ସ୍କୁଲ ଫିସକୁ ନେଇ ଆସିଲା ସରକାରଙ୍କ ବଡ ନିଷ୍ପତ୍ତି, ବର୍ଷକର ସ୍କୁଲ ଫିସ ମାଫ

ଶିକ୍ଷା ଅନୁଷ୍ଠାନ ମାନଙ୍କୁ କଡା ଆଦେଶ, କରୋନା ପାଇ ପିଲାମାନଙ୍କ ଠାରୁ ଫିସ ନିଆଯିବନି । ସ୍କୁଲ ଫିସ ଜମା କରିବା ପାଇଁ ଯଦି କୌଣସି ଶିକ୍ଷାନୁଷ୍ଠାନ ଅଭିଭାବକଙ୍କ ଉପରେ ପ୍ରେସର ପକେଇବେ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ । ଲକଡାଉନ ସମୟରେ ଫିସ ପାଇଁ ଅଭିଭାବକଙ୍କୁ ପ୍ରେସର କରୁଥିବା ଶିକ୍ଷା ଅନୁଷ୍ଠାନ ବିରୁଦ୍ଧରେ ଏହି ଭଳି କଠୋର ପଦକ୍ଷେପ ନେଇଛନ୍ତି ପଞ୍ଜାବ ସରକାର ।

କରୋନା ପରିସ୍ଥିତିକୁ ଆଖି ଆଗରେ ରଖି  ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରୀନ୍ଦର ଏହିଭଳି ନିର୍ଦେଶ ଦେଇଛନ୍ତି । କରୋନା ମହାମାରୀ ପାଇଁ ରାଜ୍ୟର କୌଣସି ବି ସରକାରୀ ସ୍କୁଲ ଛାତ୍ର ଛାତ୍ରୀଙ୍କ ଠାରୁ ଫିସ, ଯେମିତିକି ଆଡମିସନ, ରିଆଡମିସନ, ଟ୍ୟୁସନ ଫିସ ନ ନେବା ପାଇଁ ଜଣାଇଛନ୍ତି । ଏଥି ସହିତ ଯଦି କୌଣସି ସ୍କୁଲ ଅଭିଭାବକଙ୍କ ଉପରେ କୌଣସି ଚାପ ପକାଇବେ ସେଇ ସ୍କୁଲ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଯିବ ବୋଲି କହିଛନ୍ତି ମୁଖ୍ୟ ମନ୍ତ୍ରୀ ।

ପଞ୍ଜାବ ସରକାରଙ୍କ ଏହି ନିୟମ କିନ୍ତୁ ଘରୋଇ ସ୍କୁଲ ମାନଙ୍କରେ ଲାଗୁ କରାଯାଇ ନାହିଁ । ଘରୋଇ ସ୍କୁଲ ମାନଙ୍କରେ ଫିସ ଛଡା ହେବକି ନାଇ ଏ ନେଇ ବିଚାର ଚାଲିଛି ବୋଲି କହିଛନ୍ତି ପଞ୍ଜାବ ସରକାର ।

ରାଜ୍ୟର କୌଣସି ବି ସ୍କୁଲ ଫିସ ନ ଦେବା କାରଣରୁ ପିଲାଙ୍କୁ ସ୍କୁଲରୁ ବାହାର କରିପାରିବେ ନାହିଁ ବୋଲି କଡା ଚେତାବନୀ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅମରୀନ୍ଦର ସିଂହ । ଯଦି ଏହି ନିୟମକୁ ନ ମାନିବେ ସେଇ ଶିକ୍ଷାନୁଷ୍ଠାନ ବିରୁଦ୍ଧରେ କଠୋର ନିସ୍ପତି ନିଆଯିବ ବୋଲି ପଞ୍ଜାବ ସରକାର କହିଛନ୍ତି । ତେବେ ଏପରି ନିଷ୍ପତ୍ତି ନିଶ୍ଚୟ ଅଭିଭାବକ ମାନଙ୍କ ପାଇଁ ଗୋଟେ ଖୁସି ଖବର ।

ହେଲେ ଏବେ ଯାଏ ଏହାକୁ ନେଇ ଆମ ଓଡିଶାରେ କୌଣସି ନିଷ୍ପତ୍ତି ନିଆ ଯାଇ ନାହିଁ । ଆପଣଙ୍କୁ କଣ ଲାଗୁଛି ଏହା ଆମ ଓଡିଶାରେ ଲାଗୁ ହେବା ଉଚିତ କି ନୁହେଁ । ଏହାକୁ ନେଇ ଆପଣଙ୍କ ମୂଲ୍ୟବାନ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।