ଏମ୍ବୁଲେନ୍ସ ଗାଡି ଉପରେ AMBULANCE ଶବ୍ଦ ଓଲଟା କାହିଁକି ଲେଖା ହୋଇଥାଏ ? ଜାଣନ୍ତୁ ଏହା ପଛର ମୁଖ୍ୟ କାରଣ !

ଏମ୍ବୁଲେନ୍ସର ମହତ୍ଵ ଏବଂ ତାହ କେତେ ଜରୁରୀ ଅଟେ  ତାହା ସମସ୍ତେ ଜାଣିଛନ୍ତି । କି କେମିତି ଏହା ଆକସ୍ମିକ ସ୍ୱାସ୍ଥ୍ୟ ସେବା ଜରିଆରେ ଲୋକମାନଙ୍କର ଜୀବନ ବଞ୍ଚାଇ ଥାଏ । ଆମେ ଯେତେବେଳେ ରାସ୍ତା ଉପରେ କୌଣସି ଏମ୍ବୁଲେନ୍ସ ଗାଡି ଦେଖିଥାଉ ତେବେ କୌଣସି ବ୍ୟକ୍ତିର ଗମ୍ଭୀର ଅବସ୍ଥା ସ୍ଥିତିର ଆଶଙ୍କା କରି ମନରେ ଡର ଆସିଯାଏ । ଏବଂ ଲୋକମାନେ ଯଥା ସମ୍ଭବ ସେହି ଗାଡିକୁ ଛାଡିବା ପାଇଁ ଚେଷ୍ଟା କରନ୍ତି । ରାସ୍ତା ଉପରେ ଯାଉଥିବା ଏହି ଗାଡି ବିଭନ୍ନ ପ୍ରକାରରେ ଲୋକମାନଙ୍କର ଧ୍ୟାନ ନିଜ ଆଡକୁ ଆଣିଥାଏ ଯାହା ଦ୍ଵାରା ତାହାକୁ ଆଗକୁ ଯିବା ପାଇଁ ରାସ୍ତା ମିଳିଯିବ ।

କିଛି ଏମିତି ହିଁ କାରଣ ଯୋଗୁ ଏମ୍ବୁଲେନ୍ସ ଗାଡି ଉପରେ AMBULANCE ଶବ୍ଦ ଓଲଟା ଲେଖା ହୋଇଥାଏ । ଆଜି ଆମେ ଆପଣଙ୍କୁ ଏହା ପଛରେ ଥିବା ଅସଲ କାରଣ ବିଷୟରେ କହିବୁ ।

ଏମ୍ବୁଲେନ୍ସ ଗାଡିର ସାମ୍ନାରେ ଆପଣମାନେ AMBULANCE ଅକ୍ଷରକୁ ଓଲଟା ଲେଖା ହୋଇଥିବାର ଦେଖିଥିବେ । ଏହା ପଛର ଉଦ୍ଦେଶ୍ୟ ଏହା କି ଆଗରେ ଥିବା ଗାଡିର ମିରରରେ ଏହି ଲେଟର ସିଧା ଦେଖା ଯିବ ଏବଂ ଆଗରେ ଥିବା ଗାଡି ଏମ୍ବୁଲେନ୍ସକୁ ଯିବା ପାଇଁ ରାସ୍ତା ଦେବେ ।

ଲୋକମାନଙ୍କର ଧ୍ୟାନ ନିଜ ଆଡକୁ କରିବା ପାଇଁ କରାଯାଇଥାଏ ଏହି ଖାସ ଉପାୟ

ଏହି ଖାସ ଉପାୟ ଛଡା ଏମ୍ବୁଲେନ୍ସ ପ୍ରତି ଲୋକମାନଙ୍କର ଧ୍ୟାନ ଆଣିବା ପାଇଁ ବି ଅନ୍ୟ ବିଭନ୍ନ ପ୍ରକାରର ଉପାୟ ପ୍ରୟୋଗ କରାଯାଏ । ଯେମିତି କି ଇଲେକ୍ଟ୍ରନିକ ସାୟରନ, ଫ୍ଲାଶିଂଗ ଲାଇଟ, ସ୍ପୀକର, ରେଡିୟୋ ଫୋନ ଏବଂ ଅନ୍ୟ ଉପକରଣ ଥାଏ । ଯାହା ପାଇଁ ରାସ୍ତାରେ ତା ପାଇଁ ଲୋକେ ପାଖେଇ ଯିବେ ଓ ଯିବାକୁ ବାଟ ଦେବେ । ପୂର୍ବେ ଏମ୍ବୁଲେନ୍ସ ଗାଡିରେ ଘଣ୍ଟା ଲଗାଯାଇ କାମ କରାଯାଉଥିଲା । ଏହା ପରେ ସାୟରନର ପ୍ରୟୋଗ କରାଗଲା । ସାୟରନ ପବନର ଚାପ ଦ୍ଵାରା ଚାଲିଥାଏ ।

ଅଲଗା ରଙ୍ଗ ଦ୍ଵାରା ଆକର୍ଷିତ କରିଥାନ୍ତି ଧ୍ୟାନ

ଏମ୍ବୁଲେନ୍ସ ଗାଡିକୁ ଅଲଗା ସମସ୍ତ ଗାଡିରୁ ଅଲଗା ଦେଖାଇବା ପଛରେ ବିଲକୁଲ ସଫା କାରଣ ହୋଇଥାଏ । ଏମ୍ବୁଲେନ୍ସକୁ ଅଲଗା ରୁପରେ ଦେଖାଇବା ପାଇଁ ଏହା ଉପରେ ଚମକୁଥିବା ରଙ୍ଗର ପ୍ରୟୋଗ କରାଯାଏ । ଏମ୍ବୁଲେନ୍ସର ରଙ୍ଗ ହଳଦିଆ, ସବୁଜ, ନାରଙ୍ଗି ଏବଂ ଅନ୍ୟ ରଙ୍ଗ ରେ ବି ଦୁନିଆ ସାରା ଦେଖା ଯାଇଥାଏ । ଏହାର ବି ଉଦ୍ଦେଶ୍ୟ ଏହା ହୋଇଥାଏକି ଏହାକୁ ଲୋକମାନେ ଜଲ୍ଦି ଦେଖି ପାରିବେ । ଆପଣଙ୍କୁ କହିଦେଉଛୁ ଯେ ଏମ୍ବୁଲେନ୍ସ କେବଳ ମୋଟରଗାଡି ହୋଇନଥାଏ । ଏମ୍ବୁଲେନ୍ସ ଉଡାଜାହାଜ, ହେଲିକପ୍ଟର ରୁ ଆରମ୍ଭ ହୋଇ ଡଙ୍ଗା, ଘୋଡାଗାଡି, ମୋଟର ସାଇକେଲ ଏବଂ ସାଇକେଲ ଉପରେ ବି ହୋଇଥାଏ ।

ଆଶା କରୁଛୁ ଆମ ଦ୍ଵାରା ଦିଆ ଯାଇଥିବା ଏହି ସୂଚନା ଆପଣଙ୍କୁ ଭଲ ଲାଗିଥିବ । ଅନ୍ୟମାନଙ୍କୁ ଜଣାଇବା ପାଇଁ ଗୋଟେ ଶେୟାର ନିଶ୍ଚୟ କରନ୍ତୁ । ଆଗକୁ ଏହିଭଳି ସୂଚନା ଭିତ୍ତିକ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ।