ସ୍କୁଲ ସିଲାବସରେ ବି ଟୁଙ୍ଗୁରୁ ଆଉ ବର୍ଷା, ଏହି ପ୍ରଶ୍ନପତ୍ର ଆଉ ଉତ୍ତର ଖାତା ଦେଖିଲେ ଆପଣଙ୍କ ହୋସ୍ ଉଡିଯିବ

ଏହି ପ୍ରଶ୍ନପତ୍ରକୁ ଭଲକରି ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ଏହା ହେଉଛି ତ୍ରୈମାସିକ ପରୀକ୍ଷା ୨୦୨୨ ର ପ୍ରଶ୍ନପତ୍ର । ଫୁଲ୍ ମାର୍କ ୨୦ ରହିଥିବା ବେଳେ ସମୟ ରହିଛି ୪୫ ମିନିଟ । ୨୦ ନମ୍ବର ବିଶିଷ୍ଟ ଏହି ଓଡିଆ ପ୍ରଶ୍ନପତ୍ରକୁ ତିନିଭାଗରେ ବିଭକ୍ତ କରାଯାଇଛି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ସଂପୂର୍ଣ୍ଣ ୨୦ ମାର୍କର ଏହି ପ୍ରଶ୍ନପତ୍ର କେବଳ ଚର୍ଚ୍ଚିତ ଟୁଙ୍ଗୁରୁ ଭୋଳଙ୍କୁ ହିଁ ନେଇ ତିଆରି ହୋଇଛି । ପ୍ରଥମ ପ୍ରଶ୍ନ ରହିଛି, ଟୁଙ୍ଗୁରୁ ପାଇଁ ବର୍ଷା କାହିଁକି ପାଗଳ ହୋଇଥିଲା ?

ଉତ୍ତରରେ ଲେଖାଅଛି, ଟୁଙ୍ଗୁରୁ ପାଇଁ ବର୍ଷା ପାଗଳ ହୋଇଥିଲେ କାରଣ ଟୁଙ୍ଗୁରୁ ବର୍ଷାକୁ ହଜାରେ ଥର I Love You କହୁଥିଲେ ଏବଂ ଯେଉଁଠି ପାଉଥିଲେ ସେଇଠି ଗୋଲାପ ଫୁଲ ଦେଉଥିଲେ । ସେହିପରି ଦ୍ଵିତୀୟ ପ୍ରଶ୍ନ ପଚରା ଯାଇଛି, ଟୁଙ୍ଗୁରୁ କାହିଁକି ବର୍ଷାକୁ ଗୋଲାପ ଦେଉଥିଲା ? ଉତ୍ତରରେ ଲେଖାଅଛି, ଟୁଙ୍ଗୁରୁ ବର୍ଷାକୁ ଗୋଲାପ ଫୁଲ ଦେଉଥିଲା କାରଣ ଟୁଙ୍ଗୁରୁକୁ ଭାଉଜ ପ୍ରେମ ମିଠା ଲାଗୁଥିଲା । ସେହିପରି ତୃତୀୟ ପ୍ରଶ୍ନ ପଚରାଯାଇଛି, ଟୁଙ୍ଗୁରୁ ଓ ବର୍ଷା ର ପ୍ରେମକାହାଣୀ କେତେ ବର୍ଷ ଧରି ଚାଲିଥିଲା ?

ଯାହାର ସଠିକ ଉତ୍ତର ଦେଲେ ଦୁଇ ନମ୍ବର ମିଳିବ । ଏହାର ଉତ୍ତରରେ ଲେଖାଅଛି, ଟୁଙ୍ଗୁରୁ ଓ ବର୍ଷାର ପ୍ରେମ କାହାଣୀ ଦୁଇ ବର୍ଷ ଧରି ଚାଲିଥିଲା । ଏହାଥିଲା ପ୍ରଥମ ବିଭାଗର ପ୍ରଶ୍ନ ଏବଂ ଉତ୍ତର । ଏବେ ନଜର ପକାଇବା ଦ୍ଵିତୀୟ ବିଭାଗର ପ୍ରଶ୍ନୋତ୍ତର ଉପରେ, ଯାହାର ମୂଲ୍ୟ ରହିଛି ୪ ନମ୍ବର । ଦୁଇଟି ବିକଳ୍ପ ମଧ୍ୟ ରହିଛି, ଦୁଇଟି ପ୍ରଶ୍ନରୁ ଆପଣ କୌଣସି ଗୋଟିଏର ଉତ୍ତର ଦେଇପାରିବେ । ପ୍ରଶ୍ନ ଦୁଇଟି ରହିଛି, ଟୁଙ୍ଗୁରୁ ଓ ବର୍ଷାର ପ୍ରେମକାହାଣୀ ଉଲ୍ଲେଖ କର କିମ୍ବା ଟୁଙ୍ଗୁରୁ ଓ ବର୍ଷାର ଚରିତ୍ର ବର୍ଣ୍ଣନା କର ।

ଏହାର ଉତ୍ତରରେ ଲେଖାହୋଇଛି, ଟୁଙ୍ଗୁରୁ ଓ ବର୍ଷାର ପ୍ରେମକାହାଣୀ । ଟୁଙ୍ଗୁରୁ ଗୋଟେ ଅଟୋବାଲା ଥିଲା । ଦିନେ ସେ ରାସ୍ତାରେ ଯାଉ ଯାଉ ଜଣେ ଭାଉଜ ତାଙ୍କୁ ଅଟକାଇଲେ ଏବଂ ହସ୍ପିଟାଲ ପର୍ଯ୍ୟନ୍ତ ନେଇଯିବା ପାଇଁ କହିଲେ । ତା’ପରେ ଭାଉଜ ଟୁଙ୍ଗୁରୁର ଫୋନ ନମ୍ବର ମାଗିଲେ । ସେମିତି ସବୁଦିନ ସେହି ଭାଉଜ ଅର୍ଥାତ ବର୍ଷା ଟୁଙ୍ଗୁରୁକୁ ନେଇ ମାର୍କେଟ ବୁଲେ । ଶେଷରେ ସେମାନେ ଦୁହେଁ ଦୁହିଁଙ୍କୁ ଭଲପାଇଲେ । ଟୁଙ୍ଗୁରୁକୁ ୨୦ ବର୍ଷ ଏବଂ ବର୍ଷା ର ବୟସ ୩୯ ବର୍ଷ ।

ବର୍ଷାର ୨ଟି ଛୁଆ ୧୫ ବର୍ଷର ଏବଂ ସ୍ଵାମୀ ଥିଲେ । ହେଲେ ମଧ୍ୟ ବର୍ଷା ଟୁଙ୍ଗୁରୁକୁ ଛାଡିବାରେ ରାଜି ନଥିଲା । ଆଉ ଏପରି ଥିଲା ଟୁଙ୍ଗୁରୁ ଓ ବର୍ଷା ର ପ୍ରେମକାହାଣୀ । ଏମିତି ପ୍ରଶ୍ନପତ୍ରରେ ଦୀର୍ଘମୂଳକ ପ୍ରଶ୍ନପତ୍ର ମଧ୍ୟ ରହିଛି । ଯାହା ପଢିଲେ ଆପଣଙ୍କ ମୁଣ୍ଡ ବୁଲେଇ ଦେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।