ସେପ୍ଟେମ୍ବର ୧ ରୁ ବଦଳିଲା ଭାରତ ସରକାରଙ୍କ ଏହି ସବୁ ନିୟମ, ନିଶ୍ଚିତ ଜାଣି ନିଅନ୍ତୁ ନ ହେଲେ ପଡ଼ିପାରନ୍ତି ଅସୁବିଧାରେ

ସେପ୍ଟେମ୍ବର ୧ ରୁ କେତେକ ନିୟମ ଚେଞ୍ଜ ହୋଇ ଯାଉଛି ଓ ଏବେ ଠାରୁ ମୋଟର ବାହନ (ସଂଶୋଧନ) ଅଧିନିୟମ ବି ଦେଶ ଉପରେ ଲାଗୁ ହୋଇ ଯାଇଛି । ଏହି ନିୟମ ଲାଗୁ ହେବା ସହିତ ନିୟମର ଉଲ୍ଲଂଘନ କରୁଥିବା ଲୋକ ମାନଙ୍କୁ ବହୁତ ଜୋରିମାନା ଦେବାକୁ ପଡିବ । ଯେତେବେଳେ କି ଯେଉଁ ଲୋକ ନିଜର ଈ-ୱଲେଟର କେୱାଇସି କରାଇ ନାହାନ୍ତି ସେହି ଲୋକମାନଙ୍କର ୱଲେଟ ବନ୍ଦ କରି ଦିଆଯିବ ।

ଯାତାୟାତ ନିୟମ ସହ ଜଡିତ

ବର୍ତ୍ତମାନର ନୂତନ ଯାତାୟାତ ନିୟମ ଅନୁସାରେ ଯଦି କୌଣସି ବ୍ୟକ୍ତି ମଦ ପିଇ ଗାଡି ଚଲାଉଛି କିମ୍ବା ଓଭରସ୍ପୀଡ, ଓଭରଲୋଡିଙ୍ଗ କରୁଥିବାର ମିଳିଲା, ତେବେ ସେହି ବ୍ୟକ୍ତିକୁ ବହୁତଜୋରିମାନା ଭରିବାକୁ ପଡିବ ।

ଏତିକି ନୁହେଁ ସଠିକ ରୂପରେ ଯଦି ରାସ୍ତା ନିର୍ମାଣ ନ କରନ୍ତି ତେବେ contractor ଓ କମ୍ପାନୀ ଉପରେ ଜୋରିମାନା ବି ଲାଗିବ । ଅନ୍ୟ ପଟେ ନିଜର ଡ୍ରାଇଭିଙ୍ଗ ଲାଇସେନ୍ସ କରିବା ପାଇଁ ଲୋକମାନେ କେଉଁଠୁ ବି ଆବେଦନ କରି ପାରିବେ ।

ଲାଗିବ ଜୋରିମାନା

ଯେଉଁ ଲୋକମାନେ ୩୧ ଅଗଷ୍ଟ ପରେ ନିଜର ଇନକାମ ଟାକ୍ସ ରିଟର୍ନ ଦାଖଲ କରିବେ ତାଙ୍କ ଉପରେ ସରକାର ତରଫରୁ ୫୦୦୦ ଟଙ୍କା ଜୋରିମାନା ଲଗାଯିବ ।

ଈ-ୱଲେଟ ର କେୱାଇସି କରନ୍ତୁ

ଯଦି ଆପଣ ନିଜର ଈ-ୱଲେଟ ର କେୱାଇସି କରି ନାହାନ୍ତି ତେବେ ୩୧ ଅଗଷ୍ଟ ପୂର୍ବରୁ ନିଜର କେୱାଇସି କରାଇ ନିଅନ୍ତୁ । ନଚେତ ଆପଣଙ୍କର ୧ ସେପ୍ଟେମ୍ବରରୁ ପେଟୀଏମ, ଗୂଗଲ ପେ, ଫୋନ ପେ ଓ ଅନ୍ୟ ମୋବାଇଲ ୱଲେଟ ବନ୍ଦ ହୋଇଯିବ ।

ଅନଲାଇନ ରେଳ ଟିକେଟ ମହଙ୍ଗା

୧ ସେପ୍ଟେମ୍ବରରୁ ରେଲୱେ ଯେଉଁ ଲୋକମାନେ ଅନଲାଇନ ରେଳ ଟିକେଟ ବୁକ କରିବେ ତାଙ୍କୁ କିଛି ଅଧିକ ଟଙ୍କା ଦେବେକୁ ପଡିବ । ରେଲୱେର ସ୍ଲୀପର କ୍ଲାସ ଈ-ଟିକେଟ ବୁକିଙ୍ଗରେ ୨୦ ଟଙ୍କାର ସର୍ବିସ ଚାର୍ଜ ଦେବାକୁ ପଡିବ । ଏସୀ ଶ୍ରେଣୀ ର ଈ-ଟିକଟ କରିବା ଉପରେ ୪୦ ଟଙ୍କା ସର୍ବିସ ଚାର୍ଜ ଦେବାକୁ ପଡିବ । ଅନ୍ୟ ପଟେ ଭୀମ ଏପ ଜରିଆରେ କରିଲେ ସ୍ଲୀପର ପାଇଁ ୧୦ ଟଙ୍କା ଓ ଏସୀ ପାଇଁ ୨୦ ଟଙ୍କା ସର୍ବିସ ଚାର୍ଜ ଦେବାକୁ ପଡିବ ।

ଚାଷୀମାନଙ୍କର କ୍ରେଡିଟ କାର୍ଡ ହେବା ସହଜ

ସେପେଟେମ୍ବର ମାସରୁ ଚାଷୀମାନଙ୍କର କ୍ରେଡିଟ କାର୍ଡ କରିବା ବହୁତ ସହଜ ହୋଇଯିବ । ଏହି କ୍ରେଡିଟ କାର୍ଡ ଚାଷୀମାନଙ୍କୁ ୧୫ ଦିନ ମଧ୍ୟରେ ମିଳିଯିବ ।

ମିଳିବ ଅଧିକ ବୀମା

ସରକାର ଇନଶୋରେନ୍ସ କମ୍ପାନୀମାନଙ୍କୁ ନିର୍ଦେଶ ଦେଇ କହିଛନ୍ତି କି ଭୂମିକମ୍ପ, ବନ୍ୟା ଓ ଅନ୍ୟ ବିଭିନ୍ନ ପ୍ରକାରର ଅସୁବିଧା କିମ୍ବା ଭଙ୍ଗାଭାଙ୍ଗି, ଦଙ୍ଗା ଉପରେ ବି ଲୋକମାନଙ୍କୁ ବୀମା ଦିଆଯିବ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।