ଶବରେ ପୋକ ସାଲୁବାଲୁ ହୋଇଥିବାରୁ କେହି ଆସିଲେନି, ହେଲେ ସରପଞ୍ଚ ନିଜେ କଲେ ଶବ ସଂସ୍କାର, ଦେଖନ୍ତୁ video

ଚାରି କାନ୍ଧରେ ଶବ ମସାଣି କୁ ଯାଉଛି ଆଉ ରାମ ନାମ ସତ୍ୟ ହେ ଡାକ ପଡୁଛି । ହଁ ଦର୍ଶକ ବନ୍ଧୁ ଏମିତି ଦୃଶ୍ୟ ଦେଖିବା ପରେ ଆପଣ ନିଶ୍ଚୟ ଭାବୁଥିବେ ମଣିଷର ଶେଷ ଠିକଣା ହେଉଛି ସେହି ମସାଣି । ବୋଧ ହୁଏ ଏହି ଗାଁ ର ଜଣେ ବ୍ୟକ୍ତିଙ୍କର ଦେହାନ୍ତ ହୋଇଛି । ଆଉ ପରିବାର ଲୋକେ ଶବ ଦାହ କରିବାକୁ ସମାସନ ନେଉଛନ୍ତି । କିନ୍ତୁ ଶବ ଦାହ କରିବାକୁ ନିଆ ଯାଉଛି ତାହା ତ ସତ କିନ୍ତୁ ଏ ଦ୍ରୁଶ୍ଯ ପଛରେ ଯେଉଁ କାହାଣୀ ରହିଛି ଆପଣ ଜାଣିଲେ ସରପଞ୍ଚ ଙ୍କୁ ନିଶ୍ଚୟ ସାଲ୍ଯୁଟ ମାରିବାକୁ କହିବେ । ପରଲୋକ ହେବା ପରେ ଶବ କୁ ମିଳିଲାନି ସମ୍ମାନ ।

ପୋକ ସାଲୁବାଲୁ ହୋଇ ଥିବାରୁ ପାଖ ମାଦୁ ନ ଥିଲେ ସାହି ଭାଇ । ଏ ଖବର ଯାଇ ପହଞ୍ଚି ଥିଲା ନୟାଗଡ ରାଜସୁନାଖଳାର ସରପଞ୍ଚ ଚିତ୍ତରଞ୍ଜନ ପ୍ରଧାନ ଙ୍କ ପାଖରେ । ତୁରନ୍ତ ସରପଞ୍ଚ ପହଞ୍ଚି ଥିଲେ ଆଉ ଶବ ଦାହ କରିବାର ସବୁ ପ୍ରକାରର ବ୍ୟବସ୍ଥା କରିଥିଲେ । ଖାଲି ବ୍ୟବସ୍ଥା କରିଥିଲେ ତାହା ନୁହେଁ ବର ପୋକ ସାଲୁବାଲୁ ଶବ କୁ କାନ୍ଧ ରେ ମସାଣି ନେଇ ଯାଇଥିଲେ ଯାହାକୁ ନେଇ ଏବେ ସେ ଚର୍ଚ୍ଚା କୁ ଆସିଛନ୍ତି ।

ନୟାଗଡ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ରାଜସୁନାଖଳା ପଞ୍ଚାଯତର ନୃସିଙ୍ଘପୁର ଟାଙ୍ଗୀ ସାହି । ଏହି ଗାଁ ର କୃଷ୍ଣ ବାହାଦୁର ଯିଏ ଜଣେ ନେପାଳି ହୋଇଥିଲେ ମଧ୍ୟ ଯୁବ ଦିନରୁ ଏଠାରେ ରହୁଥିଲେ । ସ୍ଥାନୀୟ ବଜାରରେ ଚୌକିଦାର କାମ ବି କରୁଥିଲେ କୃଷ୍ଣ ବାହାଦୁର । ହେଲେ କୌଣସି କାରଣରୁ ତାଙ୍କ ଗୋଡରେ ଶକ୍ତି ଆଘାତ ଲାଗିଥିଲା । ଆଉ ଧୀରେ ଧୀରେ ଗୋଡ ପଚିବାକୁ ଆରମ୍ଭ କରିବା ପରେ ଚାକିରି ହରାଇଥିଲେ ।

ଆଉ ତା ପରେ ଭିକ ମାଗି ଜୀବିକା ନିର୍ବାହ କରୁଥିଲେ କୃଷ୍ଣ । ହେଲେ ବର୍ଷେ ହେବ ଚଲାବୁଲା ବନ୍ଦ ହେବାରୁ ଘରେ ପଡି ରହିଥିଲେ । ପାଖରେ ପରିବାର ନ ଥିବାରୁ ତାଙ୍କର ଗୋଡ ପାଚିଥିଲା ଆଉ ନିଜର ଶେଷ ନିଶ୍ଵାସ ତ୍ୟାଗ କରିଥିଲେ । କିଛି ଦିନ ପରେ ଘରୁ ଦୁର୍ଗନ୍ଧ ହେବା ସହ ପୋକ ସାଲୁବାଲୁ ହୋଇ ଘରୁ ବାହାରିବା ପରେ ପଡିସା ଲୋକେ ଜାଣିଥିଲେ କୃଷ୍ଣଙ୍କର ପରଲୋକ ହୋଇ ଯାଇଛି ।

କିନ୍ତୁ ପୋକ ସାଲୁବାଲୁ ହୋଇଥିବାରୁ ଘରକୁ କେହି ଯାଉ ନ ଥିଲେ । ତାଙ୍କର ମୃତ୍ୟୁ ହୋଇସାରିଛି ବୋଲି ଜାଣିବା ପରେ ଦିନ 12ଟା ହେଲେ ବି ଶବ ଦାହ କରିବାକୁ କେହି ରାଜି ହେଲେନି । ଶେଷରେ ସରପଞ୍ଚ ଓ ସ୍ଥାନୀୟ ଅଞ୍ଚଳର ବଦାନ୍ୟ ବ୍ୟକ୍ତି ମିଶି ଖରାରେ ଶବ କୁ କାନ୍ଧେଇ ମସାଣି କୁ ନେଇ ଶବ ଦାହ କରିଥିଲେ । ଅନେକ ସମୟରେ ମଣିଷ ମଣିଷ କୁ ପଚାରୁ ନ ଥିବାର ଦ୍ରୁଶ୍ଯ ସାମନାକୁ ଆସେ । ହେଲେ ନୟାଗଡରୁ ଆସିଥିବା ଏହି ଦ୍ରୁଶ୍ଯ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

କାରଣ ମାନବିକତା ଦେଖାଇ ସରପଞ୍ଚ ଯେଉଁ କାମ କରିଛନ୍ତି ତାହାକୁ ନେଇ ଚର୍ଚ୍ଚା ଚାଲିଛି । ବନ୍ଧୁଗଣ ଆପଣ ମାନଙ୍କର ନୟାଗଡ ସରପଞ୍ଚଙ୍କ ଏହି ମହାନ କାମ କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।