ସ୍କୁଲ ହତାରେ ଦିଦି ମାନଙ୍କ ମହାଭାରତ, ବଡ ଦିଦିଙ୍କ ବସ୍ତ୍ରହରଣ କଲେ ସାନ ଦିଦି, ପୁରା ଘଟଣା ଜାଣିଲେ ଅବାକ୍ ହୋଇଯିବେ, ଦେଖନ୍ତୁ video

ଦ୍ଵାପର ଯୁଗରେ ଦୁଃଶାସନ ଦ୍ରୌପଦୀଙ୍କ ବସ୍ତ୍ରହରଣ କରିଥିବା ଘଟଣା ଆପଣ ଜାଣିଥିବେ । ହେଲେ ଆଜି ଆମେ ଆପଣଙ୍କୁ କଳିଯୁଗର ବସ୍ତ୍ରହରଣ ଘଟଣା ଦେଖାଇବୁ । ଆଉ ଦୁଃଶାସନଙ୍କୁ ଦେଖିଲେ ଆପଣଙ୍କ ଆଖି ଖୋସି ହୋଇଯିବ । କାରଣ ଇଏ ହେଉଛନ୍ତି ଜଣେ ମହିଳା ଦୁଃଶାସନ । ମହିଳା ହୋଇ ମହିଳାଙ୍କ ବସ୍ତ୍ରହରଣ କରୁଛନ୍ତି । ଆଜ୍ଞା ହଁ, ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଦୁଇଜଣ ଶିକ୍ଷୟତ୍ରୀ ମରାମରି ଓ ଲୁଗା ଟଣାଓଟରା ହେଉଥିବା ଭିଡିଓ ଏବେ ଚାରିଆଡେ ଭାଇରାଲ ହେଉଛି ।

ଲୁଗାପଟା ପ୍ରତି ମହିଳା ମାନଙ୍କର ଅହେତୁକ ଦୁର୍ବଳତା ଥାଏ, ହେଲେ ତା’ ବୋଲି ଅନ୍ୟଜଣେ ପିନ୍ଧିଥିବା ଲୁଗାକୁ ଏମିତି ଟାଣିବା କଣ ଠିକ । ଦିଦିଙ୍କ ଲୁଗା ଧରି ଆଉ ଜଣେ ଦିଦି ଭିଡୁ ଭିଡୁ ସେପଟେ ସେ ବି ଛାଡିବା ପ୍ରାଣୀ ନୁହନ୍ତି । ତଳେ ପଡିଥିବା ଢେମ୍ବା ପଥର ଧରି ଗୋଡେଇ ଆସିଲେ । ସ୍କୁଲରେ ବଡ ଦିଦି ଓ ସାନ ଦିଦିଙ୍କ ମଧ୍ୟରେ କାହିଁକି ଝଗଡା ଚାଲିଛି ଏକଥା ପଛକଥା । ହେଲେ ଏହି ଝଗଡା ଦେଖିବା ପାଇଁ ସ୍କୁଲ ଆଗରେ ଲୋକଙ୍କ ଭିଡ ଜମିଛି ।

ଗାଡି ନେଇ ଯାଉଥିବା ଲୋକ ବି ଅଟକି ଯାଇ ଘଟଣାକୁ ବେଶ ଉପଭୋଗ କରୁଛନ୍ତି । ଛିଡା ହେଇକି ନଦେଖି ଯଦି ଏମାନଙ୍କ କଳି ଅଟକାଇବାକୁ ଚେଷ୍ଟା କରିଥାନ୍ତେ ତେବେ ହୁଏତ କଥାଟା ଶୀଘ୍ର ଛିଣ୍ଡିଥାନ୍ତା । ହଁ ଦୁଇଜଣ ମାଉସୀ ଦିଦିମାନଙ୍କୁ ବୁଝାଇବାକୁ ଆସିଥିଲେ । ହେଲେ ସେମାନେ କଳି ଅଟକାଇବେ କଣ ନିଜ ନିଜ ଭିତରେ ଲାଗିଗଲେ । ସ୍କୁଲ ହତାରେ ପିଲାମାନେ ବି ଠିଆ ହୋଇ ଦିଦିମାନଙ୍କ କାଣ୍ଡ କାରନାମା ଦେଖୁଛନ୍ତି ।

ଶିକ୍ଷାନୁଷ୍ଠାନରେ ଏଭଳି କିଛି ହେବା ସତରେ ପିଲାଙ୍କ ପ୍ରତି କେତେ ଶିକ୍ଷଣୀୟ କଥା ଆପଣ ବୁଝି ପାରୁଥିବେ । କିଛି ଲୋକ ପିଲାଙ୍କୁ ଡାକିବା ସହ କଣ ହେଇଛି କୁହ ବୋଲି ପଚାରିଥିଲେ । ହେଲେ ପିଲାମାନେ ଆସୁ ଆସୁ ବଡ ଦିଦି ତାଙ୍କୁ ଏମିତି ଚଦିଲେ ଯେ ପିଲା ବି ଡରିଯାଇ ସିଧା ଦୌଡି ପଳାଇଲେ । ସ୍କୁଲରେ ପିଲାଙ୍କ ପରୀକ୍ଷା ଥିଲା ହେଲେ ସ୍କୁଲ ଚାବି କାହା ପାଖେ ଅଛି କାହାକୁ ଜଣା ନଥିଲା । ସାନ ଦିଦି ବଡ ଦିଦିଙ୍କୁ ଦେଖି ଚାବି କଥା ପଚାରିଥିଲେ । ଆଉ ବାସ୍ ଏଇଠୁ ହିଁ ଆରମ୍ଭ ହୋଇ ଯାଇଥିଲା ମହାଭାରତ ।

ଆହୁରି ପୁଣି ପିଟାପିଟି ହୋଇସାରିବା ପରେ କିଏ କାହାର କେଉଁଠି ଖଣ୍ଡିଆ କରିଛି ସେଗୁଡା ବି ଦେଖେଇ ହେଉଛନ୍ତି । ଦିଦିମାନଙ୍କ କଳି ଯୋଗୁଁ ପିଲାମାନେ ପରୀକ୍ଷା ନଦେଇ ବାହାରେ ବସିଥିଲେ । ସେପଟେ ବଡ ଦିଦିଙ୍କ ବଦଳି ହୋଇ ଯାଇଥିବା ବେଳେ ସେ ସ୍କୁଲରୁ ମଧ୍ୟାହ୍ନ ଭିଜନ କାଠ ନେଇ ଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।