ନିଜ ଦମରେ ବଞ୍ଚିବା ଶିଖନ୍ତୁ, ଲୋକ ଆପଣଙ୍କୁ ଫଲୋ କରିବେ- Motivational Quotes

ସବୁ ମନୁଷ୍ୟ ତା ଜୀବନରେ ଯାହା ଚାହେଁ ତାକୁ ପାଇବାକୁ ଇଛା କରିଥାଏ ଓ ସବୁ ବେଳେ ସେହି ବିଷୟରେ ଚିନ୍ତା କରିଥାଏ । କିନ୍ତୁ ନିଜ ଦମରେ ସେ ସବୁ ପାଇବା ଏତେ ସହଜ ନୁହେଁ । ଏମିତି ବହୁତ ଧନୀ ବା ସଫଳ ବ୍ୟକ୍ତି ଅଛନ୍ତି ସେମାନେ ତାଙ୍କ ଜୀବନରେ ବହୁତ ପରିଶ୍ରମ କରି ସଫଳତା ପାଇଥାନ୍ତି । କିଛି ପାଇବାକୁ କଠିନ ପରିଶ୍ରମ କରିବାକୁ ପଡିବ । ଦିନେ ଗୋଟିଏ ଗ୍ରାମରେ ଜଣେ ବ୍ୟକ୍ତି ତାର ପରିବାର ସହ ଖୁସିରେ ଜୀବନ ବିତାଉଥିଲା ।

କିନ୍ତୁ ତା ଜୀବନରେ ଗୋଟିଏ ଦୁଖଃ ଥିଲା । ସେ ରହୁଥିବା ଗ୍ରାମ ନିକଟରେ ଏକ ନଦୀରେ ସବୁ ବର୍ଷ ବନ୍ୟା ଆସି ଗ୍ରାମର ବହୁତ କ୍ଷୟ କ୍ଷତି କରୁଥିଲା । ଥରେ ଏହି ବନ୍ୟାରେ ତାର ପରିବାରର ସମସ୍ତେ ଭାସି ଗଲେ ।

ସେ ଏଥିପାଇଁ ବିଶୁଟି ଧୁକହି ହେଲା ଓ ଚିନ୍ତା କଲା ଏହି ନଦୀର ପ୍ରବାହକୁ ବନ୍ୟା ସମୟରେ ନିଜ ଗ୍ରାମକୁ ନ ଆସି ଅନ୍ୟ ବାଟରେ ଯାଇ ଆଉ ଗୋଟିଏ ନଦୀରେ ମିଶିଵ ଯାହା ଫଳରେ କି ଗ୍ରାମର କୌଣସି କ୍ଷତି ନହେବ । ସେ ଦିନେ ନଦୀ ପସ୍ଖରେ ଖୋଲିବାକୁ ଲାଗିଲା ଓ ନଦୀର ଗତିପଥ କୁ ବଦଳେଇବା ଚେଷ୍ଟା କଲା । ଏହା ଦେଖି ଗ୍ରାମର ଲୋକ ତାକୁ ନିଜ ପରିବାରକୁ ହରେଇ ସେ ପାଗଳ ହୋଇଯାଇଛି ବୋଲି ଭାବି ବହୁତ ହସିଲେ । କିନ୍ତୁ ସେ ଏହାକୁ ଖାତିର ନ କରି ନିଜ ଲକ୍ଷରେ ଆଡ଼ି ବସିଲା ଓ ନଦୀର ଗତିପଥକୁ ବଦଳେଇବା ପାଇଁ ନଦୀ ପାଖରେ ଖୋଳିବାକୁ ଲାଗିଲା ।

ଏହି ବ୍ୟକ୍ତି ନିଜ ଅଧ୍ୟବସାୟ ଓ ପରିଶ୍ରମ ଦ୍ୱାରା ସେ ନଦୀର ଗତି ପଥ ବଦଳେଇବାରେ ସକ୍ଷମ ହେଲା । ଯେତେବେଳେ ବର୍ଷା ହେଲା ନଦୀରେ ଆଉ ବନ୍ୟା ଆସି ନଦୀର ଗତି ପଥ ବଦଳି ଯାଇ ଅନ୍ୟ ନଦୀରେ ମିଶିଗଲା । ଦୁନିଆ ଆପଣଙ୍କୁ ଯେତେ କଷ୍ଟଦେଉ କିନ୍ତୁ ଆପଣ ନ ହାରିଯାଇ ଆପଣ ନିଜ କାମରେ ଅଟଳ ରହି କରନ୍ତୁ ନିଶ୍ଚିତ ସଫଳତା ପାଇବେ । ଆପଣ ଯେତେ କଠିନ ପରିଶ୍ରମ କରିବେ ସେତେ ଆପଣ ସେହି କାର୍ଯ୍ୟରେ ଅଭ୍ୟସ୍ତ ହେବା ସହ ସଫଳତା ନିଶ୍ଚିତ ପାଇବେ ।

ଆପଣ ଛୋଟ ବେଳେ ସାଇକେଲ ଚଳାଇଲା ବେଳେ ବା ଶଖିଲା ବେଳେ ଆପଣ ଯେତେଥର ପଡନ୍ତୁ ପଛେ ଆପଣ ପୁଣିଥରେ ବାରମ୍ବାର ସାଇକେଲ ଚଳାଇବା ଦ୍ୱାରା ଆପଣ ସାଇକେଲ ଚଳାଇବା ଶିଖିଯିବେ । ସେହିଭଳି ଆପଣ ଯେଉଁ କାମକୁ ବାରମ୍ବାର କରିବେ ଆପଣ ସେହି କାମରେ ବହୁତ ଭଲ କରିବାରେ ସଫଳ ହେବେ । ଆପଣ ସବୁବେଳେ ନିଜକୁ ନିଜର ଆତ୍ମବିଶ୍ୱାସ ରେ ଦୃଢତା ଆଣନ୍ତୁ । ଯେଉଁ କାମରେ ଯେତେ ଅସଫଳ ହୁଅନ୍ତୁ ନା କାହିଁକି ପୁଣି ଥରେ ଚେଷ୍ଟା କରନ୍ତୁ ନିଶ୍ଚିତ ସଫଳତା ପାଇବେ ।

ଆପଣ ସବୁବେଳେ କିଛି ନୂଆ ଓ ଅଲଗା କିଛି କରିବାକୁ ଚେଷ୍ଟା କରନ୍ତୁ ଓ ନିଜକୁ ଅନ୍ୟଠାରୁ କିଛି ଅଲଗା ପରିଚୟ ଦିଅନ୍ତୁ । ଏହିପରି ଚେଷ୍ଟା ଜାରି ରଖନ୍ତୁ ଜୀବନରେ ଆଗକୁ ବଢିବେ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।