ସିନିଅର ମାନେ କଲବଲ କରି ଝିଅକୁ ମାରିଦେଲେ… ନର୍ସିଙ୍ଗ ପଢିବାକୁ ଯାଇ ଶବ ହୋଇ ଫେରିଲା  Lipsa, ମା’ର ଅବସ୍ଥା ଦେଖିଲେ ଆପଣ ବି କୋହ ରୋକି ପାରିବେନି

ଜଣେ ମା’ଙ୍କର ଏହି ଦୃଶ୍ୟ ଦେଖିଲେ ଆପଣ ବି ନିଜ କୋହ ସମ୍ଭାଳି ପାରିବେନି । ଝିଅ ପାଇଁ ମାଆ ମାଟିରେ ଗଡେଇ ତଡେଇ ହୋଇ କାନ୍ଦୁଛି ଆଉ ଚେତାଶୁନ୍ୟ ହୋଇପଡୁଛି । ରାତିରେ ଗେଲ ବସରିଆ ଝିଅ କଲ୍ କରିଥିଲା ଆଉ ସବୁକିଛି ଠିକ ଲାଗୁଥିଲା । କିନ୍ତୁ ସକାଳୁ ଫ୍ୟାନରେ ଝୁଲି ପଡିଥିଲା ଝିଅ । ସବୁଦିନ ପାଇଁ ଆଖି ଦେଇଛି ଝିଅ ଲିପ୍ସା । ଆଉ ଝିଅର ଏହି ଖବର ସହି ନପାରି ମା ଚିତ୍କାର କରି କାନ୍ଦୁଛି । ସିନିଅର ମାନଙ୍କ ଟର୍ଚର ସହି ନପାରି ଝିଅ ଲିପ୍ସା ଶେଷରେ ଜୀବନ ହାରି ଦେଇଛି ।

ଲିପ୍ସା ନର୍ସିଙ୍ଗ ପାଠ ପଢିବା ପାଇଁ ଯାଇ ବାଲେଶ୍ଵରର ଏକ ଘରୋଇ ମେଡିକାଲରେ ନର୍ସିଙ୍ଗ ଟ୍ରେନିଂ ନେଉଥିଲେ । କିନ୍ତୁ ସିନିଅର ମାନଙ୍କ ଅତ୍ୟାଚାର ଦିନକୁ ଦିନ ବଢିଚାଲିଲା । ଶେଷରେ ସେ ସହି ନପାରି ଜୀବନ ହାରିଦେଲେ । ବାଲେଶ୍ଵର ଜିଲ୍ଲା ସୋର ଥାନା ଅନ୍ତର୍ଗତ ସବିରା ଅଞ୍ଚଳର ଗଙ୍ଗାଧର ବେହେରାଙ୍କ ଝିଅ ହେଉଛନ୍ତି ଲିପ୍ସାରାଣୀ ବେହେରା । ସେ ବାଲେଶ୍ଵର ସ୍ଥିତ ଏକ ଘରୋଇ ନର୍ସିଙ୍ଗ ମେଡିକାଲର ପ୍ରଥମ ବର୍ଷର ଛାତ୍ରୀ ଥିଲେ ।

ଗତ ରବିବାର ଦିନ ରାତିରେ ଝିଅ ଗୁରୁତର ଅଛି ବୋଲି ବାପା ଗଙ୍ଗାଧରଙ୍କ ନିକଟରୁ ପୋଲିସ ତରଫରୁ କଲ୍ ଯାଇଥିଲା । ଶୀଘ୍ର ସେମାନଙ୍କୁ ଜ୍ଯୋତି ହସ୍ପିଟାଲରେ ପହଞ୍ଚିବା ପାଇଁ କୁହାଯାଏ । ପରିବାର ଲୋକେ ପହଞ୍ଚିବା ପରେ ଝିଅକୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଦେଖିବାକୁ ପାଇଥିଲେ । ଝିଅର ଏଇ ଅବସ୍ଥା କେମିତି ହେଲା ଭାବି ତାଙ୍କ ପାଦତଳୁ ମାଟି ଖସି ଯାଇଥିଲା ।

ପରିବାର ଲୋକେ ଝିଅର ଏଭଳି ଅବସ୍ଥା କେମିତି ହେଲା ତାହା ଜାଣିବାକୁ ଚାହିଁଥିଲେ । କିନ୍ତୁ କଲେଜ କତ୍ତୃପକ୍ଷ ଝିଅ ରହୁଥିବା ହଷ୍ଟେଲ ରୁମ୍ କୁ ଛାଡି ନଥିଲେ କିମ୍ବା ରୁମ୍ ମେଟ୍ ଙ୍କ ସହ କଥା ହେବାକୁ ମଧ୍ୟ ଦେଲେନାହିଁ । ଲିପ୍ସାକୁ ଗୁରୁତର ଭାବେ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଥିଲା । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସକାଳ ୯ଟା ସମୟରେ ଲିପ୍ସାଙ୍କ ମୃତ୍ୟୁ ହୋଇ ଯାଇଥିଲା ।

ସିନିଅର ମାନଙ୍କ ରାଗିଂ ଯୋଗୁଁ ଲିପ୍ସା ଜୀବନ ହାରିଥିବା ତାଙ୍କ ପରିବାର ଲୋକେ ସିଧାସଳଖ ସଦର ଥାନାରେ ଅଭିଯୋଗ ଆଣିଛନ୍ତି । ରାଗିଂରେ ଆଉ କେତେ ଜୀବନ ଯିବ ଆଉ କେବେ ବନ୍ଦ ହେବ ଏହି ରାଗିଂ ? କେବେ ଏମାନଙ୍କୁ ନ୍ୟାୟ ମିଳିବ ? ଏନେଇ ସମସ୍ତେ ପ୍ରଶ୍ନ କରୁଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।