ସେମିନାର ପାଇଁ ଟଙ୍କା ନ ଦେଲେ ମିଳୁଛି ପରୀକ୍ଷା ରେ ଫେଲ କରାଇଦେବାର ଧମକ, ଦେଖନ୍ତୁ Video କଣ କହୁଛନ୍ତି ଛାତ୍ର ଛାତ୍ରୀ

କଲେଜର ଛାତ୍ର ଛାତ୍ରୀଙ୍କ ଠାରୁ ଶୋଷଣ କରୁଛନ୍ତି ଖୋଦ କଲେଜର ଅଧ୍ୟକ୍ଷ ଓ ଅଧ୍ୟକ୍ଷ୍ୟା । ଆମେ ଯେତିକି ମାଗୁଛୁ ସେତିକି ଦିଅ ନ ହେଲେ ପରୀକ୍ଷାରେ ଫେଲ କରାଇ ଦେବୁ । ହଁ ଦର୍ଶକ ବନ୍ଧୁ ଏମିତି କଲେଜରେ ଚାଲିଛି ଛାତ୍ର ଛାତ୍ରୀ ଙ୍କ ଠାରୁ ଶୋଷଣ । ଛାତ୍ର ଛାତ୍ରୀ ମାନେ ଏହାକୁ ବିରୋଧ କରିବାକୁ ସେମାନଙ୍କୁ ମିଳୁଛି ଧମକ ।

କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ପରୀକ୍ଷା ରେ ଫେଲ କରାଇଦେବା ଧମକ ମିଳିବାରୁ ଏ ନେଇ ମୁହଁ ବନ୍ଦ କରି ଚୁପଚାପ ଯେତେ ଟଙ୍କା କହୁଥିଲେ ଦେଇ ଦେଉଥିଲେ । କିନ୍ତୁ ଏହାକୁ ନେଇ କଲେଜରେ ଉତ୍ତେଜନା ଦେଖା ଦେଇଛି । କଲେଜରେ ଚାଲିଛି ଛାତ୍ର ଛାତ୍ରୀଙ୍କ ସେମିନାର ।

ଆଉ ଛାତ୍ର ଛାତ୍ରୀଙ୍କ ଠାରୁ ୧୦୦ ଟଙ୍କା ବଦଳରେ ନେଉଛନ୍ତି ୭୦୦ ଟଙ୍କା । ଯାହାର ପ୍ରତିବାଦ କରିଲେ ମିଳୁଛି ଧମକ ପରୀକ୍ଷା ରେ ଫେଲ କରାଇ ଦେବାର । ଏଭଳି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସାଳନ୍ଦି କଲେଜ ରେ । ସୂଚନା ଯୋଗ୍ୟ ସରକାର ଙ୍କ ନିୟମ ଅନୁଯାୟୀ କଲେଜ ରେ ସେମିନାର ପାଇଁ କଲେଜରେ ୧୦୦ ଟଙ୍କା ଫର୍ମ ଫିଲପ ପାଇଁ ପିଲା ଙ୍କ ଠାରୁ କଲେଜ ନେବାକୁ ଥିବା ବେଳେ ଏଠାରେ ଉତ୍ତର ବାହିନୀ ସାଳନ୍ଦି କଲେଜ ରେ ନେଉଛନ୍ତି ୭୦୦ ଟଙ୍କା ।

ଆଦି କୌଣସି ପିଲା ଏହାର ପ୍ରତିବାଦ କରୁଛି ମିଳୁଛି ପରୀକ୍ଷା ରେ ଫେଲ କରାଇ ଦେବାର ଧମକ । ଏଭଳି କିଛି ଅଭିଯୋଗ ଆଣି କଲେଜ ଆଗରେ ଛାତ୍ର ଛାତ୍ରୀ ମାନେ ଅଭିଯୋଗ କରିବା ସହ ଦେଇଥିବା ଅଧିକ ୭୦୦ ଟଙ୍କାର ମାଗିଲେ ଜବାବ ।

ଏଭଳି ଦୀର୍ଘ ଦିନରୁ କଲେଜ ନାମରେ ବିଭିନ୍ନ ଅଭିଯୋଗ ଆସିଥିଲେ ମଧ୍ୟ ଏହାର ସାମ୍ନା କରିବାକୁ କେହି ଛାତ୍ର ଛାତ୍ରୀ ସାମନା କୁ ନ ଆସୁଥିବା ବେଳେ କିନ୍ତୁ ଛାତ୍ର ଙ୍କ ଠାରୁ ଅଧିକ ଟଙ୍କା ନେଇ ଶିକ୍ଷକ ମାଲାମାଲ ହେବା ଘଟଣା ବେ ଚର୍ଚ୍ଚା ର ବିଷୟ ପାଲଟିଛି ।

ଏବେ ଦେଖିବାକୁ ବାକି ରହିଲା ପିଲା ମାନଙ୍କ ଠାରୁ ନେଇଥିବା ଅଧିକ ୭୦୦ ଟଙ୍କା ର ସଠିକ ତଥ୍ୟ କେବେ ମିଳିବ । ଏ ନେଇ କଲେଜର ପ୍ରିନ୍ସିପାଲ କହିଛନ୍ତି ଯେ ଏ ଅଭିଯୋଗ ବିଷୟରେ ମୁଁ ପୁରା ତଥ୍ୟ ଜାଣି ନାହିଁ । ଆଦି ଏହାର ସତ୍ୟତା ଜାଣିବାକୁ ମୁଁ ଚାହିଁବି ତେବେ ଏହାର ଅନୁଧ୍ୟାନ କରିବି । ମୁଁ ପୁରା ତଥ୍ୟ ଜାଣିବା ପରେ ଆକ୍ସନ ନେବି । ଅନୁଧ୍ୟାନ କରିବା ପରେ ଯାହା କରିବି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣାକୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।