ଶନିବାର ଦିନ ଭୁଲ ରେ ମଧ୍ୟ କିଣନ୍ତୁ ନାହିଁ ଏହି 8 ଟି ଜିନିଷ, ମାଡି ଆସେ ଶନି ମହାଦଶା- Ajira Anuchinta

ନମସ୍କାର ବନ୍ଧୁଗଣ ,ବନ୍ଧୁଗଣ ଶନିବାର ଏହା ହେଉଛି ଶନିଦେଵ ଙ୍କ ଦିନ । ଶନିଦେଵ ହେଉଛନ୍ତି ସୂର୍ଯ୍ୟ ଙ୍କର ପୁତ୍ର । ବ୍ରହ୍ମା ଙ୍କର ଆଶୀର୍ବାଦ ଅନୁସାରେ ଶନିଦେଵ ଙ୍କ ଶକ୍ତି ତାଙ୍କ ପିତା ସୂର୍ଯ୍ୟ ଙ୍କ ଠାରୁ ବହୁତ ଅଧିକ । ସମସ୍ତଙ୍କ ଗ୍ରହ ରେ ସୂର୍ଯ୍ୟ ଗୋଟେ ମାସ ପର୍ଯ୍ୟନ୍ତ , ଚନ୍ଦ୍ର ଦୁଇ ମାସ ପର୍ଯ୍ୟନ୍ତ , ମଙ୍ଗଳ ଦେଢ଼ ମାସ ପର୍ଯ୍ୟନ୍ତ , ବୁଧ ଏକ ମାସ ପର୍ଯ୍ୟନ୍ତ , ଶୁକ୍ର ଗୋଟେ ମାସ ପର୍ଯ୍ୟନ୍ତ , ବୃହସ୍ପତି ତେର ମାସ ପର୍ଯ୍ୟନ୍ତ ରହିଥାନ୍ତି କିନ୍ତୁ ଶନିଦେଵ ସମସ୍ତଙ୍କ ଗ୍ରହ ରେ ଅଢେ଼ଇ ବର୍ଷ ରୁ ସାଢ଼େ ସାତ ବର୍ଷ ପର୍ଯ୍ୟନ୍ତ ରହିଥାନ୍ତି ।

ଜାତକ ର ଗ୍ରହ ଅନୁସାରେ ଶନିଦେଵ ଆସିବା ର ତିନି ମାସ ପୂର୍ବରୁ ତାର ପ୍ରଭାବ ଦେଖାଇଥାଏ । ପ୍ରତ୍ୟେକ ବ୍ୟକ୍ତି ଙ୍କ ଗ୍ରହ କୁ ଶନିଦେଵ ତିନି ରୁ ଚାରିଥର ଆସିଥାନ୍ତି । ସବୁ ଗ୍ରହ ଙ୍କର କୁଣ୍ଡଳୀ ଉପରେ ଶନିଦେଵ ଆସିବେ କି ନାହିଁ ଏବଂ ତାଙ୍କର ପ୍ରଭାବ ନିର୍ଭର କରିଥାଏ । ଶନିଙ୍କର ବକ୍ର ଦୃଷ୍ଟି ରୁ ବଞ୍ଚିବା ଆବଶ୍ୟକ । ଶନିଦେଵ ଙ୍କର ସଂଖ୍ୟା ହେଉଛି ଆଠ । ଆପଣଙ୍କୁ ଆଜି ଏହା ଜଣାଇବାକୁ ଯାଉଛୁ ଆଠଟି ଏପରି ଜିନିଷ କେବେବି ଶନିବାର ଦିନ କିଣିବା ଉଚିତ ନୁହେଁ ।

ଲୁହା । ଶନିବାର ଦିନ କୌଣସି ବି ପରିସ୍ଥିତି ରେ ଲୁହା କିଣିବା ଉଚିତ ନୁହେଁ । ଶନିବାର ଦିନ ରାଜା ବିକ୍ରମାଦିତ୍ୟ ଶନିଦେଵ ଙ୍କୁ ଲୁହା ର ଟେବୁଲ ଦେଇଥିଲେ । ଯାହା ଉପରେ ଶନିଦେଵ କ୍ରୋଧ ରେ ନିଜର ବକ୍ର ଦୃଷ୍ଟି ପକାଇଥିଲେ । ସେହିଦିନ ଠାରୁ ସମସ୍ତେ ମାନିଆସୁଛନ୍ତି ଯେ ଶନିବାର ଦିନ ଲୁହା କିମ୍ବା ଲୁହା ର ବସ୍ତୁ କିଣିବା ଅଶୁଭ ଅଟେ ।

ଦ୍ୱିତୀୟ ରେ ଅଛି ଚମଡା ଜାତୀୟ ଜିନିଷ କିଣିବା ଉଚିତ ନୁହେଁ ଯେପରି ଜୋତା , ବେଲ୍ଟ , ପର୍ସ ଆଦି । ଏହା କିଣିବା ଦ୍ବାରା ଆପଣଙ୍କ ସଫଳତାରେ ବାଧା ଆସିଥାଏ ।

ତୃତୀୟ ରେ ତେଲ ଶନିବାର ଦିନ କୌଣସି ବି ତେଲ ଘରକୁ ଆଣିବା ଉଚିତ ନୁହେଁ । ଏହାକୁ ଘରକୁ ଆଣିବା ଦ୍ବାରା ଘରେ ଅସୁବିଧା ସବୁ ଦେଖାଦେଇଥାଏ ।

ଚତୁର୍ଥ ରେ କୋଇଲା ଏହାକୁ ଶନିବାର ଦିନ ଆଣିବା କଥା ନୁହେଁ । କାରଣ ଏହାକୁ ଆଣିବା ମାନେ ସ୍ୱୟଂ ଶନିଦେଵ ଙ୍କୁ ଘରକୁ ଆଣିଥାଅ । ଏପରି କରିବା ଦ୍ବାରା ପରିବାର ପ୍ରତି ବିପଦ ଆସିଥାଏ ।

ପଞ୍ଚମ ରେ ଝାଡୁ । ଝାଡୁ କେବେବି ଶନିବାର ଦିନ କିଣିବା ଉଚିତ ନୁହେଁ । ଏହା କିଣିବା ଦ୍ବାରା ଘରେ ଧନ ସମ୍ପତ୍ତି ର ଅଭାବ ଦେଖାଯାଇଥାଏ ।

ଷଷ୍ଠ ରେ କଳା ରାଶି । କଳା ରାଶି ଶନିବାର ଦିନ ଘରକୁ ଆଣିବା ବର୍ଜିତ ଅଟେ । ଯାହାର ଶନିଦଶା ଥାଏ ସେ କଳା ରାଶି ଦାନ କରିଥାଏ । ଶନିବାର ଦିନ କଳା ରାଶି ଆଣିବା ମାନେ ଘରକୁ ଶନିଦେଵ ଙ୍କୁ ଆଣିବା ସହ ସମାନ ।

ସପ୍ତମ ରେ ଲୁଣ । ଶନିବାର ଦିନ କିଣାଯାଇଥିବା ଲୁଣ ଘରେ ରୋଗ ର ବାତାବରଣ ସୃଷ୍ଟି କରିଥାଏ । ତେଣୁ ଶନିବାର ଦିନ ଲୁଣ କିଣିବା ଉଚିତ ନୁହେଁ ।

ଅଷ୍ଟମ ରେ କାଳୀ । କାଳୀ ଶନିବାର ଦିନ କିଣିବା ଦ୍ବାରା ଆପଣଙ୍କ ଉପରେ କଳଙ୍କ ଲାଗିଯାଇଥାଏ । ଶନିଦେଵ ଙ୍କୁ ନ୍ୟାୟ ର ଭଗବାନ ଭାବରେ ପୂଜା କରାଯାଇଥାଏ । ସିଏ ଧନୀ ହେଉ କି ଗରିବ ସମସ୍ତଙ୍କୁ ଶନିଦେଵ ଙ୍କ ପ୍ରଭାବ ସହିବାକୁ ପଡ଼ିଥାଏ । ଶନିଦେଵ ଧୀରେ ଆସନ୍ତି କିନ୍ତୁ ବହୁତ ଦିନ ଯାଏ ରହିଥାନ୍ତି । ଯଦି କିଏ ଭୁଲ କରିଛି ଶନିଦେଵ ତାକୁ ନିଶ୍ଚିତ ଦଣ୍ଡ ଦେଇଥାନ୍ତି ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।