୨୦୦୦ ବର୍ଷରୁ ବି ଅଧିକ ପୁରୁଣା ଅଟେ ଏହି ଶନି ଧାମ, ଏଠାରେ ତେଲ ଅର୍ପଣ କଲେ ଶନି ପୀଡାରୁ ମିଳିଥାଏ ମୁକ୍ତି

ଭାରତ ଦେଶରେ ବହୁତ ସାରା ଦେବୀ ଦେବତାଙ୍କ ମନ୍ଦିର ରହିଛି, ସବୁ ମନ୍ଦିର ଗୁଡିକର ଅଲଗା ଅଲଗା ବିଶେଷତ୍ତ୍ଵ ରହିଛି । ସବୁ ମନ୍ଦିରର କିଛି ଇତିହାସ ରହିଛି ଓ କାହାଣୀ ମଧ୍ୟ ରହିଛି । ବହୁତ ଥର ଏହି ମନ୍ଦିର ଗୁଡିକ ବିଷୟରେ ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହେଇଯାନ୍ତି । ଏହି ମନ୍ଦିର ଗୁଡିକରେ ହେଉଥିବା ଚମତ୍କାର ପାଇଁ ଲୋକମାନଙ୍କର ବିଶ୍ଵାସ ବଢିଯାଇଥାଏ । ଏହି ମନ୍ଦିର ଗୁଡିକରେ ଲୋକମାନଙ୍କର ଆସ୍ଥା ଯୋଡି ହୋଇଥାଏ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ମନ୍ଦିର ବିଷୟରେ କହିବୁ ଯାହାକୁ ବହୁତ କମ ଲୋକ ଜାଣିଛନ୍ତି ।

ଦେଶସାରା ଆପଣମାନେ ଶନି ଦେବତାଙ୍କର ବହୁତ ମନ୍ଦିର ଦେଖିଥିବେ ଓ ଦର୍ଶନ କରିବା ନିମିତ୍ତ ମଧ୍ୟ ଯାଇଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ମନ୍ଦିର ବିଷୟରେ କହିବୁ ସେହି ମନ୍ଦିରଟି ଉତ୍ତର ପ୍ରଦେଶର ଉଜ୍ଜୈନରେ ଅବସ୍ଥିତ, ଯାହାକୁ ଶନି ମନ୍ଦିର ନାମରେ ଲୋକମାନେ ଜାଣନ୍ତି । ଏହି ମନ୍ଦିରଟି ନବଗ୍ରହ ମନ୍ଦିର ନାମରେ ମଧ୍ୟ ନାମିତ । ଶନି ଦେବତାଙ୍କ ଏହି ମନ୍ଦିରଟି ଶିପ୍ରା ନଦୀ କୂଳରେ ଅବସ୍ଥିତ । କୁହାଯାଏ କି ଏହି ମନ୍ଦିରଟି ୨୦୦୦ ବର୍ଷ ପୂର୍ବେ ଏଠାରେ ସ୍ଥାପିତ ହୋଇଥିଲା । ଏହି ମନ୍ଦିରର ସ୍ଥାପନା ରାଜା ବିକ୍ରମାଦିତ୍ୟ କରାଇଥିଲେ ।

ଏହି ମନ୍ଦିରରେ ନ୍ୟାୟାଧୀଶ ଶନିଦେବ ଶିବଙ୍କ ରୂପରେ ବିରାଜମାନ ଅଟନ୍ତି । ଲୋକମାନେ ବହୁତ ଦୂରରୁ ଶନି ଦେବତାଙ୍କୁ ତେଲ ଅର୍ପଣ କରିବା ପାଇଁ ଏହି ମନ୍ଦିରକୁ ଆସନ୍ତି । ସବୁ ଶ୍ରଦ୍ଧାଳୁମାନେ ନିଜର ଇଛା ପୂରଣ କରିବା ପାଇଁ ଶନି ଦେବତାଙ୍କ ଉପରେ ତେଲ ଅର୍ପଣ କରନ୍ତି । କୁହାଯାଏ କି ଏହି ମନ୍ଦିରରେ ତେଲ ଅର୍ପଣ କରିବା ଦ୍ଵାରା ଶନିଦୋଷ ରୁ ମୁକ୍ତି ମିଳିଥାଏ ।

କୁହାଯାଏ କି ଅମାବାସ୍ୟା ଦିନ ଏଠାରେ ଶନି ଦେବତାଙ୍କ ଉପରେ ୫ କ୍ଵିଣ୍ଟାଲରୁ ବି ଅଧିକ ତେଲ ଅର୍ପଣ କରାଯାଏ । ଏହି ଦିନରେ ଶ୍ରଦ୍ଧାଳୁ ଶିବଙ୍କ ରୂପରେ ଶନିଙ୍କୁ ତେଲ ଅର୍ପଣ କରନ୍ତି । ଏହି ମନ୍ଦିରରୁ କୌଣସି ବି ଶ୍ରଦ୍ଧାଳୁ ନିରାଶ ହୋଇ ଫେରି ନଥାଏ ।