ଇଏ ପୁଣି କି କାଣ୍ଡ ! ଟ୍ରେନର ଟଏଲେଟରୁ ଆସୁଥିଲା ଆବାଜ, ଯେତେବେଳେ ଲୋକ ଯାଇ ଦେଖିଲେ ତ ସମସ୍ତଙ୍କ ହୋସ ଉଡିଗଲା !

ଦୁନିଆରେ ପ୍ରତ୍ଯେକ ଦିନ କିଛି ନା କିଛି ଅଦ୍ଭୁତ ତଥା ଆଶ୍ଚର୍ଯ୍ୟକର ଘଟଣାମାନ ଦେଖିବାକୁ ବା ଶୁଣିବାକୁ ମିଳିଥାଏ । ସେଥିମଧ୍ୟରୁ କିଛି ଘଟଣା ଏମିତି ଥାଏ ଯେ ଶୁଣିବା ଲୋକ ବି କେବେ ସ୍ଵପ୍ନରେ ସୁଦ୍ଧା ଚିନ୍ତା କରି ନଥାଏ । ସେହିପରି ଏକ ଅଦ୍ଭୁତ ଓ ଆଶ୍ଚର୍ଯ୍ୟଜନକ ଘଟଣା ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ । ଏହି ଘଟଣା ସମ୍ପର୍କରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହି ମହିଳାଙ୍କ ସହ ଯାହା ଘଟିଲା ଆପଣ କେବେ ଭାବି ନଥିବେ କି ଏମିତି ବି ଘଟିପାରେ ବୋଲି ।

ଚାରମିନାର ଟ୍ରେନରେ ଯାତ୍ରା କରୁଥିବା ସମୟରେ ଜଣେ ମହିଳା ଟଏଲେଟ ଗଲେ, କିନ୍ତୁ ସେ ବହୁତ ସମୟ ଯାଏଁ ବାହାରକୁ ଆସିଲେ ନାହିଁ । କିଛି ସମୟ ପରେ ସେହି ଟଏଲେଟ ଭିତରୁ ଜୋରରେ ଶବ୍ଦ ଶୁଣାଗଲା । ମୋତେ ବଞ୍ଚାଅ ବଞ୍ଚାଅ ବୋଲି ମହିଳା ଜୋରରେ ପାଟି କରୁଥିଲେ । ସେଠାରେ ଥିବା ଲୋକମାନେ ସେହି ଟଏଲେଟ ଭିତରକୁ ଦୌଡି ଯାଇ ଟଏଲେଟ କବାଟକୁ ବାଡେଇବାକୁ ଲାଗିଲେ । ଲୋକମାନେ କିଛି ବୁଝିପାରୁ ନଥିଲେ କି ଟଏଲେଟ ଭିତରେ ସେହି ମହିଳାଙ୍କ ସହ ଏମିତି କଣ ହେଲା ଯେ ସେ ଏତେ ଜୋରରେ ଚିତ୍କାର କରୁଛନ୍ତି ।

କିଛି ସମୟ ପରେ ଲୋକମାନେ ମିଳିମିଶି କବାଟ ଭାଙ୍ଗିଦେଲେ । ଆଉ କବାଟ ଖୋଲିବା ପରେ ସେମାନେ ସେଠି ଯାହା ଦେଖିଲେ ତାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ସେମାନେ ଦେଖିଲେ ଯେ ସେହି ମହିଳାଙ୍କ ଗୋଡ ଟ୍ରେନର ଲାଟିନରେ ଫସି ଯାଇଛି । ଆଉ ଏଥିପାଇଁ ସେହି ମହିଳାଜଣକ ପାଟି କରୁଥିଲେ ।

ଲୋକମାନେ ସେହି ମହିଳାଙ୍କ ଗୋଡକୁ ଲାଟିନ ଭିତରୁ ବାହାର କରିବାକୁ ଖୁବ ଚେଷ୍ଟା କଲେ, କିନ୍ତୁ ସେହି ସମୟରେ ଟ୍ରେନ ଚାଲୁଥିବା କାରଣରୁ ତାଙ୍କ ଗୋଡକୁ ସେମାନେ ବାହାର କରିପାରିଲେ ନାହିଁ । ଏହାପରେ କିଛି ଲୋକ ଏହି ଘଟଣାକୁ ରେଲୱେ ଅଧିକାରୀଙ୍କୁ ଜଣାଇଲେ । ପରେ ଏହି ମାମଲାକୁ ସେହି ଟ୍ରେନରେ ଥିବା କିଛି ରେଲୱେ ଷ୍ଟାଫ ନିଜ ହାତକୁ ନେଲେ । ବହୁତ ଚେଷ୍ଟା ପରେ ମଧ୍ୟ ରେଲୱେ ଅଧିକାରୀ ମାନେ ସେହି ମହିଳାଙ୍କ ଗୋଡକୁ ଟ୍ରେନ ଲାଟିନ ଭିତରୁ କାଢିପାରିଲେ ନାହିଁ ।

ଆଉ ଏଥିପାଇଁ ସେମାନେ ସେହି ଲାଟିନକୁ ଓପାଡି ଦେଲେ । ସେତେବେଳ ପର୍ଯ୍ୟନ୍ତ ମଧ୍ୟ ମହିଳାଙ୍କ ଗୋଡ ସେଥିରେ ଫସି ରହିଥିଲା । ଏହାପରେ ଟ୍ରେନକୁ ଷ୍ଟେସନରେ ଅଟକାଗଲା । ଏହି ଘଟଣା ସମ୍ପର୍କରେ ଜାଣି ରେଲୱେ ପୋଲିସ ମଧ୍ୟ ସେଠାରେ ଆସି ପହଞ୍ଚିଗଲା ।

କିଛି ସମୟ ପରେ ଯତ୍ନ ସହକାରେ ଏକ କଟର୍ ସାହାଯ୍ୟରେ ଲାଟିନକୁ ଦୁଇ ଖଣ୍ଡକୁ ମହିଳାଙ୍କ ଗୋଡକୁ ସେଥିରୁ କଢାଗଲା । ଏହାପରେ ତୁରନ୍ତ ଚିକିତ୍ସା ପାଇଁ ସେହି ମହିଳାଙ୍କୁ ହସ୍ପିଟାଲକୁ ପଠାଇ ଦିଆଗଲା । ଭଗବାନଙ୍କ ଦୟାରୁ ଟ୍ରେନ ଦ୍ରୁତଗତିରେ ଚାଲୁଥିବା ସତ୍ତ୍ୱେ ସେହି ମହିଳାଙ୍କୁ ସେତେ ଆଘାତ ହୋଇ ନଥିଲା । ନଚେତ ସେହି ମହିଳାଙ୍କ ସହ ବହୁତ ବଡ ଦୁର୍ଘଟଣା ଘଟି ଯାଇଥାନ୍ତା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।