“ସେ ମୋ ଝିଅକୁ କଲବଲ କରି ମାରିଦେଲା ତା’ ଆଖି ନଷ୍ଟ କରିଦେଲା ସେଥିପାଇଁ ଆମେ…” ସ୍ଵାମୀ Santosh ଙ୍କ ଆତ୍ମହତ୍ୟା ମାମଲାରେ ମୁହଁ ଖୋଲିଲେ ଅଭିନେତ୍ରୀ Rashmirekha ଙ୍କ ମା Ranjita ଓଝା, କଣ କହିଲେ ଦେଖନ୍ତୁ…

ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଆତ୍ମହତ୍ୟା ଘଟଣାକୁ ମାସେ ନ ପୁରୁଣୁ ଜୀବନ ହାରି ଦେଇଛନ୍ତି ପୁରୁଷବନ୍ଧୁ ତଥା ସ୍ଵାମୀ ସନ୍ତୋଷ ପାତ୍ର । ଗତକାଲି ରାଉଲକେଲା ସ୍ଥିତ ନିଜ ବାସଭବନରେ ସନ୍ତୋଷ ଆତ୍ମହତ୍ୟା କରିଥିବା ଜଣାପଡିଛି । ରଶ୍ମିରେଖାଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ବିବାଦରେ ଛନ୍ଦି ହୋଇ ଯାଇଥିଲେ ସନ୍ତୋଷ ପାତ୍ର । ରଶ୍ମିରେଖାଙ୍କ ଘରଲୋକେ ଝିଅର ମୃତ୍ୟୁ ପାଇଁ ସ୍ଵାମୀ ସନ୍ତୋଷଙ୍କୁ ଦାୟୀ କରୁଥିଲେ ।

ପରୋକ୍ଷରେ ହେଉ ବା ପ୍ରତ୍ଯକ୍ଷରେ ରଶ୍ମିରେଖାଙ୍କ ମୃତ୍ୟୁ ପାଇଁ ସମସ୍ତେ କେଉଁଠି ନା କେଉଁଠି ସନ୍ତୋଷଙ୍କୁ ଦାୟୀ କରୁଥିଲେ । ରଶ୍ମିରେଖା ଓଡିଆ ଧାରାବାହିକରେ କାମ କରୁଥିବା ସମୟରେ ରାଜା ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିବା କଥା ସମସ୍ତେ ଜାଣିଥିଲେ । ଏପରିକି ରଶ୍ମିରେଖାଙ୍କ ବିବାହ ହେବାକୁ ଥିବା କଥା ମଧ୍ୟ ସମସ୍ତେ ଶୁଣିଥିଲେ ।  କିନ୍ତୁ ରଶ୍ମିରେଖା ହଠାତ ଧାରାବାହିକ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ।

ରଶ୍ମିରେଖାଙ୍କ ମୃତ୍ୟୁ ପରେ ସମସ୍ତେ ଜାଣିବାକୁ ପାଇଥିଲେ ଯେ ସେ ନୟାପଲ୍ଲୀ ଗଡସାହି ସ୍ଥିତ ଏକ ଭଡାଘରେ ସନ୍ତୋଷ ପାତ୍ରଙ୍କ ସହ ଏକାଠି ରହୁଥିଲେ । ଉଭୟ ରଶ୍ମିରେଖା ଓ ସନ୍ତୋଷ ସ୍ଵାମୀ ସ୍ତ୍ରୀ ଭଳି ଚଳୁଥିଲେ ବୋଲୋ ଘର ମାଲିକ ମଧ୍ୟ କହିଛନ୍ତି । ତେବେ ରଶ୍ମିରେଖା ତାଙ୍କ ସୁଇସାଇଡ ନୋଟରେ ଆତ୍ମହତ୍ୟା କରିବାର ପ୍ରକୃତ କାରଣ ଲେଖି ନଥିଲେ । କେବଳ ସନ୍ତୋଷଙ୍କୁ ଦୋଷୀ ନ କରିବା ପାଇଁ ଲେଖି ଯାଇଥିଲେ । ରଶ୍ମିଙ୍କ ମୃତ୍ୟୁ ପରେ କିନ୍ତୁ ସନ୍ତୋଷଙ୍କୁ ପୋଲିସ ଜେରାର ସମୁଖୀନ ହେବାକୁ ପଡିଥିଲା ।

ତେବେ ରଶ୍ମିଙ୍କ ମୃତ୍ୟୁ ପରେ ସନ୍ତୋଷ ଅବସାଦରେ ରହୁଥିଲେ । ଯାହାପରେ ଶେଷରେ ନିଜ ଜୀବନ ହାରି ଦେଇଛନ୍ତି । ଏନେଇ ରଶ୍ମିରେଖାଙ୍କ ମାଆ ରଞ୍ଜିତା ଓଝା ନିଜ ପ୍ରତିକ୍ରିୟା ଦେଇ କହିଛନ୍ତି, ସେ ମୋ ଝିଅକୁ କଲବଲ କରି ଚାପ ଦେଇ ଜୀବନରୁ ମାରିଦେଲା । ସେ କଣ ଲାଭ ପାଇଲା ? ଝିଅକୁ ମାଡ ମାରି ତା’ ଆଖି ନଷ୍ଟ କରି ଦେଇଥିଲା ସନ୍ତୋଷ । ଯାହା ହେଇଛି ଠିକ ହେଇଛି । ସେଥିପାଇଁ ଆମ ମନରେ ତ ଯାହା ଥିଲା ଆଉ ଭଗବାନ ବି ଦଣ୍ଡ ଦେବା କଥା ଦେଇଛନ୍ତି ବୋଲି ସେ କହିଛନ୍ତି ।

ସନ୍ତୋଷ ତାଙ୍କ ଝିଅ ସହ ଯାହାବି କରିଛି କିଛି ଠିକ କରିନି । ଯଦି ଦୁଇଜଣ ବାହା ହୋଇଥିଲେ ତେବେ ସେମାନେ ନିଜ ନିଜ ଘରେ ଜଣାଇବାର ଥିଲା ବୋଲି ରଞ୍ଜିତା କହିଛନ୍ତି । ଏହାସହ ରଶ୍ମିରେଖାଙ୍କ ପୂର୍ବ ପ୍ରେମିକ ରାଜାଙ୍କୁ ବହୁତ ଭଲ ବୋଲି କହିଛନ୍ତି ରଞ୍ଜିତା । ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।