ଦିନେଶଙ୍କ ପରିବାର ଲୋକେ ମୋ ସହ ଗେମ୍ ଖେଳୁଛନ୍ତି । ବାହାରେ ଯାଇ ସେମାନେ ପୁଅର ବିବାହ କରି ସାରିଛନ୍ତି । ସେମିତିକା ଲୋକଙ୍କ ଉପରେ ମୋର ଟିକେ ବି ଭରସା ନାହିଁ । ଘର ଭିତରେ ରହି ଯିଏ ଏତେ କାମ କରିପାରନ୍ତି, ବାହାରକୁ ଗଲେ ସେ କଣ ନ କରିବେ । ସେମାନେ ତ କେହି ଘରେ ନଥିଲେ ଆଉ ଆଜି ଦିନେଶଙ୍କ ବାପା ଆସିଲେ । ଲୋକେ ପଚାରିବାରୁ କହୁଛନ୍ତି ଦିନେଶଙ୍କ ବାହାଘର କରିବାକୁ ଯାଇଥିଲୁ । ତାଙ୍କ କଥାରୁ ଯାହା ଜଣାପଡୁଛି ସେ ବାହାଘର ପାଇଁ ହିଁ ଯାଇଥିବେ ।
ଯଦି ସେ ଏମିତି କରିଥିବେ ତେବେ ପୋଲିସକୁ ଅନୁରୋଧ କରୁଛି ଏଭଳି ଲୋକଙ୍କୁ ଆଗେ ଆରେଷ୍ଟ କରନ୍ତୁ । ମୋ ଶାଶୁ ତ ଯାହା କରୁଥିଲେ ହେଲେ ଶ୍ଵଶୁର ବି କିଛି କମ୍ ନୁହନ୍ତି । ଦିନେଶଙ୍କ ମୋ ସହ ସମ୍ପର୍କ ମୋର ଗୋଟିଏ ଛୁଆ ଥିବା କଥା ଜାଣିବି ସେ ଏମିତି କଣ ପାଇଁ କରୁଛନ୍ତି । ତାଙ୍କ ପରିବାର ଆଇନର ନିୟମକୁ ଉଲ୍ଲଂଘନ କରୁଛନ୍ତି । ତାଙ୍କ ପୁଅ ତ ମୋ ଜୀବନ ବରବାଦ କଲା ଆଉ ଏବେ ତାଙ୍କ ବାପାମା’ ମୋ ପୁଅ ଜୀବନ ବରବାଦ କରୁଛନ୍ତି ।
ତୁମ ମାନଙ୍କର କଣ ଟିକେ ଦୟାମାୟା ନାହିଁ ଏମିତି କରୁଛ । ବାପାମା’ ଛୁଆ ମାନଙ୍କର ଭଲ ଚାହାନ୍ତି ହେଲେ ଏମାନେ ନିଜ ଜୀବନକୁ ବରବାଦ କରୁଛନ୍ତି । ଦିନେଶ ବହୁତ ଭଲ ହେଲେ ଏମାନେ ସମସ୍ତେ ମିଶି ତା’ ମୁଣ୍ଡ ଖରାପ କରୁଛନ୍ତି । ଯିଏ ମୋତେ ଦିନେ ନ ଦେଖିଲେ କଥା ନହେଲେ ରହି ପାରନ୍ତିନି ସେ ଆଜି କେମିତି ଦୂରେଇ ରହି ପାରୁଛନ୍ତି ।
ମୋ କଷ୍ଟ କଣ କାହା ଆଖିରେ ପଡୁନି ? ଭଲ ପାଇଥିଲି ଆଉ ସବୁବେଳେ ଦିନେଶଙ୍କ ଭଲ ଚାହିଁଥିଲି । ତାଙ୍କ ବାପାମା’ କଣ ଏତିକି ଜାଣି ନାହାନ୍ତି ଦିନେଶଙ୍କ ପାଇଁ ଦୀପିକା କଣ ସବୁ କରିଛି । ମୋ ଠୁ ଅଧିକ କଣ କିଏ ଦିନେଶକୁ ଭଲ ପାଇ ପାରିବ ! ତେଣୁ ମୋ ଶାଶୁ ଶ୍ଵଶୁରଙ୍କୁ ଅନୁରୋଧ କରୁଛି ଦିନେଶକୁ ବୁଝାନ୍ତୁ ଓ ମୋତେ ଗ୍ରହଣ କରନ୍ତୁ ।
ଦିନେଶଙ୍କ ଘର ଆଗରେ ୩୭ ଦିନ ଧରି ଧାରଣାରେ ବସିଥିବା ଦୀପିକା ଏଭଳି କିଛି କହିଛନ୍ତି । ତେବେ ଦୀପିକା ଶ୍ଵଶୁରଙ୍କୁ ପୋଲିସ ଗିରଫ କରିବା କଥା କହିବା ପରେ ଏହି ଘଟଣା କେଉଁ ମୋଡ ନେଉଛି ତାହା ଦେଖିବାକୁ ବାକି ରହିଲା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।