7 ଦିନ ଏକାଠି ରହିବା ପରେ SDJM Court କଣ ନେଲା ନିସ୍ପତି, କଣ ଏକାଠି ହୋଇ ରହିବେ Sumit ଓ Tapaswini ?

ବନ୍ଧୁଗଣ, ସୂଚନା ଅନୁଯାୟୀ ବ୍ରହ୍ମପୁର ର ଦମ୍ପତ୍ତି ଡାକ୍ତର ସୁମିତ ସାହୁ ଏବଂ ତପସ୍ଵିନୀ ଙ୍କ ମାମଲାର ଆଜି SDJM Court ରେ ଶୁଣାଣୀ ହୋଇସାରିଛି । କୋର୍ଟ ଙ୍କ ନିର୍ଦ୍ଧେଶ ଅନୁଯାୟୀ ଉଭୟ ଆସ୍କା ର ଏକ ଘରେ ୭ ଦିନ ପର୍ଯ୍ୟନ୍ତ ରହିଥିଲେ । ମାତ୍ର ଆଜି ସେହି ନିର୍ଦ୍ଧାରିତ ସମୟ ଶେଷ ହୋଇଅଛି । ବ୍ରହ୍ମପୁର ସ୍ଥିତ ବ୍ରହ୍ମା ନଗର ରେ ଥିବା, ଶଶୁର ଘରେ ସ୍ଵାମୀ ଙ୍କ ଘରେ ରହିବାକୁ ଧାରଣା ଦେଇଥିଲେ ତପସ୍ଵିନୀ । ଶେଷରେ ସଂପୂର୍ଣ୍ଣ ମାମଲା ଟି କୋର୍ଟ କୁ ଯାଇଥିଲା ।

ମାନ୍ୟବର କୋର୍ଟ ମାମଲା ର ଶୁଣାଣୀ କରି ଉଭୟ ସ୍ଵାମୀ ସ୍ତ୍ରୀ ଙ୍କୁ ଆସ୍କା ର ଏକ ଘରେ ୭ ଦିନ ରହିବାକୁ ନିର୍ଦ୍ଧେଶ ଦେଇଥିଲେ । ବର୍ତ୍ତମାନ ସବୁଠାରୁ ବଡ ପ୍ରଶ୍ନ ହେଉଅଛି ଯେ ଉଭୟଙ୍କ ନିଷ୍ପତ୍ତି କଣ ହୋଇଥିବ ? ଏବଂ କୋର୍ଟ କେଉଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି ? ସାରା ରାଜ୍ୟରେ ଏହି ଘଟଣା ଟି ଚର୍ଚ୍ଚା ର ବିଷୟ ପାଲଟି ଥିଲା ।

କୋର୍ଟ ଙ୍କ ନିର୍ଦ୍ଧେଶନୁଯାୟୀ ଥାନା ଅଧିକାରୀ ଏବଂ ସୁରକ୍ଷା ଅଧିକାରୀ ଆଜି କୋର୍ଟ ରେ ଦାଖଲ କରିବେ ଯେ ଉଭୟଙ୍କ ଚାଲି ଚାଳନ ଅଥବା ଉଭୟଙ୍କ ମାନସିକ ସ୍ତରରେ କିଛି ପରିବର୍ତ୍ତନ ତଥା ଉଭୟ ଉଭୟ କୁ କେତେ ମାତ୍ରାରେ ଚିହ୍ନି ପାରିଛନ୍ତି ? ଜାଣି ପାରିଛନ୍ତି ? ସେମାନଙ୍କ ଭୁଲ କୁ ସୁଧାରୀ ପାରିଛନ୍ତି କି ନା ନାହିଁ ? ଏହି ସମସ୍ତ ବିବରଣୀ ଆଜି କୋର୍ଟ ଙ୍କ ହସ୍ତାଗତ ହୋଇଥିବ ଏବଂ ଏହାପରେ କୋର୍ଟ ଯାହା ପରବର୍ତ୍ତୀ ଶୁଣାଣୀ କରିବେ ବୋଲି ସୂଚନା ମିଳିଥିଲା ।

ଉଭୟଙ୍କ ଓକିଲ ମଧ୍ୟ ସୂଚନା ଦେଇଥିଲେ ଯେ ବ୍ୟକ୍ତିଗତ ଭାବରେ ଉଭୟ କୋର୍ଟ ରେ ଆସି ଉପସ୍ଥିତ ହେବେ । ମାତ୍ର ବର୍ତ୍ତମାନ ସୂଚନା ଅନୁଯାୟୀ ଉଭୟ ନ ଆସି ସେମାନଙ୍କ ସୁରକ୍ଷା ଅଧିକାରୀ ତଥା ଥାନା ଅଧିକାରୀଙ୍କ ହାତରେ ସେମାନେ ରିପୋର୍ଟ ଦେଇଛନ୍ତି । ଖବର ଅନୁଯାୟୀ ଗତକାଲି ଉଭୟଙ୍କ ନିମନ୍ତେ ଆସ୍କା ଟାଉନ ରେ ଭଡାଘର ମଧ୍ୟ ଖୋଜା ଯାଇଥିଲା । ଯଦିଓ ଏହି ପରିସ୍ଥିତି କୁ ଆଖି ଆଗରେ ରଖିଲେ ଜଣା ପଡୁଛି ଯେ ଉଭୟଙ୍କ ମନ ମିଶିବାକୁ ଲାଗିଅଛି ।

ଏହା ଫଳରେ ଦୀର୍ଘ ଦିନ ଧରି ଉଭୟଙ୍କ ମନରେ ଯେଉଁ ଦ୍ଵନ୍ଦ ରହିଥିଲା ତଥା ଗତ ୧୧ ଦିନ ଧରି ସ୍ଵାମୀ ଘର ଆଗରେ ଯେଉଁ ଧାରଣା ଚାଲିଥିଲା, ତାହାର ବୋଧ ହୁଏ ସମାଧାନ ହୋଇସାରିଛି । ଓକିଲ ଙ୍କ କହିବା ଅନୁସାରେ ଆଜି ଅପରାହ୍ନ ରେ ଉଭୟଙ୍କ ଶୁଣାଣୀ ହୋଇ ସାରିଛି । ଏହା ପରବର୍ତ୍ତୀ ରାୟ ବର୍ତ୍ତମାନ ମାନ୍ୟବର କୋର୍ଟ ଙ୍କର କଣ ଅଟେ ? ଏହା ଉପରେ ବର୍ତ୍ତମାନ ସମସ୍ତଙ୍କ ନଜର ରହିଛି । ବନ୍ଧୁଗଣ ଏହି ଘଟଣା ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।