ସାଉଦୀ ଡାକ୍ତର ମହିଳାଙ୍କର କରିଲେ ଡେଲିଭରି, ତ ସ୍ଵାମୀ ମାରିଦେଲା ଗୁଳି, ଯାହା ପରେ…

ସାଉଦୀ ଆରବରୁ ଏକ ବଡ ଖବର ସାମ୍ନାକୁ ଆସିଛି । କିଛି ଦିନ ତଳେ ସାଉଦୀର ରିୟାଦ ସହରରୁ ଏକ ସାଉଦୀ ବ୍ୟକ୍ତିକୁ ଗିରଫ କରି ନିଆଯାଇଛି । ଯାହା ଉପରେ ଆରୋପ ଅଛି କି ସେ ତା’ ପତ୍ନୀର ଡେଲିଭରି କରୁଥିବା ଡାକ୍ତରକୁ ଗୁଳି ମାରିଦେଇଛି । କୁହାଯାଉଛି କି ଏହି ଘଟଣାଟି ସାଉଦୀର ରାଜଧାନୀ ରିୟାଦରେ ହୋଇଛି । ଆଜି କାଲି ଏମିତି ସବୁ ଘଟଣା ଘଟୁଛି ଯାହାକୁ ଶୁଣିଲେ ବା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ ଓ ବିଶ୍ଵାସ କରିବେ ନାହିଁ । ଏହି ଘଟଣାଟି ମଧ୍ୟ ଆଶ୍ଚର୍ଯ୍ୟକର ଅଟେ ।

ସୂଚନା ଅନୁସାରେ ଜଣା ପଡିଛି କି ସାଉଦୀର ବ୍ୟକ୍ତି ଜଣକ ତା’ର ପତ୍ନୀର ଡେଲିଭରି ଖୁସିରେ ଡାକ୍ତର ପାଖକୁ ଯାଇଥିଲା ଓ ତାକୁ ଗୁଳି ମାରି ଦେଇଥିଲା । ସାଉଦୀରେ ଏମିତି ସବୁ ଘଟଣା ବହୁତ କମ ହୁଏ । କାରଣ ସାଉଦୀର ସମ୍ବିଧାନ ବହୁତ କଠୋର । ଟିକେ ଟିକେ ଭୁଲ ପାଇଁ ମଧ୍ୟ ସାଉଦୀରେ ବହୁତ କଠୋର ଦଣ୍ଡ ବିଧାନ ରହିଛି ।

ଯେତେବେଳେ ଏହି ଆରୋପର ଖବର ପୋଲିସକୁ ମିଳିଲା ସେତେବେଳେ ପୋଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଘଟଣାର ଅନୁସନ୍ଧାନ କରିଲା ପରେ ପୋଲିସ ଆରୋପିକୁ ଗିରଫ କରି ନେଇଥିଲା । ଆରୋପିର ନାମ ହେଉଛି ଶ୍ଲେଷ । ସୋସିଆଲ ମିଡିଆରେ ଏହି ଘଟଣାଟି ଦିନକୁ ଦିନ ଭାଇରାଲ ହେବାକୁ ଲାଗିଛି । ଗୁଳି ବାଜିବା ପରେ ଡାକ୍ତରଙ୍କୁ ହସ୍ପିଟାଲକୁ ନିଆଗଲା, ବର୍ତ୍ତମାନ ତାଙ୍କର ଅବସ୍ଥାରେ ସୁଧାର ଆସିଛି ।