ସ୍ତ୍ରୀ ଟିଏ ସବୁ କିଛି ସହ୍ୟ କରିପାରେ । ଯଦି କିଏ ସବୁଠୁ ଅଧିକ କଷ୍ଟ ସହିପାରେ ସେ ହେଉଛି ସ୍ତ୍ରୀ । ପିଲାବେଳୁ ହିଁ ତା ସହ ଭେଦ ଭାବ କରା ଯାଇଥାଏ । ସ୍ତ୍ରୀ କୁ ଛୋଟବେଳୁ ହିଁ ଏହି ସବୁ ସହିବାକୁ ପଡ଼ିଥାଏ । ଯେଉଁ ବିଷୟ ପାଇଁ ଗୋଟେ ପୁଅକୁ କେବେ ବାରଣ କରା ଯାଇ ନ ଥାଏ, ସେହି ବିଷୟ ସବୁ ପାଇଁ ସ୍ତ୍ରୀ କୁ ରୋକା ଯାଇଥାଏ । କାରଣ ସେ ଗୋଟେ ଝିଅ ଅଟେ । ତଥାପି ଗୋଟେ ସ୍ତ୍ରୀ ଅତି ସହଜରେ ଭାଙ୍ଗି ଯାଏ ନାହିଁ । ଝିଅଟିକୁ ଅତି ଛୋଟବେଳୁ ଅନୁଭବ କରାଇ ଦିଆ ଯାଏ ଯେ ସେ କେଉଁଠି ମଧ୍ୟ ସୁରକ୍ଷିତ ନୁହେଁ ।

ପିଲା ବେଳ ଠୁ ନେଇ ବଡ଼ ହେବା ପର୍ଯ୍ୟନ୍ତ ଯେତେବେଳେ ସ୍ତ୍ରୀ ଟିଏ ନିଜ ଘର ଛାଡ଼ି ପର ଘରକୁ ଯାଏ ସେତେବେଳେ ସେ ଭାଙ୍ଗି ପଡ଼େ । ପର ଘରେ ଗଲା ପରେ ଯେତେବେଳେ ସେଠାରେ ତାକୁ ଉଚିତ୍ ମାନ ସମ୍ମାନ ମିଳେ ନାହିଁ ଓ ସେ ହାତ ଧରି ଆସିଥିବା ବ୍ୟକ୍ତିଟି ମଧ୍ୟ ଯେତେବେଳେ ତା ସାଥ୍ ଦିଏ ନାହିଁ, ସେତେବେଳେ ଗୋଟେ ସ୍ତ୍ରୀ ର ସାହସ ଓ ଧୈର୍ଯ୍ୟ ଭାଙ୍ଗିବାକୁ ଲାଗିଥାଏ ।
ସେତେବେଳେ ସମସ୍ତ ଆଶା ଓ ସ୍ବପ୍ନ ଭାଙ୍ଗି ଧୂଳିସାତ୍ ହେବାକୁ ଲାଗେ । ଯେମିତିକି ଜୀବନ ଶେଷ ହୋଇ ଯାଇଛି ସେହିପରି ଅନୁଭବ ହୁଏ ସ୍ତ୍ରୀ କୁ । କାରଣ ଗୋଟେ ଝିଅ ପାଇଁ ଏହାଠୁ ଅଧିକ ଦୁଃଖର ବିଷୟ ଆଉ କିଛି ନୁହେଁ । ଝିଅ ଟିଏ ନିଜ ପିତା ମାତା, ସମ୍ପର୍କୀୟ ଓ ଜନ୍ମସ୍ଥାନ ଛାଡ଼ି ଅନ୍ୟ ପୁରୁଷର ହାତ ଧରି ତା ସହ ସଂସାର ଗଢ଼ିବାକୁ ଆସେ ।

ମନରେ ଅସୁମାରୀ ସ୍ବପ୍ନ ଓ ଉତ୍ସୁକତା ନେଇ ନିଜ ଘର ଛାଡ଼ି ଶାଶୁଘରେ ପାଦ ରଖିଥାଏ ସ୍ତ୍ରୀ ଟିଏ । ନିଜ ଜୀବନସାଥି ଠୁ ସମାନ ଭାବେ ପ୍ରେମ ଓ ଇଜ୍ଜତ ପାଇବା ହିଁ ଗୋଟେ ସ୍ତ୍ରୀ ପାଇଁ ସବୁଠୁ ବଡ଼ ବିଷୟ ହୋଇଥାଏ । ଆପଣମାନଙ୍କ ମଧ୍ୟରୁ ଅନେକ ଏହି ପରିସ୍ଥିତି ଦେଇ ଅତିକ୍ରମ କରୁଥିବେ ବା କରି ସାରିଥିବେ ।

ଯଦି କେଉଁ ଝିଅ ବା ପୁଅ ଆପଣଙ୍କୁ ବିନା ସର୍ତ୍ତରେ ଖୁବ୍ ପ୍ରେମ କରୁଛି ଓ ଇଜ୍ଜତ ଦେଉଛି ତେବେ ତାକୁ ନିଶ୍ଚୟ ବୁଝିବାକୁ ପଛଘୁଞ୍ଚା ଦିଅନ୍ତୁ ନାହିଁ । ତା ପରିବର୍ତ୍ତେ ତାକୁ ମଧ୍ୟ ସମାନ ପ୍ରେମ ଓ ଇଜ୍ଜତ ଦିଅନ୍ତୁ ଯାହା ସେ ଆପଣଙ୍କୁ ବିନା ସର୍ତ୍ତରେ ଅଜାଡ଼ି ଦେଉଛି ।

ନ ମାଗିକି ମଧ୍ୟ ଆପଣଙ୍କୁ ଯେଉଁ ମାନ ସମ୍ମାନ ମିଳୁଛି ତାକୁ ମଧ୍ୟ ସେପରି ମାନ ସମ୍ମାନ ଦିଅନ୍ତୁ । ଜୀବନରେ କେବେ ମଧ୍ୟ କେଉଁ ପୁଅ ବା ଝିଅକୁ ଏପରି ପରିସ୍ଥିତିରେ ଛାଡ଼ି ଦିଅନ୍ତୁ ନାହିଁ, ଯେଉଁଠି ତାକୁ ବଞ୍ଚି ଥାଉ ଥାଉ ଶ୍ୱାସରୁଦ୍ଧ ହୋଇ ମରିଗଲା ପରି ଅନୁଭୂତି ଆସିବ । କାହାର ମଧ୍ୟ ହୃଦୟ ଭାଙ୍ଗିବା ଆଗରୁ ହଜାର ଥର ନିଶ୍ଚୟ ଭାବିବା ଉଚିତ୍ ।