ସିଭିୟର ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହେଉଛି ବାତ୍ୟା “Asani”, ଦେଖନ୍ତୁ କଣ ସତର୍କ ସୂଚନା ଦେଲେ ପାଣିପାଗ ବିଜ୍ଞାନୀ Umashankar Dash

ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟାରେ ପରିଣତ ହୋଇସାରିଛି । ଗଭୀର ଅବପାତ ପରେ ସୃଷ୍ଟି ହୋଇଛି ବାତ୍ୟା ଅସାନୀ । ଆସନ୍ତା 24 ଘଣ୍ଟା ମଧ୍ୟରେ ଏହା ସିଭିୟର ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହେବ । ଆଜି ସକାଳ ସମୟରେ ହିଁ ଏହା ସାମୁଦ୍ରିକ ଝଡ ବା ବାତ୍ୟାରେ ପରିଣତ ହୋଇଛି । ଏଥର ବାତ୍ୟାର ନାଁ ଶ୍ରୀଲଙ୍କା ପାଣିପାଗ ତରଫରୁ ରଖାଯାଇଛି । ଅସାନୀ ଶବ୍ଦର ଅର୍ଥ ହେଉଛି କ୍ରୋଧ । ତେବେ ଆସନ୍ତୁ ଜାଣିବା ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାଶ ଏନେଇ କଣ କହୁଛନ୍ତି ।

ବର୍ତ୍ତମାନ ବାତ୍ୟାଟି ଉତ୍ତର ପଶ୍ଚିମ ଦିଗରେ ପାଖପାଖି ୧୬କିମି ବେଗରେ ଏହା ଗତି କରୁଛି ଓ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏହା କେନ୍ଦ୍ରୀଭୂତ ରହିଛି । ବିଶାଖାପାଟଣା ଠାରୁ ପ୍ରାୟ ୯୭୦ କିମି ଦୂରରେ ଦକ୍ଷିଣ ପୁଇର୍ବ ଦିଗରେ କେନ୍ଦ୍ରୀଭୂତ ଅଛି ବାତ୍ୟା ଅସାନୀ । ସେହିପରି ପୁରୀ ଠାରୁ ପ୍ରାୟ ୧୦୨୦ କିମି ଦକ୍ଷିଣ ଓ ଦକ୍ଷିଣ- ପୂର୍ବ ଦିଗରେ ଏହା କେନ୍ଦ୍ରୀଭୂତ ଅଛି । ଆସନ୍ତା ୧୦ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଉତ୍ତର- ପଶ୍ଚିମ ଦିଗରେ ବାତ୍ୟା ଅସାନୀ ତା’ର ଗତି ବଜାୟ ରଖିବ ।

ତେବେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହେବ ବୋଲି ଆକଳନ କରୁଛନ୍ତି ପାଣିପାଗ ବିଜ୍ଞାନୀ । ଘନୀଭୂତ ହୋଇ ଏହା ଭୀଷଣ ବାତ୍ୟା ବା ସିଭିୟର ସାଇକ୍ଳୋନିକ ଷ୍ଟର୍ମରେ ପରିଣତ ହେବାର ସମ୍ଭାବନା ରହିଛି । ୧୦ ତାରିଖ ପରେ ଏହା ଉତ୍ତର ଆନ୍ଧ୍ର ଓ ଓଡିଶା ଉପକୂଳ ପହଞ୍ଚିବା ପରେ ଗତିରେ ପରିବର୍ତ୍ତନ କରିବ ଏବଂ ଉତ୍ତର ଓ ଉତ୍ତର- ପୂର୍ବ ଦିଗକୁ ମୁହାଁଇବ ।

ଯାହା ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ଓଡିଶା ଉପକୂଳ ମୁହାଁ ହେବାର ସମ୍ଭାବନା ରହୁଛି । ଏହାର ପ୍ରଭାବରେ ମେ’ ୧୦ ତାରିଖ ସନ୍ଧ୍ୟା ସମୟରୁ ଓଡିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ । ଏହି ବର୍ଷା ୧୦ ତାରିଖରୁ ଆରମ୍ଭ ହୋଇ ୧୧ ତାରିଖ ଦିନ ମଧ୍ୟ ବଜାୟ ରହିବ ଓ ୧୨ ତାରିଖ ଦିନ ମଧ୍ୟ କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହୁଛି । ଗଜପତି, ଗଞ୍ଜାମ ଓ ପୁରୀ ଜିଲ୍ଲାରେ ୧୦ ତାରିଖ ଠାରୁ ପ୍ରବଳ ବର୍ଷାର ହେବାର ସତର୍କ ସୂଚନା ଜାରି କରାଯାଇଛି ।

ସର୍ବାଧିକ ୭ ସେଣ୍ଟିମିଟରରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ଆକଳନ କରାଯାଉଛି । ପବନର ବେଗ ମଧ୍ୟ ୭୦ରୁ ୮୦କିମି ପ୍ରତି ଘଣ୍ଟା ଏବଂ ସର୍ବାଧିକ ୯୦କିମି ପର୍ଯ୍ୟନ୍ତ ରହିବ ବୋଲି କୁହାଯାଉଛି । ତେଣୁ ସମୁଦ୍ର ମଧ୍ୟ ଅଶାନ୍ତ ରହିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।