ୍କ ପୂଜାରେ ଶନିଦେବ ହେଇ ଯାଇଛନ୍ତି ପ୍ରସନ୍ନ

ଶନି ଦେବତାଙ୍କୁ ପ୍ରସନ୍ନ କରିବା ବହୁତ କଷ୍ଟକର ହୋଇଥାଏ । ତେଣୁ ଶନି ଦେବତାଙ୍କ ପୂଜା ଶନିବାର ଦିନ ହିଁ କରାଯାଏ । ତାଙ୍କ ପୂଜାରେ ତେଲ, ଲୁହା ଓ ରାଶି ଚଢା ଯାଇଥାଏ । ଯଦି କୌଣସି ମଣିଷର ଜାତକରେ ଶନି ଦେବଙ୍କ ଦିଗ ଓଲଟା ଥାଏ, ତେବେ ସେହି ମଣିଷକୁ ଜୀବନରେ ବହୁତ କଷ୍ଟ ସହିବାକୁ ହୋଇଥାଏ । ତେଣୁ ବ୍ୟକ୍ତିକୁ ଏହି କଷ୍ଟରୁ ବଞ୍ଚିବା ପାଇଁ ଶନି ଦେବତାଙ୍କ ପୂଜା କରିବାକୁ ପଡିଥାଏ । ଯାହାଫଳରେ ତାଙ୍କ ଜାତକରୁ ଶନି ଦୋଷ ଦୂର ହୋଇଯିବ ।

ଯଦି ଆପଣ ଶନି ଦେବତାଙ୍କୁ ଶ୍ରଦ୍ଧାର ସହ ପୂଜା କରିବେ ତେବେ ଶନି ଦେବତା ପ୍ରସନ୍ନ ହେବାର କିଛି ସଙ୍କେତ ଆପଣଙ୍କୁ ମିଳିଥାଏ । ତେଣୁ ଆଜି ଆମେ ଆପଣମାନଙ୍କୁ ଏହି ସବୁ ସଙ୍କେତ ବିଷୟରେ କହିବୁ । ତେବେ ଆସନ୍ତୁ ଜାଣିବା ଏହା ବିଷୟରେ ।

ମିଳିଥାଏ ସଫଳତା

ଶନି ଦେବତା ଯଦି ଆପଣଙ୍କ ପୂଜାରେ ପ୍ରସନ୍ନ ହୋଇଯିବେ, ତେବେ ଆପଣଙ୍କୁ ସବୁ କ୍ଷେତ୍ରରେ ପ୍ରଗତି ମିଳିଥାଏ । ଯେଉଁ କାର୍ଯ୍ୟରେ ବାଧାସୃଷ୍ଟି ହେଉଛି ସେ କାର୍ଯ୍ୟ ମଧ୍ୟ ସଫଳ ହୋଇଯାଇଥାଏ ।

ଚୁଟି ଓ ନଖ

ଯଦି ଆପଣଙ୍କ ଚୁଟି ଓ ନଖ ମଝବୁତ ରହୁଛି, ତେବେ ଜାଣି ଯାଆନ୍ତୁ ଆପଣଙ୍କ ଉପରେ ଶନି ଦେବତାଙ୍କ କୃପା ଅଛି । ଯଦି ଆପଣଙ୍କ ଶରୀର ସୁସ୍ଥ ରହୁଛି ତେବେ ଏହା ହେଉଛି ଶନି ଦେବତାଙ୍କ ପ୍ରସନ୍ନ ହେବାର ସଙ୍କେତ ।

ମନ ସବୁବେଳେ ଶାନ୍ତ ରହିଥାଏ

ଶନି ଦେବତାଙ୍କ କୃପା ଯଦି ଆପଣଙ୍କ ଉପରେ ରହିଯାଏ, ତେବେ ଆପଣଙ୍କ ମନ ସବୁବେଳେ ଶାନ୍ତ ରହିଥାଏ । ଆପଣ କୌଣସି ଶୋଚନୀୟ ପରିସ୍ଥିତିରେ ଭୟ କରନ୍ତି ନାହିଁ । ଏହା ମଧ୍ୟ ଶନି ଦେବତାଙ୍କ ପ୍ରସନ୍ନ ହେବାର ଏକ ସଙ୍କେତ ।

ଧନ ପ୍ରାପ୍ତି

ଶନି ଦେବତା ଖରାପ ଦିଗରେ ଚାଲିଲେ ପରିବାରର ଆର୍ଥିକ ସ୍ଥିତି ବହୁତ ଦୁର୍ବଳ ହୋଇଯାଏ ଓ ଧନ ହାନି ହେବାକୁ ଲାଗିଥାଏ । ହେଲେ ଯଦି ଧନ ପ୍ରାପ୍ତି ହେଉଛି ତେବେ ଜାଣି ଯାଆନ୍ତୁ କି ଏହା ଶନି ଦେବତାଙ୍କ ପ୍ରସନ୍ନ ହେବାର ଏକ ସଙ୍କେତ ।

ଚପଲ ଚୋରୀ ହେବା

ହଠାତ ଚପଲ ବା ଜୋତା ଚୋରୀକୁ ଶୁଭ ମାନିଥାନ୍ତି । ଲାଲ କିତାବ ହିସାବରେ ଯଦି କୌଣସି ବ୍ୟକ୍ତିର ଜୀବନରେ ଶନିଙ୍କ ଖରାପ ପ୍ରଭାବ ରହିଛି, ତେବେ ସେମାନଙ୍କ ଚପଲ ବା ଜୋତା ଚୋରୀକୁ ଭଲ ସଙ୍କେତ କୁହାଯାଇଥାଏ । କାରଣ ଏହାଦ୍ଵାରା ଶନିଙ୍କ ଖରାପ ଦୃଷ୍ଟି ଦୂର ହୋଇଥାଏ ।

କେମିତି କରିବେ ଶନି ଦେବତାଙ୍କୁ ପ୍ରସନ୍ନ

ଶନି ଦେବତାଙ୍କୁ ପ୍ରସନ୍ନ କରିବା ପାଇଁ ସବୁବେଳେ ହନୁମାନ ଚାଳିଶା ପଢନ୍ତୁ ଓ ଶନିବାର ଦିନ ହନୁମାନଙ୍କ ପୂଜା କଲେ ଶନି ଦେବତା ପ୍ରସନ୍ନ ହେବେ । କଳା ଜିନିଷର ଦାନ କରନ୍ତୁ । ଯେମିତିକି କଳା ଡାଲି, ଚପଲ, ଜୋତା ଓ ରାଶି ଆଦିର ଦାନ କରନ୍ତୁ ଏହା ଦ୍ଵାରା ଶନି ଦେବତା ପ୍ରସନ୍ନ ହେବେ ।