ସେମି ଫାଇନାଲରେ କେଉଁ ଦୁଇ ଦଳ ରହିବେ ଶେଷ ଦୁଇ ସ୍ଥାନରେ ? ଏହି ୪ ଦଳ ପାଇଁ ଏବେ ଦ୍ୱନ୍ଦ୍ୱରେ ଆଇସିସି

ସେମି ଫାଇନାଲ ର ଶେଷ ଦୁଇ ଦଳ କିଏ ? କେଉଁ ଦୁଇ ଦଳ ରହିବେ ଶେଷ ଦୁଇ ସ୍ଥାନରେ ? ଅଷ୍ଟ୍ରେଲିୟା, ନିୟୁଜଲ୍ୟାଣ୍ଡ, ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ହେବ ପ୍ରତିଯୋଗୀତା । ହଁ ଦର୍ଶକ ବନ୍ଧୁ ବର୍ତ୍ତମାନ ଚାଲିଛି ଆଇସିସିସି ବିଶ୍ଵକପ । ପ୍ରତିଦିନ ଦମଦାର ମ୍ଯାଚରେ କମ୍ପନ କରୁଛି ଭାରତରେ ଥିବା କ୍ରିକେଟ ଷ୍ଟାଡିୟମ । ଏବେ ଚାଲିଛି ସେମି ଫାଇନାଲ ପାଇଁ ପ୍ରତିଯୋଗୀତା ।

ପ୍ରଥମରୁ ଭାରତ ଓ ଦକ୍ଷିଣ ଆଫ୍ରିକା ସେମି ଫାଇନାଲ ରେ ପହଞ୍ଚି ସରାଇଥିବା ବେଳେ ଏବେ ତୃତୀୟ ଓ ଚତୁର୍ଥ ଦଳ ଜାରି ରହିଛି ପ୍ରତିଯୋଗୀତା । ଆଉ ଏହି ଦଳରେ ରହିଛନ୍ତି 4 ଦଳ । କିଏ ଜୀବ ସେମି ଫାଇନାଲ କୁ ତାହାକୁ ନେଇ ଆଇସିସିସି ଓ ଦର୍ଶକ ମାନେ ସସପେନ୍ସ ରେ ଅଛନ୍ତି । ପଏଣ୍ଟ ଟେବଲ ଦେଖିବାକୁ ଗଲେ ଲାଗୁଛି ଯେମିତି ସବୁ ଦଳ ତାଲିକାରେ ଝୁଲି କରି ରହିଛନ୍ତି ।

ପ୍ରତି ଟି ମ୍ଯାଚ ଏବେ 4 ଦଳ ପାଇଁ ବହୁତ ଉପଯୋଗୀ ହୋଇ ଯାଇଛି । 4ଟି ଦଳ ଥିବା ବେଳେ ସେମି ଫାଇନାଲ ରେ ଦୁଇ ଦଳ ଙ୍କୁ କାଟିବାକୁ ପଡିବ । ତେବେ ସେହି 4ଟି ଦଳ ହେଉଛନ୍ତି ଅଷ୍ଟ୍ରେଲିୟା, ନିୟୁଜଲ୍ୟାଣ୍ଡ, ପାକିସ୍ତାନ ଓ ଆଫଗାନିସ୍ତାନ । ସମସ୍ତେ ଆସା କରିଥିଲେ ନିୟୁଜଲ୍ୟାଣ୍ଡ ସେମି ଫାଇନାଲ ରେ ତୃତୀୟ ସ୍ଥାନକୁ ଅକ୍ତିଆର କରିବ । ହେଲେ 2ଟି ମ୍ଯାଚ ଲଗାତାର ହାରିବା ପରେ ଏବେ ନିୟୁଜଲ୍ୟାଣ୍ଡ ର ସ୍ଥିତି ଜଟିଳ ହୋଇ ପଡିଛି ।

ପାକିସ୍ତାନ ଲଗାତାର 2ଟି ମ୍ଯାଚ ଜିତି ସାରିଛି  ପାକିସ୍ତାନ ଓ ନିୟୁଜଲ୍ୟାଣ୍ଡ ସମାନ ସମାନ ମ୍ଯାଚ ଖେଳି ସମାନ ସମାନ ମ୍ଯାଚ ଜିତି ସାରିଛନ୍ତି । ତେବେ ପଏଣ୍ଟ ଟେବଲ ର ଆଗରେ ନିୟୁଜଲ୍ୟାଣ୍ଡ ଥିବା ବେଳେ ନେଟ ରନ ରେଟ ରେ ମଧ୍ୟ ନିୟୁଜଲ୍ୟାଣ୍ଡ ରହିଛି । ଯଦି ନିୟୁଜଲ୍ୟାଣ୍ଡ ଆଉ ଗୋଟେ ମ୍ଯାଚ ହାରେ ଆଉ ପାକିସ୍ତାନ ଜିତି ଯାଏ ତେବେ ଏହା ପାକିସ୍ତାନ ପାଇଁ ସୁବର୍ଣ୍ଣ ସୁଯୋଗ ହୋଇପାରେ ସେମି ଫାଇନାଲ ପାଇଁ ।

ଅନ୍ୟ ପଟେ ପାକିସ୍ତାନ ବିପକ୍ଷରେ ରହିଛି ଆଫଗାନିସ୍ତାନ । ପାକିସ୍ତାନ 8ଟି ମ୍ଯାଚ ଖେଳି4ଟି ଜିତିଥିବା ବେଳେ ଆଫଗାନିସ୍ତାନ 7ଟି ମ୍ଯାଚ ଖେଳି 4ଟି ମ୍ଯାଚ ଜିଟିଛି । ତେବେ ଆଫଗାନିସ୍ତାନ ଏବେ ଭଲ ଫର୍ମ ରେ ଥିବା ବେଳେ ଆଉ 2ଟି ମ୍ଯାଚ କୁ ଅକ୍ତିଆର ସେ ମଧ୍ୟ ସେମି ଫାଇନାଲ କୁ ଯିବାକୁ ଚେଷ୍ଟା କରିବ । ଏପଟେ ଦେଖିଲେ ଅଷ୍ଟ୍ରେଲିୟା 7ଟି ମ୍ଯାଚରୁଇ 5ଟି ରେ ବିଜୟ ହାସଲ କରି ପଏଣ୍ଟ ଟେବଲ ରେ ରହିଛି ।

ଯଦି ଅଷ୍ଟ୍ରେଲିୟା ତାର ଅଷ୍ଟମ ମ୍ଯାଚ ହାରେ ତେବେ ପଏଣ୍ଟ ଟେବଲ ର ତଳକୁ ଖସିପାରେ । ଆଫଗାନିସ୍ତାନ ସହ ସମାନ ହୋଇପାରେ ଅଷ୍ଟ୍ରେଲିୟା । କିନ୍ତୁ ନେଟ ରନେଟ ପାଇଁ ଅଷ୍ଟ୍ରେଲିୟା ସେମି ଫାଇନାଲ ର ତୃତୀୟ ସ୍ଥାନ ଅକ୍ତିଆର କରିପାରେ । ଏତେ ସବୁ ଦ୍ଵନ୍ଦ ମଧ୍ୟରେ ଏବେ କ୍ରିକେଟ ପ୍ରେମୀ ମାନେ ଚିନ୍ତାରେ ପଡି ଯାଇଛନ୍ତି । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।