ଆସନ୍ତା 7 ତାରିଖରୁ ଖୋଲିବ ରାଜ୍ୟର ସମସ୍ତ School ଓ College, ଦେଖନ୍ତୁ ଏ ନେଇ କଣ କହିଲେ ମୁଖ୍ୟ ସାଶନ ସଚିବ Mr Suresh Chandra Mohapatra, ଦେଖନ୍ତୁ Video

ଗତ ଦୁଇ ବର୍ଷ ଧରି କରୋନା ମହାମାରୀ ଯୋଗୁଁ ସ୍କୁଲ ଏବଂ କଲେଜ ସବୁ ମାସ ମାସ ଧରି ବନ୍ଦ ରହିଥିଲା ଓ ଏହା ପିଲାଙ୍କ ପାଠପଢାକୁ ମଧ୍ୟ ଖୁବ ପ୍ରଭାବିତ କରିଛି । ତେବେ ଗତ ବର୍ଷ ଶେଷ ଭାଗକୁ ସ୍କୁଲ ଖୋଲିବାକୁ ସରକାର ଅନୁମତି ଦେଇଥିଲେ ମଧ୍ୟ ନୂଆବର୍ଷ ଠାରୁ କରୋନା ସଂକ୍ରମଣରେ ପୁଣି ଥରେ ବୃଦ୍ଧି ହେବା ସ୍କୁଲ, କଲେଜ ସବୁ ପୁଣି ଥରେ ବନ୍ଦ କରି ଦିଆଯାଇଛି । ତେବେ ଚଳିତ ଫେବୃୟାରୀ ମାସ ଠାରୁ କରୋନା ଗ୍ରାଫ ତଳ ମୁହାଁ ହେବା ପରେ ସ୍କୁଲ ଖୋଲିବାକୁ ନେଇ ବଡ ନିଷ୍ପତ୍ତି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଏନେଇ ମୁଖ୍ୟ ଶାସନ ସଚିବ ଶ୍ରୀଯୁକ୍ତ ସୁରେଶ ମହାପାତ୍ର ପ୍ରେସ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆସନ୍ତା ଫେବୃୟାରୀ ୭ ତାରିଖ ଠାରୁ ଅଷ୍ଟମ ଶ୍ରେଣୀ ଠାରୁ ଆରମ୍ଭ କରି ଉପରୋକ୍ତ ଶ୍ରେଣୀ ଏବଂ ସମସ୍ତ କଲେଜ ମଧ୍ୟ ଖୋଲିବ । ତେବେ ପ୍ରତ୍ଯେକଙ୍କୁ ପୂର୍ବ ପରି କରୋନା ଗାଇଡଲାଇନ ମାନିବାକୁ ହେବ । ସାମାଜିକ ଦୂରତା ରକ୍ଷା କରିବା, ମାସ୍କ ପିନ୍ଧିବା, ହାତ ସଫା କରିବା ଏବଂ ନିର୍ଦ୍ଦିଷ୍ଟ ବ୍ଯବଧାନରେ ସ୍କୁଲ, କଲେଜ ସାନିଟାଇଜେସନ କରିବା ନିୟମକୁ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କୁ କଡାକଡି ଭାବେ ପାଳନ କରିବାକୁ ହେବ ।

୭ ତାରିଖରେ ଅଷ୍ଟମରୁ ଉର୍ଦ୍ଧ୍ଵ ଶ୍ରେଣୀଗୃହ ଖୋଲିବା ପରେ ଫେବୃୟାରୀ ୧୪ ତାରିଖରୁ କେଜିରୁ ଆରମ୍ଭ କରି ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କ ପାଇଁ ମଧ୍ୟ ଶ୍ରେଣୀଗୃହ ପାଠପଢା ସରକାର ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି । ଏହାସହ ହଷ୍ଟେଲ ଗୁଡିକ ମଧ୍ୟ ଖୋଲିବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି । ଯେହେତୁ ଗତ ଦୁଇ ବର୍ଷ ଧରି ପିଲା ମାନଙ୍କର ପାଠପଢାରେ ଅନେକ ବାଧା ଦେଖା ଦେଇଛି ତେଣୁ ସେସବୁକୁ ମେକଅପ କରିବା ପାଇଁ ବିଭିନ୍ନ ବିଭାଗକୁ ଏନେଇ ନିର୍ଦ୍ଦେଶ ଦିଆଯାଇଛି ।

ଗତ ବର୍ଷ ମାନଙ୍କରେ ପିଲା ମାନଙ୍କର ପାଠପଢାରେ ଯାହା ଖ୍ଯାତି ହୋଇଛି ସେସବୁ ଯେପରି ସଂପୂର୍ଣ୍ଣ ଭାବେ ପୁରା ହୋଇପାରିବ ସେଥିପାଇଁ ଧ୍ୟାନ ଦେବା ପାଇଁ ସରକାର ସେମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି ଦରକାର ପଡିଲେ ଖରାଛୁଟିର ଅବଧିକୁ ମଧ୍ୟ କମ୍ କରିବବାକୁ କୁହାଯାଇଛି । ତେବେ ପିଲାମାନେ ଚାହିଁଲେ ନିଜ ଇଚ୍ଛାରେ ଅନଲାଇନ କିମ୍ବା ଅଫଲାଇନ ମାଧ୍ୟମରେ କ୍ଳାସ କରିପାରିବେ ।

ଅନଲାଇନ କ୍ଳାସ କରୁଥିବା ପିଲା କରୋନା ଗାଇଡଲାଇନ ଯେପରି କଡାକଡି ଭାବେ ପାଳନ କରିବେ ସେଥିପ୍ରତି ବିଶେଷ ଧ୍ୟାନ ଦିଆଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।