ସେଦିନ ବିଶ୍ୱକପରେ କପିଲ ଦେବ 175 ରନର ପାଳି ଖେଳି ଜିମ୍ବାୱେ ଠାରୁ ଜିତାଇଥିଲେ ଆଉ ଗତ କାଲି ମ୍ଯାଚରେ ମ୍ୟାକ୍ସୱେଲ ମଧ୍ୟ କିଛି ଏମିତି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ଚାଲିଛି ।

ନମସ୍କାର ବନ୍ଧୁଗଣ । ଗତ କାଲି ଯିଏ ମ୍ଯାଚ ଦେଖିଛି ସେ ମ୍ୟାକ୍ସୱେଲ ଙ୍କ ବଡ ଫ୍ୟାନ ହୋଇ ଯାଇଛି । ଏତିକି କୁହା ଯାଇପାରେ ଯେ କାଲିର ମ୍ଯାଚ ଥିଲା ଅଦଭୁତ, ଅସାଧାରଣ । କାଲିର ମ୍ଯାଚ ଥିଲା ଅବିସ୍ମରଣୀୟ, ଅସମ୍ଭବ । ଆଉ କାଲିର ଖେଳ ଥିଲା ଚିର ସ୍ମରଣୀୟ । କାଲି ର ମ୍ୟାକହ ଏମିତି ହୋଇଥିଲା କି ଯାହା କ୍ରିକେଟ ପ୍ରେମିଙ୍କୁ ସ୍ତବ୍ଧ କରି ଦେଇଛି । ଦଳକୁ କେମିତି ବିଜୟୀ କରାଇ ହେବ ତାହା କେବଳ ମ୍ୟାକ୍ସୱେଲ ଙ୍କୁ ହିଁ ଜଣା ଅଛି ।

ଏମିତି କିଛି ଚର୍ଚ୍ଚା ଏବେ ଚାରି ଆଡେ ହେଉଛି । ମ୍ୟାକ୍ସୱେଲ ଗତ କାଲି ଅପରାଜିତ 2 ଶତକ ହାସକ କରି ଆଫଗାନିସ୍ତାନ ଦଳ ପାଖରୁ ଯେଉଁ ଭାବେ ମ୍ଯାଚ କୁ ଛଡାଇ ନେଲେ ତାହା ଥିଲା ଅଦଭୁତ ଆଉ ପ୍ରଶଂସା ଯୋଗ୍ୟ । କିନ୍ତୁ କେହି ଜାଣି ନାହାନ୍ତି ଯେ ଟିମ ଇଣ୍ଡିଆର ଜଣେ ସୁପ୍ରସିଦ୍ଧ ଖେଳାଳି ଏମିତି ଖେଳ ଦିନେ ଖେଳିଥିଲେ । ଯାହାକୁ ନେଇ ସାରା ବିଶ୍ଵ ସ୍ତବ୍ଧ ହୋଇ ଯାଇଥିଲା ।

ଦିନିକିଆ ବିଶ୍ଵକପର ଦ୍ଵିତୀୟ ସଂସ୍କରଣ ରେ ଜିମ୍ବାୱେ ବିପକ୍ଷରେ ପୂର୍ବତନ ଅଧିନାୟକ କପିଲ ଦେବ ଙ୍କ ଇନିଙ୍ଗ୍ସ ଏବେ ବି ସ୍ମରଣୀୟ ହୋଇ ରହିଛି । ଯିଏ ସେ ସମୟର ଖେଳି ଦେଖିଛି କାଲିର ଖେଳ ର ସ୍ମୃତି ତାଜା କରି ଦେଇଛି । ଜିମ୍ବାୱେ ବିପକ୍ଷରେ କପିଲ ଦେବ ଏମିତି ଇନିଙ୍ଗ୍ସ ଖେଳିଥିଲେ ଯେଉଁଥି ରେ ଭାରତ ପ୍ରଥମ ବ୍ୟାଟିଂ କରି ପ୍ରଥମ ପର୍ଯ୍ୟାୟ ରେ ଶିକାର ହୋଇଥିଲା ।

ଆଉ 5 ୱିକେଟ ହରାଇ ଭାରତ କରିଥିଲା ମାତ୍ର 17 ରନ । ଆଉ ଏଭଳି ଏକ ଜଟିଳ ସମୟରେ ଷଷ୍ଠ ସ୍ଥାନରେ ବ୍ୟାଟିଙ୍ଗ କରି 138 ବଲ ରୁ 16 ଟି ଚଉକା ଓ 6ଟି ଛକା ମାରି କପିଲ ଦେବ ଅପରାଜିତ 175 ରନ କରିଥିଲେ  ଆଉ ତାଙ୍କ ସହ ସେତେବେଳର ୱିକେଟ କିପର ସଦେୟ ଅପରାଜିତ 24 ରନ ର ଯୋଗ ଦାନ ଥିଲା ବେସ ରୋମାଞ୍ଚକର । କପିଲ ଙ୍କ ଅପରତାଜିତ ଶତକ ବଳରେ ଭାରତ 60 ଓଭୋର ରେ 8ଟି ୱିକେଟ ହରାଇ 266 ରନ କରିଥିଲା ।

ଆଉ ଶେଷ ଇନିଙ୍ଗ୍ସ ରେ ଜିମ୍ବାୱେ 57 ରନ ରେ ସବୁ ୱିକେଟ ହରାଇ କରିଥିଲା 235 ରନ । ଯାହା ଫଳରେ ଭାରତ ସେଦିନ ବିଜୟ ଲାଭ କରିଥିଲା । ଆଉ ଭାରତ ଜିମ୍ବୱେ କୁ ଧୂଳିସାତ କରିଥିଲା ସେହି ସମୟରେ । ଆଉ ଗତ କାଲି ମ୍ଯାଚରେ ଯେମିତି ମ୍ୟାକ୍ସୱେଲ ଖେଳିଲେ ସେମିତି ଅପରାଜିତ କପିଲ ଦେବ ମଧ୍ୟ 175 ରନ ଖେଳି ପରାଜୟ ମୁହଁ ର୍ଟୁ ଟାଣି ଆଣିଥିଲେ । ଗତ କାଲି ମ୍ୟାକ୍ସୱେଲ ଙ୍କ ଠାରେ ଯେଉଁ ଦକ୍ଷତା ଦେଖିବାକୁ ମିଳିଛି ତାହା ସେ ସମୟରେ କପିଲ ଦେବ ଙ୍କ ପାଖରେ ମଧ୍ୟ ଥିଲା । ବନ୍ଧୁଗଣ ଆଗକୁ ଏଭଳି ଅପଡେଟ ପାଇବା ପାଇଁ ଆମ ପେଜକୁ ଗୋଟିଏ ଲାଇକ, ସେୟାର, କମେଣ୍ଟ କରନ୍ତୁ, ଧନ୍ୟବାଦ ।