100 ବର୍ଷ ପର୍ଯ୍ୟନ୍ତ Calcium ର ଅଭାବ ହେବ ନାହିଁ ? ହାତ, ଗୋଡ, ଗଣ୍ଠି ଏବଂ କମର ବିନ୍ଧ ଏବେ ଆଉ ନୁହେଁ ! (Health Tips)

ଆପଣଙ୍କୁ ଯଦି ବାରମ୍ବାର ଥକା ଲାଗୁଛି ଏବଂ ଅଳ୍ପ କାମ କରି ଥକି ଯାଉଛନ୍ତି ତେବେ ଏହାକୁ ହାଲୁକା ଭାବେ ନିଅନ୍ତୁ ନାହିଁ । ଏହା ଆପଣଙ୍କ ଶରୀରରେ କ୍ୟାଲସିୟମର ଅଭାବ ଯୋଗୁଁ ହୋଇଥାଏ । ଆଜିକାଲି କମ୍ ବୟସର ପିଲାଙ୍କ ଠାରେ ମଧ୍ୟ କ୍ୟାଲସିୟମର ଅଭାବ ଦେଖା ଦେଲାଣି । ଆଜି ଆମେ ଆପଣଙ୍କୁ ଏପରି ଏକ ଘରୋଇ ଉପଚାର କହିବୁ ଯାହା କେବଳ ତିନି ଦିନ ସେବନ କରିବା ଦ୍ଵାରା ଆପଣଙ୍କ ଶରୀରରେ କ୍ୟାଲସିୟମ ଅଭାବ ସଂପୂର୍ଣ୍ଣ ଭାବେ ଦୂର ହୋଇଯିବ ।

କ୍ୟାଲସିୟମ ଅଭାବର ଶୀଘ୍ର ଉପଚାର ନକଲେ ଏହାଦ୍ଵାରା ଆପଣଙ୍କ ହାଡ ଦୁର୍ବଳ ହେବା ସହ ଦୃଷ୍ଟିଶକ୍ତିକୁ ମଧ୍ୟ ପ୍ରଭାବିତ କରିଥାଏ  ଓ କେଶ ଝଡିବା, ଦାନ୍ତ ଦୁର୍ବଳ ହେବା ଓ ଚର୍ମରୋଗ ଆଦି ମଧ୍ୟ ଦେଖା ଦେଇଥାଏ । ତେବେ ଆଜି ଆମେ ଆପଣଙ୍କୁ ଯେଉଁ ଉପଚାର କହିବାକୁ ଯାଉଛୁ ତାହା ଆପଣଙ୍କୁ ସକାଳେ ଏବଂ ସନ୍ଧ୍ୟାରେ ଦୁଇ ଥର ସେବନ କରିବାକୁ ହେବ । ଏଥିପାଇଁ ଆପଣଙ୍କୁ ସର୍ବପ୍ରଥମେ ଧଳା ଖସା ଆବଶ୍ୟକ । ଧଳା ଖସା ପ୍ରୋଟିନରେ ଭରପୁର ହୋଇଥାଏ । ଏହାର ଗୋଟିଏ ଚାମୁଚରେ ୧୦୦ ଗ୍ରାମ କ୍ୟାଲସିୟମ ମିଳିଥାଏ ।

ଏହା ଆପଣଙ୍କ ହାଡର ଦୁର୍ବଳତା ଦୂର କରିବା ସହ ଏଥିରେ ଆପଣଙ୍କୁ ଆଇରନ, ମ୍ୟାଗ୍ନେସିୟମ, ଜିଙ୍କ ଓ ସେଲେନିୟମ ଭଳି ତତ୍ତ୍ଵ ମିଳିଥାଏ । ଯାହା ଆମ ମାଂସପେଶୀକୁ ଫୁର୍ତ୍ତିଲା ରଖିଥାଏ । ଆପଣ କିଛି ଧଳା ଖସାକୁ ପେଶୀ ଗୁଣ୍ଡ ପ୍ରସ୍ତୁତ କରି ଦିଅନ୍ତୁ । ଏହାକୁ ଆପଣ କୌଣସି ବନ୍ଦ ପାତ୍ରରେ ଷ୍ଟୋର କରି ରଖିପାରିବେ । ଏହାପରେ ଆବଶ୍ୟକ ହେବ ଏକ ଗ୍ଳାସ କ୍ଷୀର । ଏହାସହ ୪-୫ଟି ପିସ୍ତା ବାଦାମ ନିଅନ୍ତୁ । ପିସ୍ତା ବାଦାମ ଆମ ଶରୀର ପାଇଁ ମଲ୍ଟି-ଭିଟାମିନ ପରି କମ କରେ ।

ଆପଣ ଏହି ବାଦାମକୁ ରାତି ସାରା ପାଣିରେ ଭିଜାଇ ରଖନ୍ତୁ । ସକାଳେ ବାଦାମର ଚୋପା ଛଡାଇ ଏହାକୁ ଚୋବାଇ ଖାଇବା ପରେ ଏକ ଗ୍ଳାସ କ୍ଷୀର ପିଅନ୍ତୁ ଅଥବା ବାଦାମକୁ କ୍ଷୀରରେ ପକାଇ ମଧ୍ୟ ସେବନ କରିପାରିବେ । ଏହା ଆପଣଙ୍କୁ ଏତେ ଶକ୍ତି ଦେବା ଯେ ଆପଣଙ୍କୁ ବିଲକୁଲ ମଧ୍ୟ ଥକାପଣ ଅନୁଭବ ହେବ ନାହିଁ । ଏହାର ଲଗାତାର ସେବନ ଦ୍ଵାରା ଆପଣଙ୍କ ଶରୀରରେ ଭିଟାମିନ ଏବଂ କ୍ୟାଲସିୟମର ଅଭାବ ହେବନାହିଁ ।

ଦ୍ଵିତୀୟ ଉପାୟଟି ଆପଣଙ୍କୁ ସନ୍ଧ୍ୟାରେ କରିବାକୁ ହେବ । ଧଳା ଖସା ଗୁଣ୍ଡରୁ ଆପଣ ଏକ ଚାମୁଚ ନେଇ ଏହାକୁ ଏକ ଗ୍ଳାସ ପାଣିରେ ମିଶାଇ ସେବନ କରନ୍ତୁ କିମ୍ବା ଖସା ଗୁଣ୍ଡ ଖାଇ ସାରି ଆପଣ ପାଣି ପିଇ ପାରିବେ । ଯଦି ଆପଣଙ୍କ ଶରୀରରେ ବ୍ୟଥା ଅଧିକ ଅଛି ତେବେ ଆପଣ ଦୁଇ ଚାମୁଚ ଖସା ଗୁଣ୍ଡ ନେଇ ପାରିବେ ।

ଏହି ଉପାୟକୁ ଲଗାତର ତିନି ଦିନ ପର୍ଯ୍ୟନ୍ତ କରି ଦେଖନ୍ତୁ ଆପଣ ଅନୁଭବ କରିପାରିବେ ଆପଣଙ୍କ ଶରୀରରେ କ୍ୟାଲସିୟମର ମାତ୍ରା ବଢିବାକୁ ଲାଗିବ ଓ ବିନା ଥକି ଆପଣ ଯେକୌଣସି କାର୍ଯ୍ୟ କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ ଲାଇକ କରନ୍ତୁ ।