ସେନା ରୁ ଅବସର ଗ୍ରହଣ କରିଥିବା ଯବାନ ରାସ୍ତା ରେ ଖଣ୍ଡା, ହାତୁଡି ଧରି ବୁଲୁଥିବାର ଭିଡିଓ ଭାଇରାଲ । ଜାଣନ୍ତୁ ପୁରା ଘଟଣା ।

ସ୍ଥାନ ହେଉଛି ବାଙ୍କି ସମୟ ହେବ ସକାଳ 10ଟା । ଗୋଟେ ହାତରେ ଦଣ୍ଡା ଆଉ ଗୋଟେ ହାତରେ ହାତୁଡି । ବିଚ ରାସ୍ତା ରେ ଘଣ୍ଟା ଘଣ୍ଟା ଧରି ଆତଙ୍କ ଖେଳାଇ ଥିଲେ ଅବସର ପ୍ରାପ୍ତ ଯବାନ । ବାଙ୍କି କଲେଜଛକ ରୁ କଚାରୀ ଛକ ଯାଏଁ ମାରଣାସ୍ତ୍ର ଧରିଥିବାଏହି ଅବସର ପ୍ରାପ୍ତ ଯବାନ ଙ୍କୁ ଯିଏ ଦେଖୁଥିଲା ଆତଙ୍କିତ ହୋଇ ପଡୁଥିଲା । ସମସ୍ତଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା । ଆଉ କେହି ବି ତାଙ୍କ ପାଖକୁ ଯାଉ ନ ଥିଲେ ।

ତେବେ ପୂର୍ବତନ ସେନା କର୍ମଚାରୀ ଜଣକ ସାଧାରଣ ଲୋକଙ୍କୁ କିଛି କ୍ଷତି ପହଞ୍ଚାଇ ନ ଥିଲେ । ବରଂ ପୋଲିସ ଓ ପ୍ରଶାସନ ଉପରେ ରାଗ ସୁଝାଇ ଥିଲେ । ଗାଳି ଦେଉଥିଲେ ଆଉ ଅସନ୍ତୋଷ ପ୍ରକାଶ କରୁଥିଲେ । ବେଳେବେଳେ ପୋଲିସ ଉପରକୁ ଖଣ୍ଡା ଉଠାଇ ମାରିବାକୁ ଧମକ ମଧ୍ୟ ଦେଉଥିଲେ । ଏହି ଉତ୍ୟକ୍ତ ଅବସର ପ୍ରାପ୍ତ ଯବାନ ଙ୍କୁ କାବ୍ୟ କରିବା ଲାଗି ନାକେଦମ ହୋଇଥିଲା ପୋଲିସ ।

ତେବେ ଏଠାରେ ପ୍ରଶ୍ନ ଉଠୁଛି ଏହି ଅବସର ପ୍ରାପ୍ତ ଯବାନ ଜଣକ ଏଭଳି କାଣ୍ଡ କାହିଁକି ଘଟାଇଲେ ? ମାରଣାସ୍ତ୍ର ଧରି ଆତଙ୍କ ଖେଳାଇବା ପଛରେ କଣ ରହିଛି କାରଣ ? ପୋଲିସ ଓ ପ୍ରଶାସନ ବିରୁଦ୍ଧରେ ଖୋଲା ଖୋଲି ଭାବେ ଅସନ୍ତୋଷ ଜାହିର କରୁଥିବା ଅବସର ପ୍ରାପ୍ତ ଯବାନ ଜଣକ ହେଉଛନ୍ତି ସରୋଜ ଦାସ । ଏପ୍ରିଲ 2019 ରେ ସେ ସେନା ରୁ ଅବସର ନେଇଥିଲେ ।

ତାଙ୍କର ଅଭିଯୋଗ ହେଉଛି ଅବସର ସମୟରେ ମିଳିଥିବ ଟଙ୍କା ରୁ 6 ଲକ୍ଷ ଟଙ୍କା ଏକ ହାଇୱା କିଣିବାକୁ ଶିମିଳିପୁର ର ଅଜୟ କୁମାର ରାଉତ ଓରଫ ମିଲୁଆ ଙ୍କୁ ଦେଇଥିଲେ । ନୂଆ ଗାଡି ବଦଳରେ ସେ ପୁରୁଣା ଗାଡି କିଣାଇ ଦେଇଥିଲେ । ପୋଲିସ ଅଧିକ ଟଙ୍କା ଦାବି କରି ଟ୍ରାଞ୍ଜିଟ ପାସ ଦେଉ ନ ଥିଲା । ତହସିଲଦାର ଓ ଅନ୍ୟ ପ୍ରଶାସନିକ ଅଧିକାରୀ ବାରମ୍ବାର ଗାଡି ସିଜ କରିବା ସହ ହଇରାଣ କରୁଥିଲେ ।

ଅବସର ସମୟରେ ମିଳିଥିବା ଟଙ୍କା ସବୁ ବ୍ୟବସାୟୀ ଅଜୟ କୁମାର ରାଉତ ହଡପ କରି ନେଇଛନ୍ତି ବୋଲି ସରୋଜ ଅଭିଯୋଗ କରିଛନ୍ତି । ସରୋଜ ଆଣିଥିବା ଅଭିଯୋଗ ଉପରେ ବ୍ୟବସାୟୀ ଆଜ୍ୟ ରାଉତ, ପୋଲିସ ଓ ପ୍ରଶାସନର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଜଣେ ପୁରୁଣା ସେନା ଭାବରେ ସରୋଜ ଙ୍କ କାମ କେତେ ଦୂର ଠିକ ତାହା ଭିନ୍ନ ପ୍ରଶ୍ନ ଅଟେ । ହେଲେ ଶୃଙ୍ଖଳିତ ସେନା ଜୀବନ ବଞ୍ଚିବା ପରେ ଦୁର୍ନୀତି ଗ୍ରସ୍ତ ବ୍ୟବସ୍ଥା ତାଙ୍କୁ ହତାସ କରିଛି ବୋଲି ସରୋଜ କହିଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।