Astrology: ଭଗବାନ ଶନିଦେବଙ୍କର ସବୁଠୁ ପ୍ରିୟ ହୋଇଥାନ୍ତି ଏହି 6 ରାଶି, ସବୁବେଳେ କରିଥାନ୍ତି ଏମାନଙ୍କ ସୁରକ୍ଷା, ଆପଣଙ୍କ ରାଶି ଅଛି କି ?

ଭଗବାନ ଶନିଦେବଙ୍କୁ ନ୍ୟାୟର ଦେବତା ବୋଲି କୁହାଯାଏ । କାରଣ ସେ ପ୍ରତ୍ଯେକ ବ୍ୟକ୍ତିଙ୍କୁ ସେମାନଙ୍କ କର୍ମ ଅନୁସାରେ ଫଳ ଦିଅନ୍ତି । ଶନିଦେବଙ୍କ କୃପାଦୃଷ୍ଟି ହେଲେ ବ୍ୟକ୍ତିଙ୍କ ଜୀବନରେ ସୁଖ ସମୃଦ୍ଧି ଆସିଥାଏ । ସେମିତି ମନ୍ଦ କର୍ମର ମନ୍ଦ ଫଳ ମଧ୍ୟ ଭୋଗ କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ଏଭଳି ୬ଟି ରାଶିଙ୍କ ବିଷୟରେ କହିବୁ ଯାହା ଶନିଦେବଙ୍କର ଅତିପ୍ରିୟ ହୋଇଥାଏ ଏବଂ ଶନିଦେବ ସବୁବେଳେ ସେମାନଙ୍କର ରକ୍ଷା କରନ୍ତି । ତେବେ ଚାଲନ୍ତୁ ଜାଣିବା କେଉଁଗୁଡିକ ସେହି ୬ ରାଶି ।

ପ୍ରଥମ ରାଶିଟି ହେଉଛି ତୁଳା ରାଶି । ଭଗବାନ ଶନିଦେବଙ୍କ ପ୍ରିୟ ହୋଇଥାନ୍ତି ଏହି ରାଶିର ଲୋକମାନେ । ଏମାନେ ସଚ୍ଚା ଲୋକ ହୋଇଥାନ୍ତି ଓ ଏମାଙ୍କ ଭିତରେ କିଛି ବି ଖରାପ ଗୁଣ ନଥାଏ । ଏମାନେ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ସହ ଜୀବନ ଖୁସିରେ ବିତାଇଥାନ୍ତି । ଏମିତି ଲୋକ ଶନିଦେବଙ୍କୁ ସର୍ବଦା ପସନ୍ଦ ଆସିଥାନ୍ତି । ତେଣୁ ଏମାନଙ୍କ ଉପରେ ଶନିଦେବଙ୍କ ବିଶେଷ କୃପାଦୃଷ୍ଟି ରହିଥାଏ ।

ଦ୍ଵିତୀୟ ରାଶିଟି ହେଉଛି ମକର ରାଶି । ଭଗବାନ ଶନିଦେବ ନିଜେ ଏହି ରାଶିର ସ୍ଵାମୀ ଗ୍ରହ ଅଟନ୍ତି । ତେଣୁ ଏମାନଙ୍କ ଉପରେ ଶନିଦେବ ବିଶେଷ କୃପାଦୃଷ୍ଟି ରଖିଥାନ୍ତି ଓ ସୁଖ ପ୍ରଦାନ କରିଥାନ୍ତି । ଏମାନେ ନିଜ ପର୍ସରେ ମୟୂର ପର ରଖିବା ଉଚିତ, ଯାହାଦ୍ୱାରା ରାହୁ-କେତୁ ଆପଣଙ୍କ ଉପରେ କୁପ୍ରଭାବ ପକାଇ ପାରିବେ ନାହିଁ ।

ତୃତୀୟ ରାଶିଟି ହେଉଛି ସିଂହ ରାଶି । ଏହି ରାଶିର ଲୋକମାନେ ବହୁତ ପରିଶ୍ରମୀ ହୋଇଥାନ୍ତି ଓ ସର୍ବଦା ଅନ୍ୟମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥାନ୍ତି । ଗରିବ ଓ ଅସହାୟ ବ୍ୟକ୍ତିଙ୍କୁ ଏମାନେ ଖୁବ ସାହାଯ୍ୟ କରିଥାନ୍ତି । ଭଗବାନ ଶନିଦେବଙ୍କୁ ଏମିତି ଲୋକ ବହୁତ ପସନ୍ଦ ଆସିଥାନ୍ତି । ତେଣୁ ସିଂହ ରାଶିର ଲୋକ ଭଗବାନ ଶନିଦେବଙ୍କ ଅତିପ୍ରିୟ ଅଟନ୍ତି ।

ଚତୁର୍ଥ ରାଶିଟି ହେଉଛି ମେଷ ରାଶି । ଏହି ଲୋକମାନେ ଆଶାବାଦୀ, ଆତ୍ମକେନ୍ଦ୍ରିତ ଓ ଅନ୍ୟ ଲୋକଙ୍କୁ ସାହାଯ୍ୟ କରିବା ଭଳି ଲୋକ ହୋଇଥାନ୍ତି । ଏମାନନକ ଠାରେ ନିଡର ଓ ସାହସିକତା ରହିଥାଏ । ଏହି ରାଶିର ଲୋକମାନେ କିଛି ସର୍ତ୍ତ ଅନୁଯାୟୀ ଜୀବନଯାପନ କରିବାକୁ ପସନ୍ଦ କରିଥାନ୍ତି । ତେଣୁ ଭଗବାନ ଶନିଦେବଙ୍କୁ ଏହି ରାଶିର ଲୋକମାନେ ମଧ୍ୟ ବହୁତ ପସନ୍ଦ ଆସିଥାନ୍ତି ।

ପଞ୍ଚମ ରାଶିଟି ହେଉଛି ମିଥୁନ ରାଶି । ଏହି ରାଶିର ଲୋକମାନେ ତରବର ହୋଇ କୌଣସି ନିଷ୍ପତ୍ତି ନିଅନ୍ତି ନାହିଁ । ଏମାନେ କାମ କରିବା ପୂର୍ବରୁ ଭଲରେ ବିଚାର ବିମର୍ଷ କରିଥାନ୍ତି । ପରିବାରର ସମ୍ପର୍କୀୟଙ୍କ ସହ ଏମାନଙ୍କ ସମ୍ପର୍କ ବେଶ ଭଲ ରହିଥାଏ । ଏମାନଙ୍କୁ କେହି ଦୁଃଖ ଦେଲେ ମଧ୍ୟ ଏମାନେ କାହାକୁ ଦୁଃଖ ଦିଅନ୍ତି ନାହିଁ । ଏମାନେ ଖରାପ ଚିନ୍ତାଧାରା ମନରେ ଆଣନ୍ତି ନାହିଁ ଓ ଅସହାୟ ବ୍ୟକ୍ତିଙ୍କୁ ସାହାଯ୍ୟ କରିଥାନ୍ତି । ତେଣୁ ଶନିଦେବଙ୍କ ପ୍ରିୟ ହୋଇଥାନ୍ତି ।

ଷଷ୍ଠ ରାଶିଟି ହେଉଛି କୁମ୍ଭ ରାଶି । ଏହି ରାଶିର ମଧ୍ୟ ସ୍ଵାମୀ ଗ୍ରହ ଶନିଦେବ ଅଟନ୍ତି । ଏମାନେ ବହୁତ ଶାନ୍ତ ଏବଂ ସରଳ ସ୍ଵଭାବର ଲୋକ ହୋଇଥାନ୍ତି । ତେବେ ଏମାନେ ଭଗବାନ ଶନିଦେବଙ୍କ ଉପାସନା କରିବା ଜରୁରୀ ଅଟେ । ଏମାନେ ନିଜ ସମ୍ପର୍କକୁ ନେଇ ବହୁତ ବିଶ୍ଵସ୍ତ ହୋଇଥାନ୍ତି ଏବଂ ଗରିବ ଲୋକଙ୍କୁ ସାହାଯ୍ୟ ମଧ୍ୟ କରିଥାନ୍ତି । ତେଣୁ ଭଗବାନ ଶନିଦେବ ଏମାନଙ୍କୁ ଖୁବ ପସନ୍ଦ କରିଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।