ତରଳିଲା Tapaswini ଙ୍କ ଶ୍ଵଶୁର Pramod Sahu ଙ୍କ ମନ, ଆଜି ନିଜେ ଦେଲେ Tapaswini ଙ୍କୁ ଆଶୀର୍ବାଦ, ଦେଖନ୍ତୁ Video

ଆଜି ତପସ୍ଵିନୀଙ୍କୁ ଆଶୀର୍ବାଦ ଦେଇଛନ୍ତି ଶ୍ଵଶୁର ପ୍ରମୋଦ କୁମାର ସାହୁ । ଏହି ଭିଡିଓରେ ସୁମିତଙ୍କ ବାପା ତପସ୍ଵିନୀଙ୍କୁ ଆଶୀର୍ବାଦ ଦେଉଥିବାର ଦେଖିବାକୁ ମିଳିଛି । ଶ୍ବଶୁରଙ୍କ ଅଭିମାନ ଏବେ ଶାନ୍ତ ପଡିଯାଇଛି ଓ ବୋହୂ ପ୍ରତି ସ୍ନେହ ଶ୍ରଦ୍ଧା ବଢିଯାଇଛି । ଏବେ ସେ ସୁମିତଙ୍କ ସହ ତପସ୍ଵିନୀଙ୍କ ପାଇଁ ମଧ୍ୟ ବାପା ଅଟନ୍ତି ଓ ତାଙ୍କୁ ଆଦରି ନେଇଛନ୍ତି । ଏ ଦୃଶ୍ୟ ଆପଣ ଦେଖୁଥିବେ କି ତପସ୍ଵିନୀ କିପରି ଶ୍ବଶୁରଙ୍କ ପାଦ ଛୁଉଁଛନ୍ତି । ହେଲେ ଏଥର ପ୍ରମୋଦ ବାବୁଙ୍କ ମନରେ ରାଗ ନାହିଁ କି ମୁହଁ ବୁଲେଇ ଛିଡା ହୋଇନାହାନ୍ତି ।

ସାଙ୍ଗେ ସାଙ୍ଗେ ତପସ୍ଵିନୀଙ୍କୁ ଆଶୀର୍ବାଦ କରିଛନ୍ତି ଶ୍ଵଶୁର । ସୁମିତଙ୍କ ବାପା ପ୍ରମୋଦ ସାହୁ ଏବେ ବଦଳି ଯାଇଛନ୍ତି । ତପସ୍ଵିନୀଙ୍କୁ ବୋହୂ ରୂପେ ଗ୍ରହଣ କରିବାକୁ ଏବେ ସେ ପ୍ରସ୍ତୁତ ଅଛନ୍ତି । ସେଥିପାଇଁ ତ ତପସ୍ଵିନୀ ପାଦ ଛୁଇଁବା ମାତ୍ରେ ଶ୍ବଶୁରଙ୍କ ହାତ ଆଶୀର୍ବାଦ କରିବା ପାଇଁ ଉଠିଗଲା । ପ୍ରମୋଦ ସାହୁ ନିଜେ କହିଛନ୍ତି କି ତପସ୍ଵିନୀଙ୍କୁ ବୋହୂ ଭାବେ ଗ୍ରହଣ କରିବାରେ ତାଙ୍କର କୌଣସି ଦ୍ଵନ୍ଦ ନାହିଁ । ବରଂ ସେ ତାଙ୍କ ପୁଅ ସୁମିତଙ୍କ ନିଷ୍ପତ୍ତିରେ ସହମତ ଅଟନ୍ତି ।

ସୁମିତ ନିଜେ ଏ ସମ୍ପର୍କରେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି । ଏ ଦୃଶ୍ୟ ଦେଖିଲେ ଲାଗୁଛି କି ଆଜି ଶ୍ଵଶୁର ସତରେ ମଧ୍ୟସ୍ଥି କେନ୍ଦ୍ର ଆସିଥିଲେ ନିଜ ପୁଅ ଓ ବୋହୂକୁ ମିଶାଇଦେବା ପାଇଁ । ଯେବେ ଠାରୁ ତପସ୍ଵିନୀ ସୁମିତଙ୍କ ଘରେ ରହୁଛନ୍ତି ସେବେ ଠାରୁ ପ୍ରମୋଦ ବାବୁ ଆଉ ଘରକୁ ଯାଇନାହାନ୍ତି । ବାହାରେ ବାହାରେ ରହୁଛନ୍ତି ଶ୍ଵଶୁର ପ୍ରମୋଦ ସାହୁ ।

କିନ୍ତୁ ଆଜି ତପସ୍ଵିନୀଙ୍କୁ ଆଶୀର୍ବାଦ ଦେଇ ଶ୍ଵଶୁର ପ୍ରମୋଦ ଦେଖାଇ ଦେଇଛନ୍ତି କି ତପସ୍ଵିନୀଙ୍କୁ ସେ ବୋହୂ ଭାବେ ସ୍ଵୀକାର କରି ନେଲେଣି । ସୁମିତ ଓ ତପସ୍ଵିନୀ ଏହି ମଧ୍ୟସ୍ଥି କେନ୍ଦ୍ରକୁ ଅନେକ ଥର ଦୌଡିଥିଲେ ମଧ୍ୟ କିଛି ସୁଫଳ ମିଳି ନଥିଲା । ଯାହାପରେ ଉଭୟଙ୍କ ପରିବାରକୁ ଡକା ଯାଇଥିଲା । ଯେଉଁଥି ପାଇଁ ସେଠାରେ ପହଞ୍ଚିଥିଲେ ସୁମିତଙ୍କ ବାପା ପ୍ରମୋଦ ସାହୁ ଓ ତପସ୍ଵିନୀଙ୍କ ବାପା ।

ସେଠାରେ ଦେଖିବାକୁ ମିଳିଥିଲା କି ତପସ୍ଵିନୀ ନିଜ ଶ୍ବଶୁରଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରୁଛନ୍ତି ଓ ଶ୍ଵଶୁର ମଧ୍ୟ ତିଳେ ମାତ୍ର ବିଳମ୍ବ ନକରି ଆଶୀର୍ବାଦ ଦେଉଛନ୍ତି । ଏଥିରୁ ବାରି ହେଉଛି ତପସ୍ଵିନୀକୁ ହୁଏତ ଆଉ ଅଧିକ ସମୟ ଅପେକ୍ଷା କରିବାକୁ ପଡି ନପାରେ । ଶୀଘ୍ର ଗଡିବାକୁ ଯାଉଛି ତାଙ୍କର ସୁନାର ସଂସାର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।