‘ମୁଁ ଓଡିଶାରେ ହିରୋଇନ ଥିଲି, ମୋତେ ଟର୍ଚର କରି ଏମିତି କରିଦେଲେ…’ ଶୁଣନ୍ତୁ କଣ କହୁଛନ୍ତି ଏହି ଅଭିନେତ୍ରୀ ଜଣକ

ଆଜିକାଲି ସମାଜରେ ପ୍ରେମ ଓ ପ୍ରତାରଣା ମାମଲା ବଢିବାରେ ଲାଗିଛି । ଯୁଆଡେ ଦେଖିବ ସେଆଡେ ଏହିଭଳି ଖବର ସାମ୍ନାକୁ ଆସୁଛି । ତେବେ କିଛି ବର୍ଷ ତଳେ କିଛି ଓଲିଉଡ ଫିଲ୍ମରେ କାମ କରିଥିବା ଜଣେ ଅଭିନେତ୍ରୀଙ୍କ ସହ ମଧ୍ୟ ଏଭଳି କିଛି ଘଟିଛି । ଯେଉଁଥି ପାଇଁ ସେ ବାରମ୍ବାର ଥାନା ଏବଂ ମହିଳା କମିଶନଙ୍କ ପାଖକୁ ଦୌଡିବାକୁ ପଡୁଛି । ସବୁଠୁ ବଡ କଥା ହେଲା ଅଭିନେତ୍ରୀ ଜଣକ ୯ ମାସର ଗର୍ଭବତୀ ଅଛନ୍ତି ।

ତାଙ୍କ କହିବା ଅନୁଯାୟୀ ସେ କିଛି ବର୍ଷ ତଳେ ଓଡିଶା ଆସିଥିଲେ ଓ କିଛି ଓଡିଆ ସିନେମାରେ ମଧ୍ୟ କାମ କରିଥିଲେ । ତେବେ ଫିଲ୍ମରେ କାମ କରୁଥିବା ବେଳେ ଜଣେ ବିଜନେସମ୍ୟାନଙ୍କ ସହ ତାଙ୍କର ଘନିଷ୍ଠତା ବଢିଥିଲା । ଏହା କ୍ରମେ ପ୍ରେମରେ ପରିଣତ ହୋଇଥିଲା । କାରଣ ସେ କାମ କରୁଥିବା ଫିଲ୍ମରେ ବିଜନେସମ୍ୟାନ ଜଣକ ଟଙ୍କା ଲଗାଉଥିଲେ । ତେବେ ଗୋଟିଏ ବର୍ଷ ଧରି ଦୁହେଁ ପ୍ରେମ କରିବା ପରେ ୨୦୧୬ରେ ସେମାନେ ମନ୍ଦିରରେ ବିବାହ ମଧ୍ୟ କରିଥିଲେ ।

ତେବେ ବିବାହ ପୂର୍ବରୁ ମଧ୍ୟ ଦୁହେଁ ଏକାଠି ରହୁଥିବା କଥା ସେ କହିଛନ୍ତି । ହେଲେ ବର୍ତ୍ତମାନ ୫ ମାସ ଧରି ତାଙ୍କ ସ୍ଵାମୀଙ୍କ ସହ ତାଙ୍କର କୌଣସି ଯୋଗାଯୋଗ ନାହିଁ । ସେ ତାଙ୍କ ନମ୍ବରକୁ ବ୍ଲକ କରି ରଖିଛନ୍ତି । ବିବାହର କିଛି ବର୍ଷ ପରେ ସେ ଏବେ ମା ହେବାକୁ ଯାଉଛନ୍ତି । କିନ୍ତୁ ଯେତେବେଳେ ସେ ଚାରି ମାସର ଗର୍ଭବତୀ ଥିଲେ ସେବେ ଠାରୁ ତାଙ୍କ ସ୍ଵାମୀଙ୍କର ଦେଖା ନାହିଁ ।

ଓଲଟା ତାଙ୍କୁ କୁହାଯାଉଛି କି ତାଙ୍କ ସ୍ଵାମୀଙ୍କୁ ଛାଡିଦେବା ପାଇଁ । ଏହାସହ ତାଙ୍କୁ ଟର୍ଚର କରି ତାଙ୍କ ଅବସ୍ଥା ଏମିତି କରି ଦେଇଛନ୍ତି ବୋଲି ସେ ଅଭିଯୋଗ ଆଣିଛନ୍ତି । ସେ ମା ହେବାକୁ ଯାଉଛନ୍ତି ଏବଂ ୯ ମାସର ଗର୍ଭବତୀ ଅଛନ୍ତି । ଏମିତି ପରିସ୍ଥିତିରେ ସେ ବିଶ୍ରାମ କରିବା ଛାଡି ଥାନା ଓ ମହିଳା କମିଶନଙ୍କ ପାଖକୁ ଦୌଡୁଛନ୍ତି ।

ପିଲାକୁ ତ ସେ ଜନ୍ମ ଦେବେ ହେଲେ ଏପରି ସମୟରେ ତାଙ୍କ ସ୍ଵାମୀ ତାଙ୍କ ପାଖରେ ଦରକାର ବୋଲି କହୁଛନ୍ତି । ତେଣୁ ଥାନା ଏବଂ ମହିଳା କମିଶନଙ୍କ ପାଖକୁ ଆସି ତାଙ୍କୁ ନ୍ୟାୟ ଦେବା ପାଇଁ ସେ ଗୁହାରି କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।