ଏଥିରେ ସେନସର ବୋର୍ଡର ଯେତିକି ଭୁଲ ଅଛି, ସେ ଫିଲ୍ମମେକର ମାନଙ୍କର ବି ସେତିକି ଭୁଲ ଅଛି “

ନମସ୍କାର ବନ୍ଧୁଗଣ । ଗତ ଜୁନ 29ରେ ଓଡିଆ ଫିଲ୍ମ “ପ୍ରିୟେ ତୁ ମୋ ସିଏ” ରିଲିଜ ହୋଇଛି । ଏହି ଫିଲମରେ ଅନୁସୂଚିତ ଜାତି ର କାହାଣୀ କୁ ନେଇ ଆଧାରିତ ଅଟେ । ଏହି ଫିଲ୍ମରେ ହରିଜନ ଶବ୍ଦ ର ପ୍ରୟୋଗ ହୋଇଥିବାରୁ ଏହାକୁ ଟି ବ୍ରା ନିନ୍ଦା କରାଯିବା ସହ ଏହାର ବିରୋଧ ମଧ୍ୟ କରାଯାଇଛି । ଏହାରି ଭିତରେ ଜଣେ ଛାତ୍ରୀ ଯାହାଙ୍କର ନାଁ ତମନ୍ନା ଭୋଇ ଗଣମାଧ୍ୟମରେ ନିଜର ମତ ଦେଇଛନ୍ତି । ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ।

ତମନ୍ନା କହିଛନ୍ତି ଯେ “ଆମ ସମାଜରେ ଚଳଚିତ୍ରର ବହୁତ ମହତ୍ବପୂର୍ଣ୍ଣ ଭୂମିକା ଥାଏ । ଏଥିରୁ ବହୁତ ଲୋକ ପ୍ରେରଣା ମଧ୍ୟ ପାଇଥାନ୍ତି । କିଛି କିଛି ଫିଲ୍ମର କାହାଣୀ ଏତେ ରିୟଲ ଲାଗେ କି ରିୟଲ ଲାଇଫରେ ମଧ୍ୟ ଲୋକେ ଫଲୋ କରନ୍ତି । ହେଲେ ଅଭିଯୋଗ ସେତେବେଳେ ଆସେ ଯେବେ ସମାଜର କିଛି ଧାର୍ମିକ ଭାବନା କୁ ନେଇ ଚିତ୍ର ଦର୍ଶାଯାଏ ।

“ପ୍ରିୟେ ତୁ ମୋ ସିଏ” ଫିଲ୍ମ ରେ ଆମର କିଛି ଅଭିଯୋଗ ନାହିଁ । କିନ୍ତୁ ଅଭିଯୋଗ ଏତିକି ଯେ ଏହି ଫିଲ୍ମରେ ଅତ୍ୟନ୍ତ ନିନ୍ଦନୀୟ ଶବ୍ଦର ପ୍ରୟୋଗ ହୋଇଛି । ହରିଜନ ଶବ୍ଦ ଟି ଏହି ଫିଲ୍ମରେ ପ୍ରୟୋଗ ହୋଇଛି । ଏହି ଫିଲ୍ମରେ ଅନୁସୂଚିତ ଜାତିର ଲୋକଙ୍କୁ ଅପମାନ କରାଯାଇଛି ଯାହା ସମାଜ ଉପରେ କୁ-ପ୍ରଭାବ ପକାଇବ ।

ଏହି ଫିଲ୍ମରେ ଛୋଟ ଛୋଟ ପିଲାମାନେ ମଧ୍ୟ ଯେଉଁ ଚରିତ୍ରରେ ଅଭିନୟ କରିଛନ୍ତି ସେମାନେ ମଧ୍ୟ କହୁଛନ୍ତି ଆମେ ବଡ ଲୋକ ସେମାନେ ଛୋଟ ଲୋକ । ଛୁଆଁ ଅଛୁଆଁ ମଧ୍ୟରେ ଭେଦଭାବ ଦର୍ଶାଅ ଯାଇଛି ଏହି ଫିଲ୍ମରେ । ଏଥିରେ ସେନସର ବୋର୍ଡର ଯେତିକି ଭୁଲ ଅଛି ,ସେ ଫିଲ୍ମମେକର ମାନଙ୍କର ବି ସେତିକି ଭୁଲ ଅଛି । ମୁଁ ଏଠାରେ ପ୍ରଶ୍ନ କରିବାକୁ ଚାହିଁବି ଯେ ସେନ୍ସର ବୋର୍ଡ ର ମେମ୍ବର ମାନେ କଣ ନିଜର କାର୍ଯ୍ୟ କୁ ଭଲ ଭାବେ ଜାଣି ନାହାନ୍ତି ।

କୋର୍ଟ ମଧ୍ୟ ହରିଜନ ଶବ୍ଦ ର ପ୍ରୟୋଗ କରିବାକୁ ମନା ହୋଇଛି ତଥାପି ଏହି ଫିଲ୍ମ ରେ ହରିଜନ ଶବ୍ଦ ର ପ୍ରୟୋଗ ହୋଇଛି । ଗତ ବର୍ଷ ଜାନୁଆରୀ ମାସରେ ମଧ୍ୟ ଏହି ଶବ୍ଦର ପ୍ରୟୋଗ ହୋଇଥିଲା ଆଉ ଏବେ “ପ୍ରିୟେ ତୁ ମୋ ସିଏ” ଫିଲ୍ମ ରେ ପୁଣି ଥରେ ହରିଜନ ଶବ୍ଦ ର ପ୍ରୟୋଗ ହୋଇଛି । ଏହି ଶବ୍ଦ ଟି ଆପେ ଆପେ ତ ହୋଇଯାଇ ନାହିଁ କାରଣ ଫିଲ୍ମ ତିଆରି କରିବାର ପ୍ରୋସେସ ରହିଛି ।

ଜାଣି ଜାଣି ଏହି ଶବ୍ଦ ର ପ୍ରୟୋଗ କରାଯାଇଛି ଏହି ଫିଲ୍ମରେ । ଏହାକୁ ଆମେ ଦୃଢ ଭାବରେ ବିରୋଧ କରୁଛୁ । ସେନ୍ସର ବୋର୍ଡ କୁ ଜଣା ନାହିଁ କି ହରିଜନ ଶବ୍ଦ ବ୍ୟାନ କରା ଯାଇଛି । ଏହି ଶବ୍ଦ ର ପ୍ରୟୋଗ ହୋଇପାରିବ ନାହିଁ କଣ ସେନ୍ସର ବୋର୍ଡ ଜାଣି ନାହିଁ । ସମତାଙ୍କୁ ମୁଁ ଭୁଲ ଦେଇ ପାରିବି ନାହିଁ । ସେନ୍ସର ବୋର୍ଡ କେମିତି ଏ ଫିଲ୍ମ ଟି ରିଲିଜ କରି ପାରିଲେ” ।  ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।