ବୁଧବାର ଦିନ ହେଲିକପ୍ଟର ଦୁର୍ଘଟଣାରେ ଦେଶର ସବୁଠୁ ବଡ ସୈନ୍ୟ ଅଧିକାରୀ ଏବଂ ପ୍ରଥମ ସିଡ଼ିଏସ ଜେନେରାଲ ବିପିନ ରାୱତ ପ୍ରାଣ ହରାଇଛନ୍ତି । ଏହି ମର୍ମନ୍ତୁଦ ଘଟଣାରେ ବିପିନ ରାୱତଙ୍କ ସମେତ ତାଙ୍କ ପତ୍ନୀ ମଧୁଲିକା ରାୱତ ଓ ସେନାର ଅନ୍ୟ ୧୩ ଜଣ ଯବାନ ମଧ୍ୟ ପ୍ରାଣ ହରାଇଛନ୍ତି । ବିପିନ ରାୱତଙ୍କ ମୃତ୍ୟୁରେ ଦେଶରେ ଶୋକର ଛାୟା ବ୍ୟାପିଯାଇଛି ଓ ସମସ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛନ୍ତି ।
ତେବେ ଏହା ମଧ୍ୟରେ ଖବର ଶୁଣିବାକୁ ମିଳୁଛି କି ସିଡ଼ିଏସ ବିପିନ ରାୱତ ହେଲିକପ୍ଟର କ୍ରାଶ ହେବ ପରେ ମଧ୍ୟ ଜୀବିତ ଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି କି ଯଦି ସେ ଜୀବିତ ଥିଲେ ତେବେ ତାଙ୍କୁ ବଞ୍ଚାଇବାକୁ କାହିଁକି ଉଦ୍ୟମ କରାଗଲା ନାହିଁ ? ଉଦ୍ଧାରକାର୍ଯ୍ୟରେ ସାମିଲ ଥିବା ଜଣେ ବ୍ୟକ୍ତି ଦାବି କରି କହିଛନ୍ତି କି କ୍ରାଶ ପରେ ମଧ୍ୟ ବିପିନ ନିଜ ନାମ କହିବାକୁ ସକ୍ଷମ ଥିଲେ । ଉକ୍ତ ବ୍ୟକ୍ତିଙ୍କ ନାମ ଏନସି ମୁରଲୀ ବୋଲି ଜଣାପଡିଛି ।
ସେ କହିଛନ୍ତି ଯେ, ସେମାନେ ୨ ଜଣ ବ୍ୟକ୍ତିଙ୍କୁ ଜୀବିତ ଉଦ୍ଧାର କରିଥିଲେ । ସେମାନଙ୍କ ମଧ୍ୟରେ ଜଣେ ଥିଲେ ବିପିନ ରାୱତ । ସେ ଖୁବ୍ ଧୀର ସ୍ଵରରେ ତାଙ୍କ ନାମ କହିଥିଲେ, କିନ୍ତୁ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା । ସେହିଭଳି ଜୀବିତ ଉଦ୍ଧାର ହୋଇଥିବା ଆଉ ଜଣେ ଯବାନଙ୍କ ନାମ ଗୁରୁ କ୍ଯାପଟେନ ସିଂ ବୋଲି ଜଣା ପଡିଥିଲା । ରିପୋର୍ଟ ମୁତାବକ ଜେନେରାଲ ରାୱତଙ୍କ ଶରୀରର ତଳଭାଗ ଏକଦମ ଜଳି ଯାଇଥିଲା ।
ତାଙ୍କୁ ଏକ ବେଡସିଟ୍ ରେ ଗୁଡାଇ ଆମ୍ବୁଲାନ୍ସରେ ନିଆ ଯାଇଥିଲା । ଏହାସହ ମୁରଲୀ କହିଥିଲେ କି ହେଲିକପ୍ଟର କ୍ରାଶ ହେବା ପରେ ସେହି ଇଲାକାକୁ ଉଦ୍ଧାର କାର୍ଯ୍ୟ ପାଇଁ ଯିବା ବେଳେ ତାଙ୍କୁ ସମସ୍ଯାର ସମୁଖୀନ ହେବାକୁ ପଡିଥିଲା । କାରଣ ସେଠାକୁ ଦମକଳ ବାହିନୀଙ୍କ ଯିବା ପାଇଁ କୌଣସି ରାସ୍ତା ନଥିଲା । ସେଥିପାଇଁ ପାଖରେ ଥିବା ଏକ ନଦୀ ଏବଂ ଘର ମାନଙ୍କରୁ ପାତ୍ର ମାନଙ୍କରେ ପାଣି ଅଣା ଯାଇଥିଲା ।
ଏହି ଅପରେସନ ଏତେ କଠିନ ଥିଲା ଯେ ସେମାନଙ୍କୁ ଶବ ଗୁଡିକ ବାହାର କରିବା ପାଇଁ ପ୍ରଥମେ ହେଲିକପ୍ଟରର ଭଙ୍ଗା ଖଣ୍ଡ ଗୁଡିକୁ ବାହାର କରିବାକୁ ପଡିଥିଲା । ଉଦ୍ଧାରକାର୍ଯ୍ୟ ବେଳେ ଏକ ଗଛ ମଧ୍ୟ ସେଠାରେ ଭାଙ୍ଗି ପଡିଥିଲା, ଯାହାକୁ ପ୍ରଥମେ କାଟିବାକୁ ପଡିଥିଲା । ସେମାନଙ୍କୁ ସେଠାରୁ ୧୨ଟି ଶବ ମିଳିଥିଲା, ସେମାନଙ୍କ ମଧ୍ୟରୁ ଦୁଇଜଣ ଜୀବିତ ଥିଲେ ଓ ଅନ୍ୟ ଦୁଇଜଣ ଏକଦମ ଜଳି ଯାଇଥିଲେ । ସେଠାରେ କିଛି ହତିଆର ମଧ୍ୟ ପଡିଥିଲା, ଯାହା ହେତୁ ସାବଧାନତାର ସହ ଅପରେସନ କରିବାକୁ ପଡିଥିଲା । ଯେଉଁଠାରେ ହେଲିକପ୍ଟର କ୍ରାଶ ହୋଇଥିଲା ସେଠାରୁ ମାତ୍ର ୧୦୦ ମିଟର ଦୂରରେ କାଟେରୀ ଗାଁ ଅଛି ।
ସେହି ଗାଁର ଜଣେ ବ୍ୟକ୍ତି ସେଠାରେ ପ୍ଳେନ ଯାଉଥିବାର ଶବ୍ଦ ଶୁଣିବା ସହ କିଛି ସମୟ ପରେ କ୍ରାଶ ହେବାର ଶବ୍ଦ ମଧ୍ୟ ଅନୁଭବ କରିଥିଲେ । ଏହାପରେ ଗ୍ରାମବାସୀ ଜିଲ୍ଲା ଅଧିକାରୀଙ୍କୁ ଖବର ଦେବାପରେ ଗ୍ରାମର ବିଦ୍ୟୁତ ସେବା କାଟି ଦିଆ ଯାଇଥିଲା । ଗ୍ରାମବାସୀ ମାନେ ଘଟଣାସ୍ଥଳକୁ ଯିବା ପାଇଁ ମଧ୍ୟ ପ୍ରୟାସ କରିଥିଲେ, କିନ୍ତୁ ସେତେବେଳକୁ ପୋଲିସ ଓ ଉଦ୍ଧାରକର୍ମୀ ଆସି ଯାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।