ଭୋ ଭୋ ହୋଇ କାନ୍ଦୁ ଛନ୍ତି ରାକ୍ଷୀ ସାୱନ୍ତ । ଆଉ କହୁଛନ୍ତି ଅଡିଲ ସୋ ରୁମର ମାଲିକ ନୁହନ୍ତି ବରଂ ଜଣେ ସାଧାରଣ ଡ୍ରାଇଭର । ମୁଁ ଜାଣି ପାରିଲି ନାହି ତା ପ୍ରେମରେ ପଡିଗଲି । ଆଉ ସେ ବସ୍ତି ରେ ରହୁଛି । ଏସବୁ ସତ ଜାଣିଲା ପରେ ଏବେ କାନ୍ଦୁ ଛନ୍ତି ରାକ୍ଷୀ ସାୱନ୍ତ । କିନ୍ତୁ ଏହା ପୂର୍ବରୁ ଦୁହିଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇ ସାରିଛି । ରାକ୍ଷୀ ସାୱନ୍ତ ଙ୍କୁ ଧୋକା ଦେଇ ଅଡିଲ କୁଆଡେ ଫେରାର ମାରିଛି ।

ହଁ ଦର୍ଶକ ବନ୍ଧୁ ବଲିଉଡର ଡ୍ରାମା କୁଇନ ରାକ୍ଷୀ ସାୱନ୍ତ ବର୍ତ୍ତମାନ ତାଙ୍କ ସ୍ଵାମୀ ଅଡିଲ ଙ୍କୁ ନେଇ ଚର୍ଚ୍ଚା ରେ ଅଛନ୍ତି । ରାକ୍ଷୀ କିଛି ମାସ ପୂର୍ବରୁ ମହେଶ୍ଵର ବାସିନ୍ଦା ଅଡିଲ ଙ୍କୁ ବିବାହ କରିଥିଲେ । ଆଉ ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ସ୍ଵାମୀ ଙ୍କ ବିଷୟରେ ନୂଆ ନୂଆ କଥା କିଛି କହୁଛନ୍ତି । ନିକଟରେ ରାକ୍ଷୀ କହିଛନ୍ତି ଯେ ତାଙ୍କ ସ୍ଵାମୀ ସୋ ରୁମର ମାଲିକ ନୁହନ୍ତି ବରଂ ଜଣେ ଡ୍ରାଇଭର ।
ଗତ ବର୍ଷ ରାକ୍ଷୀ ତାଙ୍କୁ ଯେବେ ତାଙ୍କୁ ପ୍ରେମିକ ଭାବରେ ପରିଚିତ କରାଇଥିଲେ ସେତେବେଳେ କହିଥିଲେ ଅଡିଲ ବ୍ୟାଙ୍ଗାଲୋର ରେ ଏକ ସୋୱା ରୁମର ମାଲିକ ଅଟନ୍ତି । ରାକ୍ଷୀ ଏହା ବି କହିଛନ୍ତି ଯେ ଦୁବାଇରେ ଅଡିଲ ତାଙ୍କ ପାଇଁ ନୂଆ ଘର ଓ କାର କିଣିଛନ୍ତି । ସେବେ ଠାରୁ ଦୁହେଁ ଲାଇମ ଲାଇଟ ରେ ରହି ଆସିଥିଲେ ।

ହେଲେ ଏବେ ସେ କହୁଛନ୍ତି ଯେ ମେ 2022 ରେ ଅଡିଲ ଙ୍କୁ ବିବାହ କରିଥିଲେ ଏବଂ ତାଙ୍କ ମ୍ୟାରେଜ କୁ ରେଜିଷ୍ଟ୍ରି ମଧ୍ୟ କରିଥିଲେ । ବର୍ତ୍ତମାନ କିନ୍ତୁ ରାକ୍ଷୀ ଅ-ଭି-ଯୋ-ଗ କରିଛନ୍ତି ଯେ ଅଡିଲ ଜଣେ ଧୋକାବାଜ । ତେବେ ଅଡିଲ ଙ୍କ ବିରୁଦ୍ଧରେ ଚାଲିଥିବା ଅନେକ ମାମଲା ପରେ ସେ ସେଠାରେ ପୋଲିସ ହେପାଜତରେ ଅଛନ୍ତି । ରାକ୍ଷୀ ମହେଶ୍ଵର ର ଏକ କୋର୍ଟ କୁ ଯାଇଥିଲେ ଓ ଏହା ପରେ ସେ ତାଙ୍କ ଶାଶୁଘରକୁ ମଧ୍ୟ ଯାଇଥିଲେ ।
ରାକ୍ଷୀ ତାଙ୍କ ଶାଶୁଘରକୁ ଯିବା ମାତ୍ରେ ଜାଣିବାକୁ ପାଇଥିଲେ ଯେ ଅଡିଲ ଙ୍କ ପରିବାର ସେଠାରେ ନାହାନ୍ତି । ଘରେ ତାଲା ପଡିଥିଲା । ଆଉ ଏବେ ରାକ୍ଷୀ ଏକ ଭିଡିଓରେ କାନ୍ଦି କାନ୍ଦି କହିଛନ୍ତି ଯେ ସେ ବର୍ତ୍ତମାନ ଜାଣିବାକୁ ପାଇଲେ ତାଙ୍କ ସ୍ଵାମୀ ଜଣେ ସାଧାରଣ ଡ୍ରାଇଭର ଓ ସେ ଏକ ବସ୍ତିରେ ରୁହନ୍ତି । ସେ ଜାଣି ନ ଥିଲେ ଆବାଜି ଙ୍କ ଡ୍ରାଇଭର ।
ଯେବେ ସେ ଅଡିଲଙ୍କ ଘର ଦେଖିବାକୁ ଆସିଥିଲେ ସେ ବସ୍ତିରେ ରୁହନ୍ତି । ରାକ୍ଷୀ ଏମିତି କହିଛନ୍ତି ଗରିବଙ୍କ ସହ ତାଙ୍କର କିଛି ଅସୁବିଧା ନାହି ଇନ୍ତୁ ସତ କହିବା ଉଚିତ । କିନ୍ତୁ ଅଡିଲ ରାକ୍ଷୀ ଙ୍କୁ ଠକିଥିଲା ଆଉ ଧୋକା ମଧ୍ୟ ଦେଇଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।