ସାଉଦିରୁ ଫେରି ଆସି ମହିଳା ଖୋଲିଲେ ଶେଖମାନଙ୍କର ଭିତିରି କଥା, ଶୁଣାଇଲେ ଥରିଉଠିଲା ଭଳି କାହାଣୀ

ଭାରତରେ ଯେଉଁମାନେ କମ ପଢା ଲେଖା ଲୋକ ହୋଇଥାନ୍ତି ତାଙ୍କ ମନରେ ଗୋଟିଏ କଥା ଆସିଥାଏ କି ସେ ଜୀବନରେ ଥରେ ସାଉଦି ଆରବ ଯିବେ ଏବଂ ବହୁତ ଟଙ୍କା ଆୟ କରିବେ ଏବଂ ତାଙ୍କ ଜୀବନକୁ ବହୁତ ଆରାମରେ ବିତାଇବେ । କିନ୍ତୁ କେତେ ଥର ସାଉଦି ଯିବା ସମସ୍ତଙ୍କ ପାଇଁ ଭଲ ସଂକେତ ହୋଇ ନଥାଏ, କାହିଁକି ସେଠିକାର ଶେଖମାନେ ମହିଳାଙ୍କୁ ତ ଛାଡ ପୁରୁଷଙ୍କୁ ବି ଛାଡନ୍ତି ନାହିଁ । ସେମାନେ ଭାରତୀୟ ଲୋକମାନଙ୍କୁ କୌଣସି ନା କୌଣସି ରୂପରେ ଶୋଷଣ କରନ୍ତି ।

ଏହି କଥାର ପ୍ରମାଣ ସେତେବେଳେ ମିଳିଲା ଯେତେବେଳେ ଏକ ଭାରତୀୟ ମହିଳା ସେଠୁ ଏକ ଶେଖର ବନ୍ଧନରୁ ପଳାଇ ଆସିଛି । ସାଉଦିରୁ ଫେରି ଆସିବା ପରେ ମହିଳା ଜଣକ ଖୋଲିଲେ ଶେଖ ମାନଙ୍କର ଭିତିରି କଥା, ସେଠୁ ବହୁତ କଷ୍ଟରେ ବାହାରି ପାରିଛି ଏବଂ ବର୍ତ୍ତମାନ ସେ ନିଜ ସହିତ ହୋଇଥିବା ଅତ୍ୟାଚାରକୁ ପୁଲିସ ସାମନାରେ ବର୍ଣ୍ଣନା କରିଛନ୍ତି ।

ବର୍ତ୍ତମାନ ସମୟ ଏତେ ଜଲ୍ଦି ଏବଂ ଆଗକୁ ଚାଲି ଯାଇଛି କି କାହା ଉପରେ ବିଶ୍ଵାସ କରିବା ବହୁତ କଷ୍ଟ ହୋଇ ଯାଇଛି । ଏହିଭଳି କରି ସେହି ମହିଳା ଜଣକ ବହୁତ ବଡ ଭୁଲ କରି ଦେଇଛନ୍ତି । ଯେତେବେଳେ ସେ ନିଜ ପରିବାରର ଖୁସି ପାଇଁ ନିଜକୁ ଏହିଭଳି ନର୍କକୁ ପଠାଇ ଦେଇଥିଲା । ଏକ ଏମିତି ହିଁ ମହିଳା ଯାହାର ପରିବାରର ଆର୍ଥିକ ସମସ୍ୟା ଥିବାରୁ ତାହାର ସ୍ଵାମୀ ସାଉଦି ଯିବେ ବୋଲି ବାହାରିଲେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଠିକ ନ ଥିବାରୁ ସେ ଯାଇ ପାରିଲେ ନାହିଁ ।

ଏହା ପରେ ସେହି ମହିଳା ଜଣକ ସାଉଦି ଚାଲିଗଲେ । ଏହା ପରେ ତାହାକୁ ଏକ ଶେଖ ଘରେ ରଖା ଗଲା ଏବଂ ପ୍ରଥମେ ସେ ନିଜ କାମ କରୁଥିଲେ କିନ୍ତୁ କିଛି ସମୟ ପରେ ତାହାର ସବୁ ପ୍ରକାରର ଶୋଷଣ ହେବାକୁ ଲାଗିଲା । ଏହା ପରେ ସେ ଆଗକୁ କହିଲେ କି ଶେଖ ଲୋକମାନେ ତାଙ୍କୁ ଅଇଁଠା ଖାଦ୍ୟ ଦେଉଥିଲେ ଖାଇବା ପାଇଁ । ଶେଖମାନେ ତାଙ୍କର ସହିତ ଦିନ ରାତି ଶୋଷଣ କରୁଥିଲେ । ୨୪ ଘଣ୍ଟାରେ କେବଳ ୩ ଘଣ୍ଟା ଶୋଇବାକୁ ଦେଉଥିଲେ ।

କେତେ ଥର ଯଦି ସେ ସକାଳେ ଉଠି ପାରୁ ନଥିଲେ ତେବେ ସେଠି ଥିବା ମହିଳା ତାଙ୍କୁ ଗୋଇଠାମାରି ଉଠାଉଥିଲେ । ଶେଖଙ୍କ ଛଡା ତାଙ୍କର ପିଲାମାନେ ବି ସେହି ମହିଳା ସହିତ ଖରାପ କାମ କରିବା ପାଇଁ ଚେଷ୍ଟା କରୁଥିଲେ । ସେହି ମହିଳାର ଅବସ୍ଥା ଅତ୍ୟଧିକ ଖରାପ ହୋଇ ଯାଇଥିଲା ଏବଂ ସମସ୍ତେ ତାହାକୁ ଏକ ପଶୁ ଭଳି ରଖୁଥିଲେ । କିଛି ସମୟ ପୂର୍ବରୁ ତାହାର ପରିବାର ସହିତ କଥାବାର୍ତ୍ତା ବି କରିବାକୁ ଦେଉ ନଥିଲେ ।

ସେହି ମହିଳାର ସ୍ଥିତି ଜାଣିବା ପାଇଁ ତାହାର ସ୍ଵାମୀ ଏଜେଣ୍ଟ ପାଖକୁ ଗଲେ ଏବଂ କହିଲେ କି କିଛି ଦିନ ହେବ ତାଙ୍କର ପତ୍ନୀଙ୍କ ସହିତ ତାଙ୍କର କଥାବାର୍ତ୍ତା ହୋଇ ପାରୁନାହିଁ । ସେହି ଏଜେଣ୍ଟ ବହୁତ ଥର ସେହି କଥାକୁ ବୁଲାଇ ଦେଉଥିଲେ । କିନ୍ତୁ ଯେତେବେଳେ କଥା ବଢିଲା ତେବେ ସେହି ବ୍ୟକ୍ତି ଜଣକ ପୁଲିସର ସାହାରା ନେଲେ ।

ଏହା ପରେ ଯାଞ୍ଚ ପରେ ଜଣା ପଡିଲା କି ସେହି ଏଜେଣ୍ଟ ମହିଳା ମାନଙ୍କୁ ଟଙ୍କା ଲୋଭ ଦେଇ ଆରବ ପଠାଉ ଥିଲା ଏବଂ ଶେଖ ମାନଙ୍କ ଠାରୁ ଭଲ ଟଙ୍କା ଆୟ କରୁଥିଲା । ଯେମିତି ପୁଲିସଙ୍କୁ ସବୁ ଘଟଣା ବିଷୟରେ ଜଣା ପଡିଲା ତେବେ ପୁଲିସ ସେହି ଶେଖ ମାନଙ୍କର ନମ୍ବର ନେଲେ ଏବଂ ସେହି ନମ୍ବର ଆଧାରରେ ଭାରତୀୟ ଦୂତାବାସ ସାହାର୍ଯ୍ୟରେ ସେହି ମହିଳାଙ୍କୁ ମୁକୁଳାଇ ଥିଲେ ।