ଓଡିଆ ଟେଲି ଅଭିନେତ୍ରୀ ରାଜେଶ୍ଵରୀ ରାୟଙ୍କ ଦେହାନ୍ତରେ ସାରା ଟେଲିଜଗତରେ ଶୋକର ଛାୟା ଖେଳିଯାଇଛି । ତାଙ୍କର ଅକାଳ ବିୟୋଗରେ ଟେଲିଜଗତର ଅନେକ ଲୋକପ୍ରିୟ କଳାକାରମାନେ ଶୋକ ପ୍ରକାଶ କରୁଛନ୍ତି । ରାଜେଶ୍ଵରୀ ପୂର୍ବରୁ ବ୍ରେନ ଓ ଲଙ୍ଗସ୍ କ୍ୟାନ୍ସରରେ ପୀଡିତ ଥିଲେ । କିନ୍ତୁ ଧୀରେ ଧୀରେ ଭଲ ହୋଇ ଆସୁଥିଲେ । ହେଲେ ହଠାତ ତାଙ୍କ ଦେହ ଅସୁସ୍ଥ ହେବାରୁ ତାଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା ।

ଚିକିତ୍ସାଧୀନ ଅବସ୍ଥାରେ ଥିବାବେଳେ ଗତକାଲି ରାତି ପ୍ରାୟ ସାଢେ ଦୁଇଟା ବେଳକୁ ସେ ମୃତ୍ୟୁବରଣ କରିଛନ୍ତି । ଓଡିଆ ଧାରାବାହିକ ବସୁନ୍ଧରା, ସଂସ୍କାର, ଦେବୀ, କୁମକୁମ, ଉଆଁସୀ କନ୍ୟା ଆଦିରେ କାମ କରିଥିଲେ ରାଜେଶ୍ଵରୀ । ଉଆଁସୀ କନ୍ୟାରେ ଖଳନାୟିକା ଅଳକା ଚରିତ୍ର ତାଙ୍କୁ ସ୍ଵତନ୍ତ୍ର ପରିଚୟ ଦେଇଥିଲା । ଆଙ୍କରିଂରୁ ଅଭିନୟରେ ପାଦ ଦେଇଥିବା ରାଜେଶ୍ଵରୀ ଧାରାବାହିକ ବସୁନ୍ଧରାରୁ ନିଜ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ତାଙ୍କ ଅକାଳ ବିୟୋଗରେ ଡାଇରେକ୍ଟର ପ୍ରଦୀପ ଦାସ ଶୋକପ୍ରକାଶ କରିଛନ୍ତି ।
ବସୁନ୍ଧରାରୁ ରାଜେଶ୍ଵରୀ ତାଙ୍କ ସହ କାମ ଆରମ୍ଭ କରିଥିଲେ ବୋଲି ସେ ମନେ ପକାଇଛନ୍ତି । ଏହାପରେ ଦେବୀ ଅନେକ ସିରିଏଲରେ ସେମାନେ ଏକାଠି କାମ କରିଥିବା କଥା ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି କି, ରାଜେଶ୍ଵରୀ ତାଙ୍କ ଜୀବନରେ ନିଜେ କଷ୍ଟ କରି ନିଜ ପରିଶ୍ରମ ବଳରେ ଏକ ସ୍ଵତନ୍ତ୍ର ଜାଗା ବନେଇ ପାରିଥିଲେ । ସେ ବହୁତ ଭଲ ପିଲା ଏବଂ ତାଙ୍କ ସହ ମୋର ପାରିବାରିକ ସମ୍ପର୍କ ରହିଛି । ୨୦୧୮ ମସିହାରୁ ରାଜେଶ୍ଵବରୀ କ୍ୟାନ୍ସରରେ ପୀଡିତ ଥିବା ଜଣା ପଡିଥିଲା ।

ସିଙ୍ଗାପୁରରେ ରହି ସେ ଚିକିତ୍ସିତ ହେବା ପରେ ଭୁବନେଶ୍ବର ଫେରି ଆସିଥିଲେ । ସେ ଭଲ ବି ହେଉ ଆସୁଥିଲେ । ନିକଟରେ ସେ ବାପଘର ବାଲେଶ୍ଵରକୁ ଯାଇଥିଲେ । ଦିନ ପ୍ରାୟ ୧୦ଟା ୧୧ଟା ପର୍ଯ୍ୟନ୍ତ ତାଙ୍କ ଦେହ ଏକଦମ ଭଲ ଥିଲା ଓ ସମସ୍ତଙ୍କ ସହ ସେ ଭଲରେ କଥା ମଧ୍ୟ ହେଉଥିଲେ । କିନ୍ତୁ ୧୨ଟା ବେଳକୁ ତାଙ୍କର ମୁଣ୍ଡ ବିନ୍ଧିବାରୁ ତାଙ୍କୁ ବାଲେଶ୍ଵର ହସ୍ପିଟାଲକୁ ନିଆଗଲା । ସେଠାରେ ପ୍ରାଥମିକ ଚିକିତ୍ସା ପରେ ସନ୍ଧ୍ୟା ବେଳକୁ ତାଙ୍କ ସ୍ୱାସ୍ଥ୍ୟ ଆହୁରି ବିଗିଡିବାରୁ ତାଙ୍କୁ ଭୁବନେଶ୍ବର ଅଣାଗଲା ।
ସେଠାରେ ପହଞ୍ଚିବା ପରେ ଡାକ୍ତର ପରୀକ୍ଷା କରି କହିଥିଲେ, ସେ ଆଉ ନାହାନ୍ତି । ରାଜେଶ୍ଵରୀ ବହୁତ ପଜିଟିଭ ଓ ଭଲ ଫାଇଟର । ଆମେମାନେ ତାଙ୍କୁ ନେଇ ଅନେକ ସମୟରେ ଡରିଯାଉ କିନ୍ତୁ ସେ ଏତେ ସାହସୀ ଯେ ନିଜେ ନିଜେ ସବୁ ବୁଝବୁଝି କରୁଥିଲେ ଓ ଡାକ୍ତରଙ୍କ ଠାରୁ ସବୁ ନିଜେ ବୁଝୁଥିଲେ ।
କିନ୍ତୁ ସେ ହଠାତ ଏମିତି ଚାଲିଯିବେ ଏହା ଜମା ବି ବିଶ୍ବାସ ହେଉନି ।” ଏହିପରି ଅନେକ କଥା ରାଜେଶ୍ଵରୀଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଡାଇରେକ୍ଟର ପ୍ରଦୀପ ଦାସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।